ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରାଜ ମିସ୍ତ୍ରୀ ସଂଘ ପକ୍ଷରୁ ଜିଲ୍ଲା ଆପ୍ ସଭାପତି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ତେନ୍ତୁଳିଖୁଣ୍ଟି,୧/୭(ମସିହା ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରୀଗୁଡ଼ା ନୂତନ ହାଟ ପିଣ୍ଡି ଠାରେ ଆଜି ବ୍ଲକ ରାଜ ମିସ୍ତ୍ରୀ ସଂଘ ର ସଭାପତି ଫାଲଗୁନି ଟାକ୍ରୀ ଙ୍କ ନେତୃତ୍ୱରେ ମାସିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲା ଆପ୍ ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ ଙ୍କୁ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଜିଲ୍ଲା ସଭାପତି ଶ୍ରୀ ଟାକ୍ରୀ ପ୍ରଥମ ଥର ପାଇଁ ତେନ୍ତୁଳିଖୁଣ୍ଟି ବ୍ଲକ ମିସ୍ତ୍ରୀ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପାଇବା ସହିତ ସେ ଆପ୍ ଦଳ ତରଫରୁ ନବରଙ୍ଗପୁର ଜିଲ୍ଲାର ୪ବିଧାନ ସଭା ଓ ଗୋଟିଏ ଲୋକସଭା ପାଇଁ ଏବେଠୁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି କହିଥିଲେ। ଜିଲ୍ଲା ର ବିଭିନ୍ନ ସଂଘ ମାନଙ୍କ ସହିତ ଯୋଗାଯୋଗ କରି ଆଲୋଚନା କରିବେ।ଯଦି ଦିଲ୍ଲୀ ପଞ୍ଚାବ ରେ ଯେଉଁ ଭଳି ମାଗଣା ରେ ବିଦ୍ୟୁତ୍ ୨ଶହ ୟୁନିଟ୍ ଗ୍ରାହକ ପାଉଛନ୍ତି, ସ୍ବାସ୍ଥ୍ୟ, ଶିକ୍ଷା ,ପାନୀୟଜଳ, ରୋଜଗାର,ତାହେଲେ ଆମ ନବରଙ୍ଗପୁର ଜିଲ୍ଲାର ଜନ ସାଧାରଣ ପାଇ ପାରିବେ ନାହିଁ କାହିଁକି? ବିଧବା ବିକଳାଙ୍ଗ ବୃଦ୍ଧ ବୃଦ୍ଧା ମାନ ଙ୍କୁ ମାସିକ ରାଜ୍ୟ ସରକାର ୫ଶହ ଟଙ୍କା ଭତ୍ତା ଦେଉଛନ୍ତି। ସରକାର ସରକାରୀ କର୍ମଚାରୀ ମାନଙ୍କ ମାସିକ ଦରମା ଦାବି କରିଲେ ବଢାଉଛନ୍ତି। ବିଧାୟକ ମାନଙ୍କ ମାସିକ ଦରମା ବଢ଼ାଇବା ଚିନ୍ତା କରୁଛନ୍ତି।ହେଲେ ଶ୍ରମିକ ମିସ୍ତ୍ରୀ ଘରୋଇ ସଂସ୍ଥା ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ପାଇଁ ତିଳେ ହେଲେ ଛିନ୍ତା ନ କରିବା ଚିନ୍ତା ର ବିଷୟ।ରାଜ୍ୟ ସରକାର ଯୋଜନା ଜନ୍ମ ଠାରୁ ମରଣ ଯାଏ ଯୋଜନା କରୁଛନ୍ତି ହେଲେ ଏ ଯୋଜନା ଯାଉଛି କୁଆଡେ଼? ଏଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ରେ ସମସ୍ତେ ଏକ ହୋଇ ଲଢେ଼ଇ କରିବାକୁ ଦାବି କରିଥିଲେ। ନିଜ ହକ୍ ପାଇଁ ସଂଘ ସଦସ୍ୟ ମାନେ ଏକତା ହେଲେ ସବୁ ହାସଲ ହେବ। ଏଣୁ ଏକ ହୋଇ ସମସ୍ତେ କାର୍ଯ୍ୟ କରିବାକୁ କହିଥିଲେ। ଏଥିରେ ବ୍ଲକ ମିସ୍ତ୍ରୀ ସଂଘ ସମ୍ପାଦକ ହରି ମାଝୀ, ଉମେଶ ମାଝୀ, ତରୁଣୀ ସେନ ବିଷୋୟୀ, ଘନ ମୁଦୁଲି, ଜର୍ଜବିନ୍ ବାଘ, ଯୁନୁ ପାଣି,ଲମ୍ବୁ ବିଷୋୟୀ, ବିଜୁ ହରିଜନ ସମେତ ୧୫ପଞ୍ଚାୟତ ର ଶତାଧିକ ମିସ୍ତ୍ରୀ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହାନେସ୍ ବାଘ, ସମେତ ଆପ୍ ବ୍ଲକ୍ କର୍ମକର୍ତ୍ତା ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ପୋଖନାଗୁଡା ବାଲିଯାତ୍ରା ଉଦଯାପିତ 

masiha

ଜିଲ୍ଲା ଆଈନ ସେବା ପ୍ରାଧିକରଣ ପକ୍ଷରୁ ସମ୍ଭିଧାନ ଦିବସ ପାଳନ 

masiha

ଗୁରୁ ଦିବସ ରେ କାମାକ୍ଷାନଗର ମହାବିଦ୍ୟାଳୟ ଓ ମୋ ସ୍କୁଲ ଅଭିଯାନ ତରଫ ରୁ ବୃକ୍ଷ ରୋପଣ

masiha

Leave a Comment

error: Content is protected !!