ପୋଲିସ୍ କନଷ୍ଟେବଳ ହତ୍ୟାକାଣ୍ଡ ପର୍ଦ୍ଦାଫାଶ କଳା ବଲାଙ୍ଗୀର ପୋଲିସ୍ , ରାଜ୍ୟ ଓ ରାଜ୍ୟ ବାହାରୁ ୬ ଗିରଫ
ବଲାଙ୍ଗୀର ଜଣେ ପୋଲିସ୍ କନଷ୍ଟେବଳ ଶଙ୍କର ବେହେରାଙ୍କ ହତ୍ୟାକାଣ୍ଡ ପର୍ଦ୍ଦାଫାଶ କଳା ବଲାଙ୍ଗୀର ପୋଲିସ୍। ରାଜ୍ୟ ଓ ରାଜ୍ୟ ବାହାରୁ ୬ ଗିରଫ। ମୂଲ୍ୟବାନ ରତ୍ନ ପଥର କାରବାର ପାଇଁ ହୋଇଥିଲା ହତ୍ୟା କାଣ୍ଡ
ତେବେ ଗତ ମେ ମାସ 16 ତାରିଖରେ ବଲାଙ୍ଗୀର ରେଳ ଷ୍ଟେସନ ପାଖ ଏକ ହୋଟେଲ ରୁମ୍ ରୁ ଜଣେ ବ୍ୟକ୍ତିଙ୍କ ହାତ ଗୋଡ଼ ବନ୍ଧା ମୃତ ଦେହ ପୋଲିସ୍ ଉଦ୍ଧାର କରିଥିଲା। ଏବଂ ତଦନ୍ତ ପରେ ତାହା ସୋନପୁର ଜିଲ୍ଲାର ଶଙ୍କର ବେହେରା ବୋଲି ପରିଚୟ ମିଳିଥିଲା। ସେହିପରି ସେ ସୋନପୁର ଟାଉନ ଥାନା ରେ କନଷ୍ଟେବଳ ଭାବରେ କାର୍ଯ୍ୟରତ ଥିଲେ। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲେ ତା ନେଇ ଅନେକ ପ୍ରଶ୍ନ ସେତେବେଳେ ଉଠି ଥିଲା। ସେପଟେ ଏଥିରେ ବଲାଙ୍ଗୀର ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତିନୋଟି ସ୍ବତନ୍ତ୍ର ପୋଲିସ୍ ଟିମ ଏହାର ତଦନ୍ତ ଆରମ୍ଭ କରିଥିଲେ। ସେପଟେ ସଂପୃକ୍ତ ହୋଟେଲରେ ଜଣେ ଜାଲ ପ୍ରମାଣ ପତ୍ର ଦେଇ ହୋଟେଲ ରୁମ୍ ବୁକ୍ କରିଥିଲା। ସେହିପରି ସେହି ସନ୍ଦିଗ୍ଧ ହତ୍ୟା କାରୀ ମାନେ ବିଭିନ୍ନ ପର୍ଯ୍ୟାୟରେ ମିଛ ପରିଚୟ ଦେଇ ଗାଡ଼ି ଭଡା ମଧ୍ୟ ନେଇଥିଲେ। ତେବେ ପୋଲିସ୍ ପାଇଁ ଏହାର ତଦନ୍ତ ଖୁବ କଠିନ ଥିବା ବେଳେ ପୋଲିସ୍ ସି ସି ଟିଭି ଫୁଟେଜ, ରେଳ ଷ୍ଟେସନ ତଥ୍ୟ ଓ ସାଇବର ଟିମ୍ ର ସହାୟତାରେ ଏହି ହତ୍ୟା କାଣ୍ଡ ର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ଏବଂ ଏଥିରେ ଝାରଖଣ୍ଡ ରାଜ୍ୟର ଦୁଇ ମୁଖ୍ୟ ଅଭିଯୁକ୍ତ ସହ ବଲାଙ୍ଗୀର ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ଚାରି ଜଣଙ୍କୁ ଗିରଫ କରିଛି। ସେହିପରି ଏମାନଙ୍କ ଠାରୁ ଏକ ମାଉଜର, ଏକାଧିକ ମୋବାଇଲ, ଦୁଇଟି