ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଃଖୀ/ଗରିବଙ୍କ ଦୁଃଖ ସହ ସର୍ବଦା ଶାସ୍ତ୍ରୀନଗର ଯୁବ କମିଟି

ଦୁଃଖୀ/ଗରିବଙ୍କ ଦୁଃଖ ସହ ସର୍ବଦା ଶାସ୍ତ୍ରୀନଗର ଯୁବ କମିଟି

ଯୋଡ଼ା – ଗତ କିଛି ଦିନ ତଳେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଶ୍ରୀମତୀ ସୁବାଶୀନି ପାତ୍ରଙ୍କ ମୃତ୍ୟୁ ଖବର ଯୋଡ଼ା ସହରର ବନେଇକଳା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।ଶ୍ରୀମତୀ ପାତ୍ର ଜଣେ ଧର୍ମ ପରାୟଣ ମହିଳା ଥିବା ବେଳେ ସେ ଜଣେ ସାଧାରଣ ସରଳ ସ୍ୱଭାବର ପରଉପକାରୀ ମହିଳା ଭାବରେ ବେସ ଜଣାଶୁଣା। ତେବେ ଏହି ଖବର ଜାଣିବା ପରେ ସ୍ଥାନୀୟ ଶାସ୍ତ୍ରୀନଗରର ଯୁବ କମିଟି ଗଭୀର ଦୁଃଖ ପ୍ରକାଶ କରିବା ସହ ଆଜି ତାଙ୍କର ଏକାଦଶ ତିଥିରେ (ରବିବାର) ଯୁବ କମିଟିର ଉପସଭାପତି – ସତ୍ୟକୀ ବେହେରା,ସମ୍ପାଦକ – ସୁବ୍ରତ ନାୟକ ତଥା କମିଟି ସଦସ୍ୟ ବୃନ୍ଦ ଏକତ୍ରୀତ ହୋଇ,ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି କରି ସମବେଦନା ଜଣାଇ,ଶୁଦ୍ଧି କ୍ରିୟା ନିମନ୍ତେ ୫୦୦୦ ଟଙ୍କାର ଅର୍ଥ ପ୍ରଦାନ କରି ସହାୟତାର ହାତ ବଢ଼ାଇ ଥିବାର ଜାଣିବାକୁ ମିଳେ। ତେବେ ଅଞ୍ଚଳର ଉକ୍ତ ଯୁବ କମିଟିର ପରଉପକାରୀ ସାହାଯ୍ୟ ଖବର ଜାଣିବା ପରେ ସାଧାରଣରେ ସ୍ବାଗତ ଯୋଗ୍ୟର ପାତ୍ର ପାଲଟିଛି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ବାସନ୍ତୀ ଯୁବକ ସଂଘ,ବଡ଼ ଡାଳିମା ଆନୁକୂଲ୍ୟରେ ୬୩ ତମ ଦୁର୍ଗାପୂଜା 

masiha

ଶିବିରରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ଫାୟାର ଆଣ୍ଡ ସେଫ୍ଟୀ ଅଫିସର (ଅଗ୍ନି ନିରାପତ୍ତା ଅଧିକାରୀ) ସମାଜସେବୀ ଇଂ.ମାନସ ରଞ୍ଜନ ମାଣ୍ଡୋଇ 

ସାଇକେଲ ପ୍ରଦାନ କରି ଭିନ୍ନକ୍ଷମଙ୍କ ମୁହଁରେ ହସ ଫୁଟେଇଲେ ସାମାଜିକ କର୍ମୀ

Sunil Chandra Nayak

Leave a Comment

error: Content is protected !!