ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡାରେ ଠାକୁରାଣୀ ଯାତ୍ରା ଆୟୋଜନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ

ବାଲିଗୁଡା,20/04/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହୋଇ ମେ ମାସ ୧୩ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବ lଏଥି ନିମନ୍ତେ ବାଲିଗୁଡା ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲାପାଳ ଙ୍କ କାର୍ଯ୍ୟାଳୟ ସଭା ଘୃହ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଏମ.ଏସ.ମଧୁମିତା ସଭାପତିତ୍ୱ କରିଥିବା ବେଳେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା ଉପସ୍ଥିତ ଥିଲେ । ଏହି ବୈଠକରେ ଠାକୁରାଣି ଯାତ୍ରାର ଆୟୋଜକ ତଥା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲୋକାନଥ ପାଢୀ ନିଜ ବକ୍ତବ୍ୟ ରେ ଏହି ଯାତ୍ରା ନିମନ୍ତେ ଗତ ୧୪ ତାରିଖ ସଂକ୍ରାନ୍ତି ଦିନ ଶୁଭଖଣ୍ଟି ସ୍ଥାପନ କରାଯାଇଛି ଓ ଚଳିତ ମାସ ୨୩ ତାରିଖରୁ ଏହି ଯାତ୍ରା ଆରମ୍ଭ ହୋଇ ମେ ମାସ ୧୩ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବ । ମା’ଙ୍କ ଅସ୍ଥାୟୀ ପୀଠ ବରାଳ ଦେବୀ ମନ୍ଦିର ରେ ହୋଇଛି ଓ ମା’ ଅସ୍ଥାୟୀ ପୀଠରୁ ପ୍ରତିଦିନ ସବୁ ସାହିକୁ ପରିଭ୍ରମଣରେ ଯିବେ l ଅସ୍ଥାୟୀ ପୀଠରେ ୨୪ ଓ ୨୭ ତାରିଖ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ଏବଂ ଆସନ୍ତା ମେ ୩ ତାରିଖରୁ ୧୨ ପର୍ଯ୍ୟନ୍ତ ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟକ୍ରମ ରହିଛି l ତତ ସହିତ ମିନିଷ୍ଟାଡିୟମ ପରିସରରେ ଦୋକାନ ବଜାର ନିମନ୍ତେ ଷ୍ଟଲ କରାଯିବ, ଏହି ଦିନରେ ଅଧିକ ଜନଗହଳି ହେବ ଏବଂ ମା’ ଙ୍କ ପରିକ୍ରମା ସମୟରେ ଶହଶହ ଭକ୍ତଙ୍କ ସମାଗମ ହେବ l ଏଣୁ ପୋଲିସ ପ୍ରଶାସନ ତରଫରୁ ସହଯୋଗର ଆବଶ୍ୟକତା ରହିଛି । ଯାତ୍ରା ଗହଳିକୁ ନଜର ରେ ରଖି ବିଭିନ୍ନ ସ୍ଥାନରେ ଗାଡି ପାର୍କିଂର ବ୍ୟବସ୍ଥା ମଧ୍ୟ କରାଯାଇଛି l ଏଥିରେ ଆମ ସ୍ୱେଛାସେବୀ ମାନେ ନିୟୋଜିତ ହେବେ । ତଥାପି ପୋଲିସ ପ୍ରଶାସନ ସହ ବିଦ୍ୟୁତ ବିଭାଗ, ପାନୀୟଜଳ ଯୋଗାଣ ବିଭାଗ, ଅଗ୍ନିଶମ ବିଭାଗ,ସ୍ୱାସ୍ଥ୍ୟ ବିଭାଗ ଓ ଏନଏସି ତରଫରୁ ସମ୍ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି । ଉପଜିଲ୍ଲାପାଳ କହିଛନ୍ତି ଯେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ ଅରୁଣ କୁମାର ରାଉତ ନୋଡାଲ ଅଫିସର ଭାବେ ଦାୟିତ୍ୱରେ ରହିବେ ଏବଂ ଏନଏସି ତରଫରୁ କମ୍ଭୁପାଣି ପାଣିଗ୍ରାହୀ ନୋଡାଲ ଅଫିସର ଭାବେ ଦାୟିତ୍ୱ ରେ ରହିବେ ଏବଂ ପ୍ରଶାସନ ତରଫରୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି । ସେହିଭଳି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା କହିଛନ୍ତି ଯେ, ପୋଲିସ ପ୍ରଶାସନ ତରଫରୁ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସହ ସବୁ ପ୍ରକାର ସହଯୋଗ କରାଯିବ । ଉପଖଣ୍ଡ କ୍ରୀଡା ସଂଘର ସମ୍ପାଦକ ଡ.ଶୁଶାନ୍ତ କୁମାର ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଯାତ୍ରା ନିମନ୍ତେ କଣକଣ ଆବଶ୍ୟକ ରହିଛି ସେ ସମ୍ପର୍କରେ କହି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଉପଖଣ୍ଡ ସ୍ତରୀୟ ସମସ୍ତ ପ୍ରଶାସନ ଅଧିକାରୀ ଙ୍କ ସମେତ ଯାତ୍ରାର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବୀଜୟନିଙ୍କୁ ମିଳିଲା ସଞ୍ଜୟ ତୁଳ ସମ୍ମାନ 

masiha

ଭକ୍ତିର ବନ୍ୟାରେ ଉବୁଟୁବୁ ତୁଳସୀକ୍ଷେତ୍ର 

masiha

ଲକ୍ଷ୍ମୀ ଙ୍କୁ ମେଦିନୀପୁର ରେ ଭବ୍ୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!