ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହିମା ଧର୍ମର ଖ୍ୟାତି ବୃଦ୍ଧି ନିମନ୍ତେ ସହମତି ଭିତ୍ତିରେ ନୀତିକାନ୍ତି ବିବାଦର ସମାଧାନ କରିବା ପାଇଁ ଉଭୟ ବକ୍କଳଧାରୀ ଏବଂ କୌପୁନୀଧାରୀ ସନ୍ନ୍ୟାସୀମାନଙ୍କ ମଧ୍ୟରେ ସହମତି ପ୍ରକାଶ 

ଢେଙ୍କାନାଳ, ତା. ୨୦,୦୪.୨୦୨୩– ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସହମତି ଭିତ୍ତିରେ ମହିମା ପୀଠରେ ନୀତିକାନ୍ତି ବିବାଦର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ, ଉଭୟ ପକ୍ଷରେ ସନ୍ନ୍ୟାସୀମାନେ ପୂର୍ବ ନିଷ୍ପତ୍ତି ଅନୁଯାୟୀ, ତ୍ୟାଗ ମନୋଭାବ ନେଇ ବିବାଦ ମୁକ୍ତ ହୋଇ ମହିମା ଗୋସାଇଁଙ୍କ ଉପାସନା କରିବାକୁ ନିବେଦନ କରିଛନ୍ତି । ମହିମା ଗାଦିର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ଯୋଜନା ରହିଛି ବୋଲି ସେ ପ୍ରକାଶ କରିଛନ୍ତି । 

ସହମତି ଭିତ୍ତିରେ ଏବଂ ଆଇନ ଅନୁସାରେ ନୀତିକାନ୍ତି ବିବାଦର ସ୍ଥାୟୀ ସମାଧାନ ପାଇଁ ଉଭୟ ପକ୍ଷରେ ସନ୍ନ୍ୟାସୀମାନେ ଯବାନ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । 

ବିବାଦକୁ ବୃଦ୍ଧି ନ କରି ସହମତ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ଉପାସନା – ରୀତିନୀତି କରିବାକୁ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ସାଧୁ ସନ୍ଥ ମାନଙ୍କୁ ପରାମର୍ଶ ଦେଇଛନ୍ତି । 

ପରସ୍ପର କୁ ଗ୍ରହଣ କରି ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ ଧାର୍ମିକ କାର୍ଯ୍ୟ ସମ୍ପାଦନ କରିବାକୁ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ ଅନୁରୋଧ କରିଛନ୍ତି । 

ଉଭୟ ବକଳଧାରୀ ଓ କୌପୁନୀଧାରୀଙ୍କ ପ୍ରମୁଖ ପାଗଳା ବାବା ଓ ରଘୁ ବାବା, ଉପୁଜିଥିବା ସମସ୍ତ ସମସ୍ୟାଗୁଡିକୁ ଅପୋଷ ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ରାମଚନ୍ଦ୍ରପୁର ଗାଁରେ ଭୂମି ଝାଙ୍କିର ପୂଜା 

Sunil Chandra Nayak

ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ନିର୍ମାଣ ନିମନ୍ତେ….. ଭବାନୀପାଟଣା ଠାରେ ଶ୍ରୀ ଆଶୀର୍ବାଦ ମହାରାଜଙ୍କ  ଶ୍ରୀ ଜଗନ୍ନାଥ କଥାମୃତର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

Sunil Chandra Nayak

ଲାଞ୍ଜିଗଡ଼ଠାରେ ବ୍ରୁନ୍ଦାବନ ସେବାଶ୍ରମ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!