ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡାରେ ବୈଷୟିକ ଶିକ୍ଷା ସଚେତନ ରଥ ପରିକ୍ରମା 

ବାଲିଗୁଡା,20/04/23(ମନିସ): ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ) ଓଡିଶାର ପ୍ରତ୍ୟେକ ଜିଲ୍ଳାରେ ବୈଷୟିକ ଶିକ୍ଷା ସଚେତନ ରଥ ଭ୍ରମଣ କରୁଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଓକେସିଏଲ ଅଧିନସ୍ଥ ୟୁଆଇସିଟି କମ୍ପୁଟର ସେଣ୍ଟର ଠାରୁ ଏହି ରଥକୁ ବାଲିଗୁଡା ସେଣ୍ଟର ପରିଚାଳକ ବିଦେଶୀ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ସମଗ୍ର ସହର ପରିକ୍ରମା କରିଥିଲା l ଏଥିରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷାର ଆବଶ୍ୟକତା କୁ ଜଣାଇ ଓକେସିଏଲର ଏଭଳି କାର୍ଯ୍ୟକୁ ଶ୍ରୀ ମହାରଣା ସାଧୁବାଦ ଜଣାଇଥିଲେ l ଓଡିଶା ସରକାର ଇଲେକ୍ଟ୍ରୋନିକ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଓ ମହାରାଷ୍ଟ୍ର ନଲେଜ କର୍ପୋରେସନରେ ମିଳିତ ଉଦ୍ୟମରେ ଓଡିଶା ନଲେଜ କର୍ପୋରେସନ ଦ୍ୱାରା ସମଗ୍ର ରାଜ୍ୟରେ ଜନସାଧାରଣଙ୍କ ନିକଟରେ କିପରି କମ୍ପୁଟର ଶିକ୍ଷା ପହଞ୍ଚିପାରିବ ତାହାର ସୁବନ୍ଦୋବସ୍ତ କରିଛନ୍ତି ଏବଂ ଓଏସ-ସିଆଇଟି (OS-CIT) ଭଳି ଉନ୍ନତ ମାନର କମ୍ପୁଟର ପାଠ୍ୟକ୍ରମର ତାଲିମ ଦେଉଛନ୍ତି l ଏହି ପାଠ୍ୟକ୍ରମରେ ସଫଳତାର ସହ ଉତୀର୍ଣ୍ଣ ହେଵା ପରେ ଛାତ୍ରଛାତ୍ରୀ ମାନଙ୍କୁ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ସଫଳତା ପ୍ରମାଣ ପତ୍ର ଦିଆଯାଉଛି l ଯେଉଁ ପ୍ରମାଣ ପତ୍ର ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ରାଜ୍ୟ ସରକାର, କେନ୍ଦ୍ର ସରକାର, ବେସରକାରୀ ସଂସ୍ଥା ଏବଂ ବିଭିନ୍ନ କର୍ମ ନିୟୋଜନ ସଂସ୍ଥାରେ ନିଯୁକ୍ତି ପାଇଁ ମଧ୍ୟ ଆବେଦନ କରିପାରିବେ l ଜାଲ ସାର୍ଟିଫିକେଟ ଦେଉଥିବା ସଂସ୍ଥାଠାରୁ ଦୁରେଇ ରହିବାକୁ ସଚେତନ କରିବା ସହ ଓଡିଶା ସରକାରଙ୍କ ଓଏସ-ସିଆଇଟି (OS-CIT) ଭଳି ଉନ୍ନତ ମାନର ପାଠ୍ୟକ୍ରମ ପଢିବାକୁ ସ୍ଥାନୀୟ ୟୁଆଇସିଟି (UICT) କମ୍ପୁଟର ସେଣ୍ଟରର ପରିଚାଳକ ଶ୍ରୀ ମହାରଣା ପରାମର୍ଶ ଦେଇଥିଲେ l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଭାରତ ସରକାର ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଅନିତା କର୍ଣ୍ଣଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ

Sunil Chandra Nayak

ଓଡ଼ିଆ ଭାଷା ବିକାଶ ମଞ୍ଚର ଲେନିନ୍ ଜୟନ୍ତୀ ପାଳନ ଓ କବିତା ପାଠୋତ୍ସବ

ଲଡୁଗାଁ ପଂଚାୟତରେ ପିଡ଼ିଏସ ଚାଉଳ ବାଟମାରଣା ଅଭିଯୋଗ, ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ହିତାଧିକାରୀ

masiha

Leave a Comment

error: Content is protected !!