ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି :ଧାର୍ଯ୍ୟ ସମୟ ବ୍ୟବଧାନ ରେ ବସୁନି ବୈଠକ  

ତେନ୍ତୁଳିଖୁଣ୍ଟି ୨୦/୦୪/୨୩ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ରେ ଆଜି ଦ୍ବିତୀୟ ସମିତି ବୈଠକ ହୋଇଛି । ଏଣୁ ସଭ୍ୟ ସଭ୍ୟା ମାନେ ତୁମ୍ବିତୋଫାନ କରିଥିଲେ। ସେଥିରେ ପୁଣି ଆଜିର ମିଟିଂ ସମୟ ଯାହା ଧାର୍ଯ୍ୟ ଥିଲା ଓ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା କୁ ସୂଚନା ଦେଇଥିଲା ସେହି ଅନୁସାରେ ବୈଠକ ଆରମ୍ଭ ହୋଇ ନଥିବା ରୁ ଅସନ୍ତୋଷ ତୀବ୍ର ହୋଇଥିଲା। ମାତ୍ର 12 ବାଜିଲା ବେଳକୁ ମଧ୍ୟ ଆରମ୍ ନହେବାରୁ ସମସ୍ତ ସରପଞ୍ଚ ସମିତି ସଭ୍ୟ ମିଟିଂ ରୁ ଉଠି ଯାଉଥିବା ବେଳେ ଅଧା ବାଟରୁ ଅଟକାଇ ଚେୟାରମ୍ୟାନ ନିଲେନ୍ଦ୍ରୀ ନାୟକ,ଭାଇସ ଚେୟାରମ୍ୟାନ ରାଜେନ୍ଦ୍ର ବିଷୋୟୀ, ବିଡିଓ ଦୁର୍ଯ୍ୟୋଧନ ଭୋଇ ବହୁତ ବୁଝାସୁଝା କରିବା ପରେ ସମସ୍ତେ ମିଟିଂ କୁ ଆସିଥିଲେ।ମିଟିଂ ରେ ଦୀପ ଲଗେଇ ଆରମ୍ଭ କରିବାବେଳ କୁ ସମିତିସଭ୍ୟ ପ୍ରଭାତୀ କନ୍ଧ କହିଲେ ତିନି ମାସରେ ଥରେ ସମିତି ମିଟିଂ ହେବା କଥା କାହିଁକି ଦଶ ମାସରେ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ଏହାକୁ ପାତ୍ରପୁଟ ସମିତିସଭ୍ୟ ଦିଲ୍ଲୀପ ପ୍ରଧାନୀ,ତେନ୍ତୁଳିଖୁଣ୍ଟି ସମିତି ସଭ୍ୟା ମଧୁସ୍ମିତା ପାଣିଗ୍ରାହୀ ସମର୍ଥନ କରିଥିଲେ ।ଏହି ବିଷୟ କୁ ନେଇ ବିଡ଼ିଓ ଅନ୍ୟାନ୍ୟ କାମ ବିଧାୟକ ଙ୍କ ସମୟ ହେଉ ନ ଥିଲା ସେଥିପାଇଁ ବିଳମ୍ବ ହେଲାବୋଲି କହିଥିଲେ। ଏହି କଥା କୁ ନେଇ ଆଜିହିଁ ବର୍ଷ ଯାକର ସାମିତି ମିଟିଂ କେବେ ହେବ ତାରିଖ ଚୂଡାନ୍ତ କରିବାକୁ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ ସଦାଶିବ ପ୍ରଧାନୀ ତାପରେ ଆରମ୍ଭ ହୋଇଥିଲା 

