ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ବିଶାଖାପଟନମ୍ ହେବ ଆନ୍ଧ୍ର ପ୍ରଦେଶର ନୂତନ ରାଜଧାନୀ, ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଘୋଷଣା

ଆନ୍ଧ୍ର ପ୍ରଦେଶର ନୂତନ ରାଜଧାନୀ ହେବ ବିଶାଖାପଟନମ୍। ଏ ସମ୍ପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟର ରାଜଧାନୀକୁ ବିଶାଖାପଟନମ୍‌କୁ ସ୍ଥାନାନ୍ତରିତ କରାଯିବ। ଏହା ସହ ସେ କହିଛନ୍ତି ନିଜର କାର୍ଯ୍ୟାଳୟକୁ ମଧ୍ୟ ହାଇଦ୍ରାବାଦରୁ ବିଶାଖାପଟନମକୁ ସ୍ଥାନାନ୍ତର କରିବେ। ୨୦୧୪ରେ ତେଲେଙ୍ଗାନାକୁ ଆନ୍ଧ୍ର ପ୍ରଦେଶରୁ ଅଲଗା କରାଯାଇଥିବା ସମୟରେ ହାଇଦ୍ରାବାଦକୁ ୧୦ ବର୍ଷ ପାଇଁ ଦୁଇ ରାଜ୍ୟ ଭିତରେ ମିଳିତ ରାଜଧାନୀ ଭାବରେ ଘୋଷିତ କରାଯାଇଥିଲା। ଏହି ସମୟ ସୀମା ପୁରା ହେବାପରେ ହାଇଦ୍ରାବାଦକୁ ତେଲେଙ୍ଗାନାକୁ ଦିଆଯିବାର ନିଷ୍ପତ୍ତି ନିଆଯାଇଛି। ଏଭଳି ସ୍ଥିତିରେ ଆନ୍ଧ୍ର ପ୍ରଦେଶକୁ ୨୦୨୪ ପୂର୍ବରୁ ରାଜଧାନୀର ଘୋଷଣା କରିବାର ଥିଲା।

ଏହା ପୂର୍ବରୁ ୨୩ ଏପ୍ରିଲ ୨୦୧୫ରେ ଚନ୍ଦ୍ରବାବୁ ନାଇଡୁଙ୍କ ଟଡିପି ସରକାର ଅମରାବତୀକୁ ଆନ୍ଧ୍ର ପ୍ରଦେଶର ଆଗାମୀ ରାଜଧାନୀ ଘୋଷିତ କରିଥିଲେ। ତେବେ ଜଗମୋହନ ସରକାର ଏବେ ବିଶାଖାପଟନମ୍‌କୁ ରାଜଧାନୀ କରିବାର ଘୋଷଣା କରିଥିଲେ। ଏହାପରେ ୨୦୨୦ ରେ ରାଜ୍ୟ ତିନୋଟି ରାଜଧାନୀ ଗଠନ କରିବାର ଯୋଜନା କରିଥିଲା। ଯେଉଁଥିରେ ଅମରାବତୀ, ବିଶାଖାପଟନମ୍ ଓ କୁରୁନୂଲ ଥିଲା। ଏହାପରେ ସେହି ଯୋଜନାକୁ ଫେରାଇ ନିଆଯାଇଥିଲା ଓ ଅମରାବତୀ ରାଜଧାନୀ ଥିଲା।

ଅମରାବତୀ ଏକ କଥିତ ଭୂମି ଦୁର୍ନୀତିର କେନ୍ଦ୍ର ପାଲଟିଛି, ଯେଉଁଥିପାଇଁ ରେଡ୍ଡିଙ୍କ ପାର୍ଟି ଓ୍ବାଇଏସ୍‌ଆରସିପି ପୂର୍ବତନ ମୁଖ୍ୟମନ୍ତ୍ରୀ, ଟିଡିପିର ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ଅଭିଯୋଗ କରିଥିଲେ। ରେଡ୍ଡିଙ୍କ ପାର୍ଟି ସିବିଆଇ ଯାଞ୍ଚ ଦାବି କରି ଅଭିଯୋଗ କରିଥିଲା ଯେ, କିଛି ଲୋକ, ଯାହାଙ୍କୁ ନୂତନ ରାଜଧାନୀ ବିଷୟରେ ପୂର୍ବରୁ କୁହାଯାଇଥିଲା। ସେ ଅନୁଚିତ ଲାଭ ଉଠାଇବା ପାଇଁ ଜମି କିଣିଥିଲେ। କେନ୍ଦ୍ରକୁ ଦିଆଯାଇଥିବା ସୂଚନାରେ ରାଜ୍ୟ ସରକାର କହିଛନ୍ତି, ୨୦୧୪ ରେ ଏଭଳି ଲୋକଙ୍କ ଦ୍ବାରା ୪୦୦୦ ଏକରରୁ ଅଧିକ ଜମି କିଣାଯାଇଥଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆସନ୍ତାକାଲିଠୁ ବଦଳ ହେବ ୨୦୦୦ ଟଙ୍କିଆ ନୋଟ , ବ୍ୟାଙ୍କ ପାଇଁ ଗାଇଡଲାଇନ ଜାରି କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

Sunil Chandra Nayak

ରେଳଯାତ୍ରୀ ହ୍ବାଟସ୍‌ଆପ୍‌ରେ ଖାଦ୍ୟ ବରାଦ କରିପାରିବେ

Sunil Chandra Nayak

ଟଙ୍କା ଫେରିପାଇବେ ସାହାରା ଚିଟଫଣ୍ଡ ଜମାକାରୀ.. ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା

Sunil Chandra Nayak

Leave a Comment

error: Content is protected !!