ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବଧିର 2ବର୍ଷ ପରେ ବି ପ୍ରଧାନମନ୍ତ୍ରୀ ସଡ଼କ କାମ ସରୁ ନାହିଁ ,,କଂଟ୍ରାକଟର ଏବଂ ପ୍ରଶାସନ ର ମଧୁଚନ୍ଦ୍ରିକା ,ରାସ୍ତା ପାଇଁ ମାଣିକପୁର ପଂଚାୟତ ବାସୀ ଚିନ୍ତା ରେ

ଅବଧିର 2ବର୍ଷ ପରେ ବି ପ୍ରଧାନମନ୍ତ୍ରୀ ସଡ଼କ କାମ ସରୁ ନାହିଁ ,,କଂଟ୍ରାକଟର ଏବଂ ପ୍ରଶାସନ ର ମଧୁଚନ୍ଦ୍ରିକା ,ରାସ୍ତା ପାଇଁ ମାଣିକପୁର ପଂଚାୟତ ବାସୀ ଚିନ୍ତା ରେ

ଲିଖିତ ପ୍ରତିଶୃତି ପାଣି ର ଗାର …

 ମୟୂରଭଞ୍ଜ – ୫/୦୩ // ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକର ବନପାହାଡ଼ ଘେରା ଅଧ୍ୟୁଷିତ ଅଞ୍ଚଳ ମାଣିକପୁର ପଂଚାୟତର ମାଣିକପୁର ଗାଁ ମୁଣ୍ଡରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ସମ୍ପୂର୍ଣ୍ଣ ଖରାପ l ଏହି ରାସ୍ତାଟି ପାଟପୁରଠାରୁ ବିଶୋଇ ପଂଚାୟତ ସମିତି ସୀମା ଭାୟା ବଳରାମପୁର, ପାଉଁଶିଆ, ବାନ୍ଧଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ କାମ ହେବା କଥା l କାର୍ଯ୍ୟ ସରିବା ପାଇଁ ଅବଧି 24.11.2022 ରହିଥିଲା l କିନ୍ତୁ ଏବେ ସୁଦ୍ଧା ନୂଆଗାଁ ଏବଂ ମାଣିକପୁର ଗାଁ ଭିତରେ କଂକ୍ରିଟ ହୋଇନାହିଁ l ମାଣିକପୁର ଗାଁ ମୁଣ୍ଡ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି l ପ୍ରଧାନମନ୍ତ୍ରୀ ସଡ଼କ କାମ ନିମ୍ନମାନର ସମ୍ପର୍କରେ ତତ୍କାଳୀନ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ ରାଇରଙ୍ଗପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରାଙ୍କ ନିକଟରେ ମାଣିକପୁର ପଂଚାୟତବାସୀ ଅଭିଯୋଗ କରିଥିଲେ l ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଗତ ବର୍ଷ 21.8.23 ଦିନ ଗ୍ରାମ୍ୟ ଉନ୍ନୟନ ବିଭାଗର ରାଇରଙ୍ଗପୁରସ୍ଥିତ ଅଧିକ୍ଷଣ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରା ସାଙ୍ଗରେ ବିଜେଡ଼ି ଜିଲ୍ଲା ଉପସଭାପତି ସୁଭାଷଚନ୍ଦ୍ର ମଣ୍ଡଳଙ୍କୁ ଧରି ଆସିଥିଲେ l ମାଣିକପୁର ପଂଚାୟତବାସୀମାନେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରା ଏବଂ ବିଜେଡ଼ି ଜିଲ୍ଲା ଉପସଭାପତି ଶ୍ରୀ ମଣ୍ଡଳଙ୍କୁ 3 କିଲୋମିଟର ରାସ୍ତା ଚଲାଇ ପ୍ରଧାନମନ୍ତ୍ରୀ ସଡ଼କ କାମ କିପରି ନିମ୍ନମାନର ହୋଇଛି ତାହାକୁ ଦେଖାଇଥିଲେ l ନିମ୍ନମାନ କାମ ପାଇଁ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ l ଲିଖିତ ପ୍ରତିଶୃତି ପାଣିର ଗାର l ଆଜି ପର୍ଯ୍ୟନ୍ତ ନୂଆଗାଁ ଏବଂ ମାଣିକପୁର ଗାଁ ଭିତରେ କଂକ୍ରିଟ ହୋଇପାରିନାହିଁ l ମାଣିକପୁର ଗାଁ ମୁଣ୍ଡ କଥା ନ କହିବା ଭଲ lଯଦି 7ଦିନ ଭିତରେ କାର୍ଯ୍ୟ ଆରମ୍ଭ ନ ହେଲେ ରାମଦୋଳି ଯୁବକ ସଂଘ ପକ୍ଷ ରୁ ବିଜାତଳା ବ୍ଲକ କୁ ଘେରାଉ କରାଯିବ ବୋଲି ରାମଦୋଳି ଯୁବକ ସଂଘ ର ପ୍ରତିଷ୍ଠା ସୁରେନ୍ଦ୍ର ମୁଣ୍ଡା, ଭୁବନ ମୁଣ୍ଡା ବୁଧୁରାମ ମୁଣ୍ଡା, କାରିଆ ମୁର୍ମୁ ଏବଂ ଛୋଟରାଇ ମୁର୍ମୁ ଚେତାବନି ଦେଇଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସୋଲାର ଯୋଗେ ପାଇପ୍ ପାଣି ଯୋଗାଣର ଶୁଭ ଉଦଘାଟନ

Sunil Chandra Nayak

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଳବହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତି ପାଳିତ 

masiha

ଅବସରପ୍ରାପ୍ତ ଶିକ୍ଷକ ଦୟାନିଧି ଜାଲଙ୍କୁ ପ୍ରକୃତି ମିତ୍ର ସମ୍ମାନ

masiha

Leave a Comment

error: Content is protected !!