ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖେଦାପଡା ଠାରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ 

ଖେଦାପଡା ଠାରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ 

ରାୟଗଡା /ଥେରୁବାଲି :- ଇମ୍ଫା ଶିଳ୍ପାଞ୍ଚଳର ପାର୍ଶ୍ଵବର୍ତ୍ତୀ ଗ୍ରାମ ଖେଦାପଡ଼ା ଠାରେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ , ଇମ୍ଫା ଏବଂ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ବାରା ୨୦୨୪-୨୫ ଆର୍ଥିକ ବର୍ଷରେ ଏହାର ସାମାଜିକ ଦାୟୀତ୍ଵବୋଧ କାର୍ଯ୍ୟକ୍ରମ ଜରିଆରେ ପ୍ରତିଷ୍ଠିତ ଏକ , ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଇମ୍ଫା ଶିଲ୍ପ ଗୋଷ୍ଠୀ ର ପୂର୍ଣ୍ଣ କାଳୀନ ନିର୍ଦ୍ଦେଶକ-ତଥା- ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମାନ୍ ବିଜୟନନ୍ଦ ମହାପାତ୍ର ଙ୍କ କରକମଳରେ , ଇମ୍ଫା ଶିଳ୍ପ ଗୋଷ୍ଠୀର ବ୍ୟବସାୟିକ ମୁଖ୍ୟ ଶ୍ରୀମାନ୍ ସୁରେଶ କୁମାର ବାବୁ , ଇମ୍ଫା ଥେରୁବାଲିର ଉପସଭାପତି-ତଥା-ନିର୍ବାହୀ ଅଧିକାରୀ ଶ୍ରୀମାନ୍ ଆଶିଷ କୁମାର ରାୟ , କୋଲନାରା ପଂଚାୟତ ସମିତିର ଉପଧକ୍ଷ୍ୟ ଶ୍ରୀମାନ୍ ହଲଧର ହିମିରିକା , ଖେଦାପଡା ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମାନ୍ ନରସିଂହ କିଲାକା ଓ ଗ୍ରାମର ବରିଷ୍ଠ ନାଗରିକ ଓ ଗ୍ରାମବାସୀ ଙ୍କ ସଦୟ ଉପସ୍ଥିତିରେ ଶୁଭ ଉଦଘଟିତ ହୋଇଯାଇଛି । ଏହି ସମାରୋହରେ ଅନେକ ସମ୍ମାନିତ ବ୍ୟକ୍ତି, ଶତାଧିକ ଗ୍ରାମବାସୀ, ପୁରୁଷ ଓ ମହିଳା, ଏହି କାର୍ଯ୍ୟକ୍ରମ ଦେଖିବାକୁ ଉପସ୍ଥିତ ଥିଲେ। ଖେଦାପଡ଼ା ର ଆଦିବାସୀ ସମୁଦାୟ ଗ୍ରାମଦେବୀଙ୍କ ବିଜେ ସ୍ଥଳୀ ରେ ପାରମ୍ପାରିକ ପୂଜା ସହିତ ସମ୍ମାନିତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଓ ତାଙ୍କୁ ଆଦିବାସୀମାନେ ସେମାନଙ୍କର ପାରମ୍ପରିକ ଘିରିକା ନାଚ ଓ ବାଦ୍ୟ ର ତାଳେ ତାଳେ ପାଛୋଟି ନେଇଥିଲେ “ଅତିଥି ଦେବୋ ଭବ” ର ମନୋଭାବନେଇ ସମ୍ମାନିତ ଅତିଥି ମାନଙ୍କୁ ଆଦିବାସୀ ପରମ୍ପରାନୁସାରେ ଉତ୍ତରୀୟ ପ୍ରଦାନ କରାଯାଇ, ଶ୍ରୀରାମ ମନ୍ଦିରରେ ପ୍ରଭୁ ଶ୍ରୀରାମ ଙ୍କର ବୈଦିକ ନିତୀ ନିୟମ ଅନୁଯାୟୀ ପୂଜା ଆୟୋଜିତ କରାଯାଇଥିଲା। ମୁଖ୍ୟ ଅତିଥି , ଶ୍ରୀ ବିଜୟନନ୍ଦ ମହାପାତ୍ର ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ର ଫଳକ ଉନ୍ମୋଚନ କରିବା ପମ୍ପ ଚାଲୁକରି ପ୍ରକଳ୍ପକୁ ଉଦ୍ଘାଟିତ କରିଥିଲେ ଓ ଗ୍ରାମବାସୀଙ୍କୁ ଉଦ୍ବୋଧନ ଦେଇ ଏହି ଅଞ୍ଚଳର ସାମାଜିକ ବିକାଶ ପାଇଁ ଆଗାମୀ ସମୟରେ ଇମ୍ଫାର ସହଯୋଗ ରହିବ ବୋଲି ଆଶ୍ୱସ୍ତ କରିବା ସହ ଲୋକଙ୍କର ସହଯୋଗ କାମନା କରିଥିଲେ। ପଂଚାୟତ ସମିତି ଉପାଧ୍ୟକ୍ଷ ଓ ଖେଦପଡା ସରପଞ୍ଚ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଇମ୍ଫାର ଏବଂ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଅବଦାନର ପ୍ରଶଂସା କରି, ଇମ୍ଫାକୁ ଏହି ଅଞ୍ଚଳର “ଭାତହାଣ୍ଡି ” ବୋଲି ବର୍ଣ୍ଣନା କରିଥିଲେ ଓ ଏକ ଉତ୍ତମ ଶିଳ୍ପ ସମ୍ପର୍କର ଆବଶ୍ୟକତା ରହିଛି ବୋଲି ଅଲୋଚନା କରିଥିଲେ। ଖେଦପଡା ଗ୍ରାମର ବରିଷ୍ଠ ନାଗରିକ -ତଥା-ଶ୍ରୀରାମ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀମାନ୍ ଶ୍ରୀ ହରିଶ୍ଚନ୍ଦ୍ର ପାଣିଗ୍ରାହୀ, ଗ୍ରାମର ଅନ୍ୟତମ ବରିଷ୍ଠ ନାଗରିକ ଶ୍ରୀମାନ୍ କିଶୋର ଚନ୍ଦ୍ର ପାଣିଗ୍ରାହୀ,ଶ୍ରୀମାନ୍ ଜେ.ନାରାୟଣ ରାଓ , ଶ୍ରୀମାନ ଗୋପାଳ ସିଂହ ଙ୍କ ଉପସ୍ଥିତିରେ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ଶ୍ରୀମାନ୍ ଲିଙ୍ଗରାଜ ପାଣିଗ୍ରାହୀ ଧନ୍ୟବାଦ ଜଣାଇଥିଲେ। ଇମ୍ଫାର ପୂର୍ଣ୍ଣ କାଳୀନ ନିର୍ଦ୍ଦେଶକ-ତଥା- ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଇମ୍ଫା ଶିଳ୍ପ ଗୋଷ୍ଠୀର ବ୍ୟବସାୟିକ ମୁଖ୍ୟ, ଇମ୍ଫା ଥେରୁବାଲିର ଉପସଭାପତି-ତଥା-ନିର୍ବାହୀ ଅଧିକାରୀ ଖେଦାପଡ଼ା ର କନ୍ୟା ଏକ୍ସପ୍ରେସ୍ କାର୍ଯ୍ୟକ୍ରମ ର ହିତାଧିକାରୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହିତ ଆଲୋଚନା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଟିପିଏସ୍ଓଡିଏଲ୍ ତରଫରୁ ଛାତ୍ରବୃତ୍ତି ଏବଂ ଦକ୍ଷତା ବିକାଶ ମାଧ୍ୟମରେ ମହିଳା ସଶକ୍ତିକରଣ ଦିଗରେ ଅଭିନବ ପଦକ୍ଷେପ

Sunil Chandra Nayak

ଉଦାହରଣ ଟିମ୍ ର ପ୍ରସ୍ତୁତି ବୈଠକ 

masiha

କୁମ୍ଭକର୍ଣ୍ଣ ନିଦ୍ରାରେ ୩ ବିଭାଗ  , ବେଧଡ଼କ ଚାଲିଛି ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ 

Sunil Chandra Nayak

Leave a Comment

error: Content is protected !!