ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୋକାରିଚଞ୍ଚରା ଠାରେ ଶ୍ରୀରାମ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୋକସରା,୩୦/୧- କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକାରିଚଞ୍ଚରାରେ ଆସନ୍ତା ଶ୍ରୀରାମ ନବମୀ ପାଇଁ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉନ୍ନୟନ କମିଟି ସଭାପତି ଭଦରେଶ୍ବର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ମହିମା ସରପଞ୍ଚ ଇଶରାମ କୋଲଥିଆ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ଉପ ସଭାପତି ଘନଶ୍ୟାମ ନାଏକ, ଅଇରୀ ନାସନ ଚିନ୍ଦା, ଚକାଡୋଳା ପାତ୍ର, ସୁଧୀର ପାତ୍ର, ସଂଜୟ ସିଙ୍ଘଲ, ସୁରେଶ ଅଗ୍ରୱାଲ, ଘନଶ୍ୟାମ ନାଏକ, ଗୋବିନ୍ଦ ପାଟ୍ଟଯୋଷୀ, ଦିଲୀପ ଯୋଷୀ, ବିରଞ୍ଚି ନାରାୟଣ ପଣ୍ଡା, କୈଳାଶ ଚଳାନ, ନିଳାମ୍ବର ନାଏକ, ଯତୀନ୍ଦ୍ର ମାଝୀ, ଦୁଷ୍ମନ୍ତ ପାଟଯୋଷୀ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଆଲୋଚନା କରିଥିଲେ । ଆସନ୍ତା ୨୨ ମାର୍ଚ୍ଚ ରୁ ୬ ଅପ୍ରେଲ ପର୍ଯ୍ୟନ୍ତ ୧୫ ଦିନ ଧରି ମହୋତ୍ସବ ଆୟୋଜନ ପାଇଁ ଚୂଡାନ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ଆଲୋଚନା କରିଥିବା ଜଣାପଡିଛି ।

ମସିହା ନିଉଜ ସର୍ଭିସ୍ 

Related posts

ଖାଟୁଶ୍ୟାମ ବାବା ଙ୍କ ଫାଲଗୁନ ମେଳା ଓ ନିଶାନ ପଦଯାତ୍ରା,

masiha

ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ 

ନିଜ ବାସଭବନରେ ରେ ବିଶ୍ଵ ଯୋଗ ଦିବସ ପାଳିତ କଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି     

masiha

Leave a Comment

error: Content is protected !!