ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଇନ୍ଦ୍ରାବତୀ ବଜାର ତ୍ରିନାଥ ମନ୍ଦିର ପରିସର ରେ ସମ୍ପନ୍ନ ହେଲା ୨୪ ପ୍ରହର ନାମ ଯଜ୍ଞ

ତେନ୍ତୁଳିଖୁଣ୍ଟି ୩୧/୦୧/୨୩ //  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ମାର୍କେଟ ତ୍ରିନାଥ ମନ୍ଦିର ଖାତିଗୁଡା ଠାରେ ଗତ ୨୮ ତାରିଖ ମାଘ ସପ୍ତମୀ ରୁ ଆରମ୍ଭ ହୋଇଥିବା ୨୪ ପ୍ରହର ନାମ ଯଜ୍ଞ ଆଜି ନଗର ସଂକୀର୍ତ୍ତନ ସହ ସମ୍ପନ୍ନ ହୋଇଛି। ।ଇନ୍ଦ୍ରାବତୀ ନଦୀ ଘାଟ ରୁ କଳସ ଯାତ୍ରା କରି ଅଠେଇଶ ଜାନୁଆରୀ ସକାଳ ୮ ଘଣ୍ଟା ରୁ ଆରମ୍ଭ ହୋଇଥିଲା ନାମ ଯଜ୍ଞ ।ପ୍ରତେକ ବର୍ଷ ଏହି ତ୍ରିନାଥ ମନ୍ଦିର ପରିସର ରେ ଅଷ୍ଟ ପ୍ରହର ନାମ ଯଜ୍ଞ ହୋଇ ଆସୁଥିଲା ,କିନ୍ତୁ ଗତ ଦୁଇବର୍ଷ କରୋନା କଟକଣା ସକାଶେ ହୋଇପାରିନ ଥିଲା । ଏଣୁ ମନ୍ଦିର ପରିଚାଳନା କମିଟି ତଥା ଭକ୍ତ ମାନେ ଚଳିତ ବର୍ଷ ଚବିଶ ପ୍ରହର ନାମ ଯଜ୍ଞ କରିବାକୁ ନିଷ୍ପତ୍ତି ନେଇ ସ୍ଥାନୀୟ ଜନତା ତଥା ଆଖ ପାଖ ଅଞ୍ଚଳର ଭକ୍ତ ଙ୍କ ସହଯୋଗ କାମନା କରି ପ୍ରସ୍ତୁତି ଆରମ୍ଭ କରିଥିଲେ। ଫଳସ୍ୱରୂପ ବହୁ ଆଡମ୍ବରରେ ତଥା ସହସ୍ରାଧିକ ଭକ୍ତଙ୍କ ପ୍ରତ୍ୟହ ଉପସ୍ଥିତି ରେ ୨୪ ପ୍ରହର ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି। ଏହି ନାମଯଜ୍ଞରେ ଦୂର ଦୁରାନ୍ତରରୁ ପ୍ରହରୀ ଦଳ ଆସିଥିଲେ କଳାହାଣ୍ଡି ରୁ ବାନେର ଗ୍ରାମର ମହିଳା ସଂକୀର୍ତ୍ତନ ଦଳ ଓ ଛତିଶଗଡ଼ ରମହୁଲ କୋଟ ସଂକୀର୍ତ୍ତନ ଦଳ ଗୁଡିକ ଙ୍କ ରାମ ନାମ ଓ ନୃତ୍ୟ ଭକ୍ତ ଙ୍କୁ ବାନ୍ଧି ବାନ୍ଧି ରଖୁଥିଲା।

ସେହିଭଳି ସ୍ଥାନୀୟ ମଞ୍ଚାଗାଁ ଗ୍ରାମର ମହିଳା ସଂକୀର୍ତ୍ତନ ଦଳ, କଂଗ୍ରାଯାନିଗୁଡ଼ା ,ବେଡାପଦର,ଝାଡ଼ବନ୍ଧଗୁଡା, ବୋରିଗୁମା ରବି.ସିଂପୁର ଗ୍ରାମରୁ ପ୍ରହରୀ ଦଳ ନାମ ଯଜ୍ଞ ନୃତ୍ୟ ପରିବେଷଣ କରିଥିଲେ ।ଏହି ୨୪ ପ୍ରହର ନାମ ଯଜ୍ଞ ରେ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ହୋଇଥିଲା।ତ୍ରିନାଥ ମନ୍ଦିର କମିଟି ଦ୍ଵାରା ଦିନରାତି ଅନ୍ନ ଯଜ୍ଞ ପରିଚାଳନା ସୁବ୍ୟବସ୍ଥିତ ଢଙ୍ଗରେ କରାଯାଇଥିଲା। ପ୍ରତ୍ୟହ ହଜାର ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ ।

ବିଭିନ୍ନ ରାଜନୈତିକ ଦଳ ନେତା ଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ ସମିତି ସଭ୍ୟ ପୂର୍ବତନ ବିଧାୟକ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଆସି ନାମ ଯଜ୍ଞ ଓ ଅନ୍ନ ଯଜ୍ଞା ରେ ଭାଗ ନେଇଥିଲେ। ଦ୍ଵିତୀୟ ଦିବସ ୨୯ ତାରିଖ ରେ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ନନ୍ଦ ହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ଼ ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନା କରିବାସହ ପ୍ରସାଦ ସେବନ କରିଥିଲେ । ତୃତୀୟ ଦିବସରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ପାତ୍ର, ପି ନାଗ ରତ୍ନାମ୍ମା ପ୍ରମୁଖ ଙ୍କ ସହ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସମିତି ସଭ୍ୟ ଦିଲ୍ଲୀପ ପ୍ରଧାନୀ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗୌରୀଶଙ୍କର ମାଝୀ ଯୋଗ ଦେଇ ପୂଜାର୍ଚ୍ଚନା ସହ ପ୍ରସାଦ ସେବନ ଓ ଶ୍ରମ ଦାନ କରିଥିଲେ। ଏତେବଡ଼ ଆୟୋଜନ କରିଥିବାରୁ କମିଟି କୁ ସଭିଏଁ ଧନ୍ୟବାଦ ଜଣେଇଥିଲେ ।

   ହିନ୍ଦୁ ମହାସଂଘ ପ୍ରମୁଖ ଉମାକାନ୍ତ ବିଶୋଇ,ନବରଙ୍ଗପୁର ଜିଲ୍ଲା ହିନ୍ଦୁ ମହାସଂଘର ସଭାପତି ଜୟନ୍ତ କୁମାର ପାତ୍ର ନାମ ଯଜ୍ଞ ରେ ଉପସ୍ଥିତ ରହି ଠାକୁର ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ ।ହିନ୍ଦୁପରମ୍ପରା ବଜାୟ ରଖିଥିବାରୁ କମିଟିକୁ ଧନ୍ୟବାଦ ଦେଇଥିଲେ ହିନ୍ଦୁ ମହାସଂଘର ସଭାପତି ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ହିନ୍ଦୁ ରାଷ୍ଟ୍ରୀୟ ନବବର୍ଷ…

Sunil Chandra Nayak

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା 

Sunil Chandra Nayak

ଜୟପାଟଣାରେ ଚାଲିଛି ରାମ ନବମୀର ମହାପର୍ବ

Sunil Chandra Nayak

Leave a Comment

error: Content is protected !!