ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଷୋତ୍ତମପୁର ବ୍ଲକରେ ମା ଶଙ୍କଟ ତାରିଣୀ ଏସ ହେଚ ଜି ଗ୍ୟାସଗ୍ରୁପ କୁ ସୁରକ୍ଷା ପ୍ରଦାନ ସହିତ ଅଧିକ ଗ୍ୟାସ ଦେବା ପାଇଁ ଗ୍ରାହକ ଙ୍କ ଦାବି 

ପୁରୁଷୋତ୍ତମପୁର ବ୍ଲକରେ ମା ଶଙ୍କଟ ତାରିଣୀ ଏସ ହେଚ ଜି ଗ୍ୟାସଗ୍ରୁପ କୁ ସୁରକ୍ଷା ପ୍ରଦାନ ସହିତ ଅଧିକ ଗ୍ୟାସ ଦେବା ପାଇଁ ଗ୍ରାହକ ଙ୍କ ଦାବି 

ବର୍ତ୍ତମାନ ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁଁ ପୃଥିବୀ ର ବିଭିନ୍ନ ଦେଶରେ ପ୍ରାକୃତିକ ଗ୍ୟାସ ଓ ତୈଳ ସଙ୍କଟ ଦେଖା ଦେଇଛି। ଯାହାକି ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିଛି। ବିଶେଷ କରି ଏଲପିଜି ଗ୍ୟାସ ର ଅଭାବ ଯୋଗୁ ସିଧା ରୋଷେଇ ଘରେ ମାଡ ହୋଇଛି। ଗାଁ ଠାରୁ ସହର ସବୁଠି ଗୋଟିଏ ହାଣ୍ଡି ଗ୍ୟାସ ପାଇବାକୁ ଚିନ୍ତା ଘାରିଛି। ସେମଧ୍ୟରେ ଓଡିଶାସରକାର ଆଗର ଗ୍ୟାସ ପାଇବା ନିୟମ ରେ କିଛି ପରିବର୍ତ୍ତନ କରିଛନ୍ତି | ଆଗରୁ ଲୋକଙ୍କୁ ମାସକୁ ଦୁଇଟି ଗ୍ୟାସ ବୁକିଙ୍ଗକରୁ ଥିଲା ବେଳେ ବର୍ତ୍ତମାନ ସରକାର ନିୟମରେ କିଛି ପରିବର୍ତ୍ତନକରିଛନ୍ତି |ଉଜ୍ୱଳା ଉପଭୋକ୍ତା ଙ୍କ ପାଇଁ 22 ଦିନ ଗ୍ରାମାଞ୍ଚଳ ପାଇଁ 45 ଦିନ ଓ ବିଜ୍ଞାପିତ, ମୁନିସିପାଲିଟି ପାଇଁ 25 ଦିନର ଧାର୍ଯ୍ୟ ସମୟ ରଖିଛନ୍ତି ପୁରୁଷୋତ୍ତମପୁରପୁରୁଷୋତ୍ତମ ପୁର ବ୍ଲକରେ ଓର ମାସ ଦ୍ଵାରା ଦିଆଯାଇଥିବା ଶକ୍ତି ଗ୍ରାମୀଣ ପ୍ରୋଜେକ୍ଟ ମା ଶଙ୍କଟ ତାରିଣୀ ସ୍ୱୟଂ ସହାୟିକା ଗ୍ରୁପକୁ ବିତରଣ ଦାଇତ୍ୱ ଦିଆ ଯାଇଛି | ବୁକିଙ୍ଗ ନିୟମ କିନ୍ତୁମାନୁ ନାହାନ୍ତି କିଛି ଉପୋଭୋକ୍ତା | ବୁକିଙ୍ଗ କରିବାର ପାଞ୍ଚ ସାତ ଦିନ ପରେ ଏହି ଗ୍ୟାସ ଡିପୋ କୁ ଆସି ଆମର ଗ୍ୟାସ କାହିଁକି ଆସିନି କହିଲା ପରେ ଦାଇତ୍ୱରେ ଥିବା ମହିଳା ସଭାପତି ତୁମର ଆହୁରି ଅଠର ଦିନ ବାକିଅଛି ପରେ ଆସିବ | ଏହାଶୁଣି କିଛି ମଦ୍ୟପ ଉପୋଭୋକ୍ତା ମାନେ ଉତକ୍ଷିପ୍ତ ହୋଈ ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମାରିଦେବାର ଧମକ ମଧ୍ୟ ଦେଉଛନ୍ତି |କିଛିଉପୋଭୋକ୍ତା ମାନେକହିବାର କଥା ଯେଉଁ ମଦ୍ୟପ ବ୍ୟକ୍ତି ଓ ତାଙ୍କୁ ସହଯୋଗ କରୁଥିବା କିଛି ବ୍ୟକ୍ତି ଙ୍କ ଏପରି କାଣ୍ଡ କାରଖାନାକୁ ସେମାନେ ନିନ୍ଦା କରିବା ସହ ସେମାନଙ୍କ ଉପରେ ବ୍ଳକ ପ୍ରଶାସନ ପୋଲିସ ପ୍ରଶାସନ ସିଡିପିଓ ଦୃଷ୍ଟି ଦେବାସହ ଓରମାସ ସଂସ୍ଥା ର ମୁଖ୍ୟ ଏହି ମହିଳା ଗ୍ରୁପ ଙ୍କୁ ସୁରକ୍ଷା ପାଇଁ କିଛି ପୋଲିସ ଷ୍ଟାଫ ଙ୍କୁ ସେଠାରେ ନିୟୋଜିତ କରିବାକୁ କିଛି ଉପୋଭୋକ୍ତା ଅନୁରୋଧ କରିଛନ୍ତି | ଅସମାଜିକବ୍ୟକ୍ତି ଙ୍କ କହିବା କଥା କି ଏହିଗୃପ ଗ୍ୟାସ କଳା ବଜାରୀ କରି ବିକି ଦେଉଛନ୍ତି | ଏହା ଉପରେ ଗ୍ରୁପରସଭାପତି ଙ୍କ କହିବା କଥା ତାଙ୍କ ଅଫିସ କୁ ଲାଗି ଯୋଗାଣ ବିଭାଗ ଅଧିକାରୀ ଙ୍କ ଅଫିସ ଅଛି, ତାକୁ ଲାଗି ଅତିରିକ୍ତ ବିଡ଼ିଓ, ବିଡ଼ିଓ ଙ୍କ ଅଫିସ ସହିତ ସମନ୍ୱିତ ଶିଶୁ ବିକାଶ ବିଭାଗ ର ଅଫିସ ରହିଛି ଏବଂ ଥାନା ରହିଛି | ଯଦି ସେମାନଙ୍କ ସନ୍ଦେହ ହେଉଛିଗ୍ୟାସ କଳା ବଜାରୀ ହେଉଛି ବୋଲି ତେବେ ସେମାନେ ଏହି ଅଧିକାରୀ ଙ୍କ ପାଖରେ ଅଭିଯୋଗ କରି ଏହି ସଂସ୍ଥା ବିରୁଦ୍ଧରେଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ |ସଭାପତି ଙ୍କ କହିବା କଥା ଏହି ସଂସ୍ଥା ଦ୍ଵାରା ଲୋକଙ୍କ ବୁକିଙ୍ଗ 500 ରୁ 650 ହେଉଥିଲା ବେଳେ ଇଣ୍ଡିଆନ ଛତ୍ରପୁର ଡିପୋ ରୁ ଦିନକୁ 40ରୁ 50 ଗୋଟି ଗ୍ୟାସ ସିଲିଣ୍ଡର ଏହିଡିପୋ କୁ ଆସୁ ଥିବାରୁ ଲୋକମାନଙ୍କୁ କିପରି ବିତରଣ କରାଯିବ ବୋଲି ସେ ଅତି କ୍ଷଭୋ ର ସହିତ କହିଛନ୍ତି | ତେଣୁ ଏହାଉପରେ ଗଞ୍ଜାମ ଜିଲ୍ଲପାଳ, ପିଡି, ବ୍ଳକ ଅଧିକାରୀ ଗୁରୁତ୍ୱ ଦେଈ ସଂସ୍ଥା ଖୋଲିବା ସମୟ ଠାରୁ ବନ୍ଦ ପର୍ଯ୍ୟନ୍ତ ଏକ ପୋଲିସ ମୁତୟନ କରିବା ସହିତ ବୁକିଙ୍ଗ ଅନୁସାରେ ଅଧିକ ଗ୍ୟାସ ଯୋଗାଇଦେଲେ ଉପୋ ଭୋକ୍ତା ଙ୍କ ଅସୁବିଧା ଦୂର ହୋଈ ପାରିବ | ଏbବଂ ଅସମାଜିକ ବ୍ୟକ୍ତି ଙ୍କ ଆକ୍ରୋଶରୁ ସେମାନେ ରକ୍ଷା ପାଇ ପାରିବେବୋଲି ସଂସ୍ଥା ସଭାପତି କହିଛନ୍ତି | କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

Related posts

ରାଇରଙ୍ଗପୁରରେ ଓକିଲ ସଂଘ ତରଫରୁ ମଧୁ ଜୟନ୍ତୀ ଓ ଓକିଲ ଦିବସ ମହାସମାରୋହରେ ପାଳିତ

Sunil Chandra Nayak

ଅମର୍ଦାରୋଡ ଏସ.ବି.ଆଇ ପକ୍ଷରୁ ଦୃଘଟଣା ବିମା ଯୋଜନାରେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

masiha

ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଧର୍ତ୍ତି ଅବା ଗ୍ରାମ ଉତକର୍ଷ ଅଭିଯାନ ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା

masiha

Leave a Comment

error: Content is protected !!