ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

କୋକସରା,୩୦/୦୧// କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମ ପଞ୍ଚାୟତରେ ସୋମବାର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ପ୍ରତି ପଞ୍ଚାୟତ ରେ ହିତାଧିକାରୀ ଙ୍କୁ ଦୁଆର ମୁହଁରେ ସେବା ଓ ସମସ୍ୟାର ସମାଧାନ ପାଇଁ ଏହି ଶିବିର ଆୟୋଜନ କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ କୋକସରା ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ସଭାପତିତ୍ୱରେ ବିଡ଼ିଓ ଉତ୍ତମ କୁମାର ବାଗ, କୋକସରା ପଞ୍ଚାୟତ ସମିତି ସଭ୍ୟା ଗାୟତ୍ରୀ ପଣ୍ଡା, ନାଏବ ସରପଞ୍ଚ ଖେଲୋନୀ ନାଗ, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦାମୋଦର ବିଶ୍ୱାଳ, ଜିପିଇଓ ନାରାୟଣ ଭୋଇ, ବିଏସ ଏସ ଓ ସେକ୍ସନର ସୁନ୍ଦର ନାଏକ, କୃଷି ଅଧିକାରୀ ହେମାନନ୍ଦ ମାଝୀ, ମତ୍ସ୍ୟ ଅଧିକାରୀ ଲଳିତ ମହାନନ୍ଦ, କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ରାକେଶ ତରାଇ, ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ, ସମନ୍ୱିତ ଶିଶୁ ପ୍ରକଳ୍ପ ସୁପରଭାଇଜର ସୋନିଆ ହେମ୍ରମ, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରା ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି କୋକସରା ପଞ୍ଚାୟତର ଚିଲିଗୁଡା, ଗଡରାମାଲ, ନୂଆପଡା ଓ କୋକସରା ଗ୍ରାମରୁ ଆବାସ ଘର, ପିଡ଼ିଏସ, ଭତ୍ତା, ରାସ୍ତାଘାଟ, ଜମି ମରାମତି, ମାର୍କେଟ କମ୍ପ୍ଲେକ୍ସ ମରାମତି ଓ ରକ୍ଷଣା ବେକ୍ଷଣ ଏଭଳି ୩୯୧ ଟି ଅଭିଯୋଗ ହୋଇଥିଲା । ହିତାଧିକାରୀଙ୍କ ଅଭିଯୋଗର ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଉପସ୍ଥିତ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଛନ୍ତି । କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହି ଅଧିକାରୀ ଭବିଷ୍ୟ ପଟେଲ, ଜିଆର ଏସ ଅଶୋକ ଠାକୁର, ଯୋଗାଣ ସହାୟକ ଦୟାନିଧି ଶବର ଓ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଏମଜିଏନଆରଏଜିଏରେ ପ୍ରଶାସନିକ କଣ୍ଟିଜେନ୍ସି କିଣାରେ ଅନିୟମିତତାର ତଦନ୍ତ ଦାବି 

masiha

ଜୁନାଗଡ଼ ସମ୍ବାଦ ସାହିତ୍ୟ ଘରର ବୈଠକ ଓ କବିତା ପାଠ କାର୍ଯ୍ୟକ୍ରମ 

masiha

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର  ସମେଇଗାଡ଼ିଆ, ଭୁବନେଶ୍ୱର-10

masiha

Leave a Comment

error: Content is protected !!