ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ, ଟ୍ରକ ସହ ଜଳିଗଲେ ଡ୍ରାଇଭର

କାମାକ୍ଷାନଗର (ମ ନି ସ)31/1// ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ନମ୍ବର ଜାତୀୟ ରାଜପଥ ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ, ଟ୍ରକ ସହ ଜଳିଗଲେ ଟ୍ରକ ଡ୍ରାଇଭର |ସୂଚନା ମୁତାବକ ଟ୍ରକଟି ତାଳଚେର ରୁ କୋଇଲା ନେଇ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ, ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ କୌଣସି କାରଣ ରୁ ଟ୍ରକଟି ଓଲଟି ପଡିଥିଲା | ଫଳରେ ଟ୍ରକ ସହ ସେଥିରେ ଥିବା ଟ୍ରକ ଡ୍ରାଇଭର ଜଣକ ଜୀବନ୍ତ ଜଳି ଯାଇଥିଲେ l ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ ପ୍ରକ୍ରିୟା ଜାରି ରଖିଥିବା ବେଳେ, ଜୀବନ୍ତ ଦଗ୍ଧ ହୋଇଥିବା ମୃତ ଚାଳକଙ୍କୁ ଉଦ୍ଧାର କରିଛନ୍ତି |ସେପଟେ ଚlଳକଙ୍କ ପରିଚୟ ମିଳିପାରିନାହିଁ |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସାହିତ୍ୟ ଆଲୋଚନା ଚକ୍ର ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ

masiha

ଭବାନୀପାଟଣା ଠାରେ ବିପର୍ଜୟ ସମୟରେ ପ୍ରଭାବିତ ଅଞ୍ଚଳ ରେ ବନ୍ୟା ଜଳ ଉଦ୍ଧାର ସମ୍ପର୍କିତ ଟେବୁଲ୍ ଟପ୍ ଏକ୍ସରସାଇଜ  ମୁଣ୍ଡଳି କଟକ ରୁ ଆସିଥିବା ଏନ୍ ଡି ଆର୍ ଏଫ୍ ର ଯୋଗଦାନ ଓ ପ୍ରଦର୍ଶନ

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ଚ଼କ୍ଷୁ ଚିକିତ୍ସା ଶିବିର ଆୟୋଜିତ 

masiha

Leave a Comment

error: Content is protected !!