 ପୂର୍ବ ସମିତି ର ପାଠ ଆରମ୍ଭ ହେଲାବେଳକୁ ଗତ ମିଟିଂ ରେ ପାନୀିୟ ବ୍ୟବସ୍ଥା ନେଇ ବିଧାୟକ ବିଗିଡି ଥିଲେ ତଥାପି ଦଶ ମାସ ବିତିଗଲା କାହିଁକି ପାଣି ସମସ୍ୟା ସୁଧୁରିଲା ନାହିଁ ବୋଲି ଅଭିଯୋଗ କରିଥିଲେ ଦିଲ୍ଲୀପ ପ୍ରଧାନୀ, ଡମ୍ବରୁ ଭତରା ବ୍ଳକର ସଲାର ଦ୍ୱାରା ପାଣି ପିଉଥିବା ଗାଁ ଗୁଡିକ ର କାହିଁକି ମରାମତି କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଥିଲା।ବ୍ଳକର 23 ଟି ରୁ 16 ଟି ଖରାପ ଥିବା କହିଛନ୍ତି ଏହି ବିଭାଗ ର ଅଧିକାରୀ ଉତ୍ତର ଦେଇଥିଲେ ଯିଏ କରିଥିଲେ ସେ ହିଁ ତିଆରି କରିବ ବୋଲି ଉତ୍ତର ଦେବାରୁ ବିଧାୟକ ବିଗିଡି ଯାଇଥିଲେ।ଏହି ବିଭାଗ ର କନିଷ୍ଠ ଯନ୍ତ୍ରୀ ସମସ୍ତ ଉତ୍ତର ମିଛ କହିଛନ୍ତି ବୋଲି ସମସ୍ତ ସରପଞ୍ଚ ସମିତିସଭ୍ୟ କହିଛନ୍ତି । ବିଡିଓ ହସ୍ତକ୍ଷେପ କରିବାରୁ ଏହି ବିଭାଗ ଆଲୋଚନା ବନ୍ଦ ହୋଇଥିଲ। ପ୍ରଥମ ସମିତି ବୈଠକ 21 06 22 ରିଖ ରେ ହୋଇଥିଲା।ଆଜି ଦଶ ମାସ ପରେ ସମିତି ବୈଠକ ହୋଇଯାଇଛି।

 ବ୍ଳକର ଅଙ୍ଗନବାଡି କେନ୍ଦ୍ର ଗୁଡିକ ମରାମତି ଗୁଡାକ ପ୍ରତିନିଧି ମାନଙ୍କୁ ଅଜାଣତରେ ରେ କେମିତି କାମ ହେଉଛି ବୋଲି ବିଡିଓ ଙ୍କୁ ସମିତି ସଭ୍ୟା ପ୍ରଭାତୀ କନ୍ଧ ପ୍ରଶ୍ନ କରିଥିଲେ ମାତ୍ର ଭାଇସ ଚେୟାରମ୍ୟାନ ସିଡିପିଓ ରିପୋର୍ଟ ଅନୁସାରେ କାମ ହେଉଛି ବୋଲି କହିଥିଲେ ମାତ୍ର ସିଡିପିଓ ମୁ ଏ ବିଷୟରେ ଜାଣି ନାହିଁ ବୋଲି ଉତ୍ତର ଦେଇଥିଲେ। ବ୍ଳକରେ ଦୁଇ ବର୍ଷ ଉର୍ଦ୍ଧ୍ବ ହେଲାଣି ନୂତନ ପେନସନ ଦିଆଯାଉ ନାହିଁ କାହିଁକି ବୋଲି ସମସ୍ତ ପ୍ରତିନିଧିମାନେ ଅଭିଯୋଗ କରିଥିଲେ ଏହି ବିଷୟରେ ବି ଏସ ଏସ ଓ ରବୀନ୍ଦ୍ର କୁମାର ସାହୁ କହିଲେ ଏବେ ଅନଲାଇନ ମାଧ୍ୟମରେ ରେ ହେଉଛି 17ଶହ ରୁ ଉର୍ଦ୍ଧ୍ବ ଅନଲାଇନ କରିଛନ୍ତି ମାତ୍ର 359 ଜଣ ନୂଆ ପେନସନ ହେଈଛି ବୋଲି କହିଛନ୍ତି। ବୃଦ୍ଧ ବୃଦ୍ଧା ଙ୍କ ପେନସନ ବ୍ୟାଙ୍କ ପାସବୁକ ଦ୍ବାରା ଦେବା ଫଳରେ ବହୁତ ଜଣଙ୍କ ଫି୍ଙ୍ଗର ପ୍ରିଣ୍ଟ ଆସୁ ନାହିଁ ସେଥିପାଇଁ ପେନସନ ପଇସା ଉଠାଇ ପାରୁ ନାହାନ୍ତି । ସେମାନଙ୍କୁ ହାତହାତୀ ଦେବାକୁ ଦାବି ହୋଇଥିଲା। ସମସ୍ତ ପ୍ରତିନିଧିମାନେ।ବ୍ଳକରେ ଆସୁଥିବା ଅନୁଦାନ କୁ ମନଇଚ୍ଛା ଖର୍ଚ୍ଚ କରୁଥିବା ଅଭିଯୋଗ କରିଥିଲେ।କଣ୍ଟା ଗାଁ ପଞ୍ଚାୟତ ରେ ସମିତିସଭ୍ୟ ଡମ୍ବରୁ ଭତରା ତାଙ୍କ ଅଜାଣତରେ ବ୍ଳକର ଚାରଟି ପ୍ରକଳ୍ପ ହୋଇଥିବା ବୋଲି ଅଭିଯୋଗ କରିଥିଲେ । ଜଣେ ନିର୍ଵାଚିତ ପ୍ରତିନିଧି ମୁଁ ଜାଣିବାର ଅଧିକାର ନାହିଁ କି ? ବୋଲି ବିଡ଼ିଓ କୁ ପ୍ରଶ୍ନ କରିଥିଲେ। ଏହି ବିଷୟ କୁ ନେଇ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା ଓ ଭାଇସ ଚେୟାରମ୍ୟାନ ରାଜେନ୍ଦ୍ର ବିଷୋୟୀ ସହ ଦିଲୀପ ପ୍ରଧାନୀ, ଡମ୍ବରୁ ଭତରା ମଧ୍ୟରେ କଥା କଟା କଟି ହେଇଥିଲା। ଛାତ୍ର ଛାତ୍ରୀ କମ ଦର୍ଶାଇ ବନ୍ଦ ହୋଇଥିବା ବିଦ୍ୟାଳୟ କାହିଁକି ଖୋଲାଯାଉ ନାହିଁ ବୋଲି ଉଦବେଗ ପ୍ରକାଶ କରିଥିଲେ ଦିଲିପ ପ୍ରଧାନୀ ଓ ଅନ୍ୟମାନେ। ବୈ ଠକ ରେ ଅଧ୍ୟକ୍ଷତା ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ କରି ଥିବା ବେଳେ ପୂର୍ଵ ବୈଠକ ର ବିବରଣୀ ଜି ପି ଇ ଓ ମଣ୍ଟୁ ସ୍ୱାଇଁ ପାଠ କରି ଥିଲେ। ଜିଲ୍ଲା ପରିଷଦ ସଭ୍ୟ କୃଷ୍ନା ମଞ୍ଜରୀ ବିଶୋଇ ,ରତିକାନ୍ତ ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିଲେ। ଏମ ପି ପ୍ରତିନିଧି ଭାବେ ପ୍ରଫୁଲ୍ଲ ନାଗ ଯୋଗ ଦେଇଥିଲେ। ପ୍ରାୟ ସବୁ ବୈଠକ ଭଳି ବହୁ ବିଭାଗ ର ଅଧିକାରୀଙ୍କ ଦେଖା ମିଳି ନଥିଲା। ସମିତି ବୈଠକ ଆଲୋଚ୍ୟ ବିଷୟ କାର୍ଯ୍ୟକାରୀ କ୍ଵଚିତ ହେଉଛି କେବଳ ଔପଚାରିକତା ପାଇଁ ବୈଠକ ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମଠକରଗୋଳା ମହା ବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର ଉଦ୍ଘାଟିତ

Sunil Chandra Nayak

ଓଡ଼ିଆ ଭାଷା,କଳା, ସାହିତ୍ୟ ସଂସ୍କୃତି ନବଞ୍ଚିଲେ ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ – ରଞ୍ଜନ ଦାଶ

Sunil Chandra Nayak

ନୂଆପଡା ଜିଲ୍ଲା ଗ୍ରସ୍ତ ରେ ନଗର ଓ ଉନ୍ନୟନ ମନ୍ତ୍ରୀ

masiha

Leave a Comment

error: Content is protected !!