ଲାଞ୍ଜିଗଡ,୨୦/୦୪(ମନିସ)-ଲାଞ୍ଜିଗଡ ବ୍ଲକ ବିଜେପୁର ଥାନାଞ୍ଚଳରେ ୩ ଜଣ ନାବାଳିକାଙ୍କୁ ପାଞ୍ଚଜଣ ଯୁବକ ଗଣଦୁଷ୍କର୍ମ କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସ୍ରୁଷ୍ଟି କରିଛି । ବିଜେପୁର ଥାନା ବେନଗାଁ ଅଞ୍ଚଳର ୩ ଜଣ ନାବାଳିକା ରାତିରେ ନାଟକ ଦେଖି ଫେରୁଥିବା ବେଳେ ପାଜିବାହାଲି ଗାଁର ପାଞ୍ଚଜଣ ଯୁବକ ସେମାନଙ୍କ ସହିତ ଗଣଦୁଷ୍କର୍ମ କରିଥିବା ନେଇ ବିଜେପୁର ଥାନାରେ ଅଭିଯୋଗ ହୋଇଛି । ଏ ନେଇ ବିଜେପୁର ଥାନାରେ କେସ୍ ନଂ ୮/୨୩ ଓ ୯/୨୩ରେ ଦୁଇଟି ମାମଲା ରୁଜୁ ହୋଇଛି । ସେହିପରି ପୀଡ଼ିତାମାନଙ୍କୁ ଡାକ୍ତରୀ ମାଇନା କରାଯାଇଛି। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବାବେଳେ ଅଭିଯୁକ୍ତମାନେ ଫେରାର ଅଛନ୍ତି !
ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