ଦାମୀ ଗାଡ଼ି ଓ ତିନୋଟି ମଟର ସାଇକଲ ପୋଲିସ୍ ଜବତ କରିଛି । ସେହିପରି ପଚାଶ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଏକ ରତ୍ନ ପଥର ମଧ୍ୟ ପୋଲିସ୍ ଜବତ କରିଛି। ତେବେ ମୃତ ପୋଲିସ୍ କନଷ୍ଟେବଳ ଶଙ୍କର ବେହେରା ବେଆଇନ୍ ବହୁମୂଲ୍ୟ ରତ୍ନ ପଥର କାରବାର ରେ ଜଡିତ ଥିଲା। ଏବଂ ସେ ରତ୍ନ ପଥର ବିକ୍ରି କରିବା ପାଇଁ ଡିଲ ଚାଲିଥିବା ବେଳେ ଏହି ଅଭିଯୁକ୍ତ ମାନେ ରତ୍ନ ପଥର କିଣିବାକୁ ଆସି ତାକୁ ହତ୍ୟା କରି ସେହି ରତ୍ନ ପଥର ଲୁଟ କରିଥିବାର ପୋଲିସ୍ ସୂଚନା ଦେଇଛି।
ତେବେ ବଲାଙ୍ଗୀର ଏସ ପି ଋଷିକେଶ କିଲାରି କହିଛନ୍ତି ଯେ ମେ 16 ତାରିଖ ରେ ଏହାର ଅଭିଯୋଗ ଆସିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ଏବଂ ଏଥିରେ ଚାରୋଟି ରାଜ୍ୟର ଅଭିଯୁକ୍ତ ସାମିଲ ଥିବାର ପୋଲିସ୍ ଜାଣିବାକୁ ପାଇଥିଲା। ସେହିପରି ପୋଲିସ୍ ର ତିନୋଟି ଟିମ ପଞ୍ଜାବ ଜଳନ୍ଧର, ବିହାର ର ଗୟା, ଝାଡ଼ଖଣ୍ଡ, ଓ କଲିକତା ଯାଇ ତଦନ୍ତ ଆରମ୍ଭ କରିଥିଲେ। ସେହିପରି ଏଥିରେ ମୁଖ୍ୟ ଅଭିଯୁକ୍ତ ଝାରଖଣ୍ଡ ରାଜ୍ୟ କୋଦେର୍ମା ଜିଲ୍ଲାର ପଙ୍କଜ କୁମାର ଓ ସୁରଜ୍ କୁମାର ବନର୍ୱାଲ ସହିତ ବଲାଙ୍ଗୀର ପାଟଣାଗଡ଼ ବରପଦର୍ ର ରୋହିତ ସା, ଅନୁଗୁଳ ଜିଲ୍ଲା ସର୍ଗିସେନି ଗ୍ରାମର କୃଷ୍ଣ ମେହେର, ବୌଦ୍ଦ ଜିଲ୍ଲା ଇଛାପଦ୍ଦା ଗ୍ରାମର ମନୋରଞ୍ଜନ ସଠୁଆ ଓ ସୋନପୁର ଜିଲ୍ଲା ନନ୍ଦମାଲ ଗ୍ରାମର ନିତେଇ କରକୁ ପୋଲିସ୍ ଗିରଫ କରିଥିବା ର ସେ କହିଛନ୍ତି। ସେହିପରି ଏଥିରେ ଆଉ ଦୁଇ ଜଣ ବାହାର ରାଜ୍ୟର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ମଧ୍ୟ ପୋଲିସ୍ ଧରିବାର ତନାଘନା ଜାରି ରଖିଥିବା ର ସେ କହିଛନ୍ତି। ଏବଂ ଏଭିଯୁକ୍ତଙ୍କ ଠାରୁ ଗୋଟିଏ ଇନୋଭା ଗାଡ଼ି, ଗୋଟିଏ ମାରୁତି ଆର୍ଟିକା ଗାଡ଼ି ସହ ତିନୋଟି ମୋଟର ସାଇକଲ ଜବତ କରିଥିବାର ସେ କହିଛନ୍ତି। ସମାନ ଭାବରେ ଏମାନଙ୍କ ଠାରୁ ଏକ ମୂଲ୍ୟବାନ ରତ୍ନ ପଥର ଯାହାର ମୂଲ୍ୟ ପଚାଶ ଲକ୍ଷରୁ ଉର୍ଦ୍ୱହେବ ତାହା ମଧ୍ୟ ଜବତ କରିଥିବାର ସେ କହିଛନ୍ତି। ତେବେ ଏମାନଙ୍କ ଠାରୁ ଏକ ଦେଶୀ ମାଉଜାର, ମୋବାଇଲ ଫୋନ ଇତ୍ୟାଦି ମଧ୍ୟ ଜବତ କରା ଯାଇଥିବାର ସେ କହିଛନ୍ତି।
ତେବେ ଗତ 16 ତାରିଖରେ ଝାଡ଼ଖଣ୍ଡର ପଙ୍କଜ କୁମାର ଜାଲ ଓ ଅନ୍ୟ ସାତ ଜଣ ଜାଲ ଆଧାର କାର୍ଡ ଓ ପରିଚୟ ପତ୍ର ଦ ରେନ ସିଂହ ନାଆରେ ଏଠିକାର ହୋଟେଲ ରୁମ୍ ବୁକ କରିଥିଲେ। ଏବଂ ପୋଲିସ୍ କନଷ୍ଟେବଳ ଶଙ୍କର ବେହେରା ଙ୍କୁ ସେ ରଖିଥିବା ରତ୍ନ ପଥର ଆଣି ଏଠି ଆସିବାକୁ କହିଥିଲେ। ଉଦ୍ଦେଶ୍ୟ ଥିଲା ତାକୁ ଏଠି ହତ୍ୟା କରି ରତ୍ନ ପଥର ଲୁଟ କରି ବାର । ଏବଂ ସେମାନେ ଏଥିରେ ସଫଲ ହୋଇଥଲା। ତେବେ 16 ମେରେ ପୋଲିସ୍ କନଷ୍ଟେବଳ ଏହି ରୁମ୍ କୁ ଆସିବା ପରେ ତାକୁ ଏମାନେ ହଟ ଗୋଡ଼ ଓ ମୁହଁ ରେ କପଡା ଇତ୍ୟାଦି ବାନ୍ଧି ହତ୍ୟା କରିଥିଲେ। ଏବଂ ହତ୍ୟା କରିବା ପରେ ସେ ମାନେ ଏଠୁ ଫେରାର ମାରିଥିଲେ ବୋଲି ଏସ ପି ଋଷିକେଶ କିଲାରୀ କହିଛନ୍ତି। ଏବଂ ବଲାଙ୍ଗୀର ଟାଉନ ଥାନା କେସ ନମ୍ୱର୍ 388 ରେ ମାମଲା ରୁଜୁ କରି ହତ୍ୟା ଦଫା 302 ରେ ଆଜି ଏମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବାର ସେ କହିଛନ୍ତି। ସେହିପରି ଏହି ସଫଲ ତଦନ୍ତରେ ବଲାଙ୍ଗୀର ଏସ ଡି ପି ଓ ପ୍ରଦୀପ କୁମାର ସାହୁ, ବଲାଙ୍ଗୀର ଟାଉନ ଥାନା ଅଧିକାରୀ ବିଶ୍ୱଜିତ୍ ମନବୋଧ, ଇନ୍ସପେକ୍ଟର ଅନିତା ପ୍ରଧାନ, ଏସ ଆଇ ସୁଜ୍ଞାନ ବାରିକ, ଏ ଏସ ଆଇ ବୈକୁଣ୍ଠ ଦେହରି, ଏସ ଆଇ ଦୀପକ ଡାଙ୍ଗ, ଏସ ଆଇ ଅଭିନାଶ ନାୟକ, ସାଇବର ଏ ଏସ ଆଇ କେ ମାଝୀ, ହେମନ୍ତ କୁମାର ମିଶ୍ର, ସି ଏସ ଆଇ ଡି ପ୍ରଧାନ, କନଷ୍ଟେବଳ ୟୁ କେ ଭୋଇ, ପି ମାଝୀ, ଏ କେ କୁଅଁର ଓ ଏସ ଧରୁଆ ପ୍ରମୁଖ ସାମିଲ ଥିଲେ ବୋଲି ଏସ ପି କହିଛନ୍ତି।
ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍


