ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ହରଗୌରୀ ଦେବୀଙ୍କ ସୁଳିଯାତ୍ରା ଓ ଚୈତ୍ରଯାତ୍ରା ପାଳିତ

ଜୁନାଗଡ଼,୨୦/୪//  ଜୁନାଗଡ଼ ସହରର ହିଂଜିଲିବାହାଳି ଛକ ସ୍ଥିତ ମା ହରଗୌରୀ ପୀଠରେ ବାର୍ଷିକ ସୁଳିଯାତ୍ରାଓ ଚୈତ୍ର ଯାତ୍ରା ସମାରୋହରେ ପାଳିତ ହୋଇଯାଇଛି।ଏହି ଯାତ୍ରା ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।ହରଗୌରୀ ଙ୍କ ଏହି ପୀଠରେ ବର୍ଷକୁ ଦୁଇଥର ମୁଖ୍ୟ ଯାତ୍ରା ଅନୁଷ୍ଠିତ ହୋଇଥାଏ।ଚୈତ୍ର ଓ ଦଶହରାରେ ମାଙ୍କ ଏହି ପ୍ରମୁଖ ଯାତ୍ରା ଅନୁଷ୍ଠିତ ହୋଇଥାଏ।ଏହାର ମୂଳ ପୀଠ ନୂଆପଡା ଛତିଶଗଡ଼ ସୀମା ଦେଉଳପଡା ରେ ରହିଛି। ଦୀର୍ଘ କୋଡିଏ ବର୍ଷ ହେଲା ଏ ଅଂଚଳର ଶ୍ରଦ୍ଧାଳୁ ଏଠାରେ ପିଠ ପ୍ରତିଷ୍ଠା କରି ମା ଙ୍କ ପୂଜା କରିଆସୁଥିବା ମୁଖ୍ୟ ଶିରା ଟୁନାବାବା ପ୍ରକାଶ କରିଛନ୍ତି।ଏହି ସୁଳିଯାତ୍ରା ଚୈତ୍ରମାସରେ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ମାଙ୍କ ପୂଜା ୨ ଦିନ ଧରି ଅନୁଷ୍ଠିତ ହୋଇଥାଏ।ଏହି ଯାତ୍ରାରେ ମାନସିକ ଧାରୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।ଏହି ଯାତ୍ରାର ପ୍ରଥମ ଦିନରେ ନିସିପୁଜା ଅନୁଷ୍ଠିତ ହୋଇ ସୁଳିଯାତ୍ରା ଏବଂ ମାଙ୍କ ଲକ୍ଷ୍ମୀ ରୁପରେ ଭଣ୍ଡାରଘର ପ୍ରବେଶ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଶିରା ଟୁନା ବାବା ଙ୍କୁ ମା ଆବିର୍ଭାବ ହୋଇ ଭକ୍ତଙ୍କ ସୁଖଦୁଃଖ ବୁଝି ଆଶୀର୍ବାଦ କରିଥିଲେ।ଲାଠୁଆ ଶିରା ଭକ୍ତ କୈବର୍ତ,ଗେଁଜି ଶିରା ଭାବେ ପିଙ୍କୁ ଦୁର୍ଗା ମା ଙ୍କ ମହିମା ପ୍ରଦର୍ଶନ କରିଥିଲେ।ସେହିପରି ତୀର୍ଥରଜ ରଣା,ପିତ ଭଇସାଲ,ବିପିନ ବେମାଲ,ଅଡେଶ୍ୱର ସେନାପତି ପ୍ରମୁଖ ପୂଜକ ପ୍ରତିଦିନ ପୂଜା ସମ୍ପାଦନା କରିଥିଲେ।ବିଭିନ୍ନ ଦିନରେ ଭୋଗ ବଳି ଦିଆଯାଇ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଏହିଯାତ୍ରା ରେ ପୀଠ କମିଟିରୁ ଗୌରଚନ୍ଦ୍ର ରଥ, ବଳିୟାର ଭୋଇ,ଶଶୀଦାସ, ହେମନ୍ତ ନାଏକ, ପ୍ରକାଶ ନିଆଲ, ପରୀକ୍ଷିତ ଗହୀର, ଜନ୍ମେ ଚଣ୍ଡୀ, ବିଜୟ ଚନ୍ଦ୍ର ରଣା ପ୍ରମୁଖ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିଳାସିନୀ ପୃଷ୍ଟି ଙ୍କ ଉପସ୍ଥାପନା // ମହା ଶିବରାତ୍ରି ଜାଗର 

Sunil Chandra Nayak

ଉଲିକୁପା ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନମୁଦ କାର୍ଯ୍ୟକ୍ରମ

Sunil Chandra Nayak

ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ସହାୟତାରେ ବିଶ୍ଵ ମଙ୍ଗଳ କାମନା କଲେ ଦିବ୍ୟାଙ୍ଗ କାଉଡ଼ିଆ 

Sunil Chandra Nayak

Leave a Comment

error: Content is protected !!