ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଜନଗଣନା ଅଧିକାରୀଙ୍କ ସମୀକ୍ଷା ବୈଠକ

ଜିଲ୍ଲା ଜନଗଣନା ଅଧିକାରୀଙ୍କ ସମୀକ୍ଷା ବୈଠକ

ଆସିକା, ୬/୫/୨୬ (ଶିବ ଶଙ୍କର ମିଶ୍ର ) ଜିଲ୍ଲା ଜନ ଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେରକେଟା ଧରାକୋଟ ତହସିଲ କାର୍ଯ୍ୟଳୟ ବୈଠକ ଗୃହରେ ତହସିଲ ଅଧିନରେ ଚାଲିଥିବା 284 ହେଚ ଏଲ ବି ର ଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିରେ ଜନ ଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀ ସନ୍ତୋଷ କୁମାର ଆଚାର୍ଯ୍ୟ,ଚାର୍ଜ ଅଫିସର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ଚାର୍ଜ ଅଫିସର ଗଣେଶ ଦଳାଇ, ତନ୍ମୟ ବେହେରା, ସୁଦୀପ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ତିରିଶି ଜଣ ସୁପରଭାଇଯର ଏଥିରେ ଉପସ୍ଥିତ ରହି ତଥ୍ୟ ଉପସ୍ଥାପନ କରିଥିଲେ। ସଂପ୍ରତି 61 ଗୋଟି ହେଚ ଏଲ ବି ରେ ଗଣନା ସରିଥିବା ବେଳେ ଆସନ୍ତା 10 ତାରିଖ ମଧ୍ୟରେ ଗଣନା କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ଜନ ଗଣନା ଅଧିକାରୀ ନିର୍ଦ୍ଦେଶ ଦେବାସହ ଯେଉଁ ସୁପର ଭାଇଯର ଓ ଗଣନାକାରୀ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।

Related posts

୮ ରେ କୃଷକ ଆନ୍ଦୋଳନ, ଅନିର୍ଦ୍ଧିଷ୍ଟ କାଳ ଯାଏଁ ଦୋକାନ ବଜାର ଅଖଚକ ବନ୍ଦ,ଆବଶ୍ୟକ ପଦକ୍ଷେପ ପାଇଁ ଦାବି

ପବିତ୍ର ଚାରି ବେଦ ଅନୁସାରେ ବ୍ରହ୍ମା, ବିଷ୍ଣୁ ଓ ଶିବ ସୃଷ୍ଟିର ସର୍ଜନା ପାଇଁ ସୃଷ୍ଟି 

ରାୟଗଡ଼ା ଠାରେ ଦିବ୍ୟଦର୍ଶନ ସଂଘର 37ତମ ସର୍ବଭାରତୀୟ ଦିବ୍ୟ ସମ୍ମିଳନୀ ଆୟୋଜନ 

masiha

Leave a Comment

error: Content is protected !!