ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର 

ତିରିଂ ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର 

        ମୟୂରଭଞ୍ଜ- ୭/୧୦ ( ମସିହା) ସାଂପ୍ରତିକ ପରିସ୍ଥିତିରେ ଅନଲାଇନ ଠକେଇ ସମାଜରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।ଡିଜିଟାଲ ଯେତେ ସହଜରେ ଆଗେଇ ଚାଲିଛି ସାଇବର ଠକ୍ ତା’କୁ ତାଳ ଦେଇ ସେତିକି ଚ୍ୟାଲେଞ୍ଜ କରୁଛି । ଡିଜିଟାଲ ଡାଳେ ଡାଳେ ଗଲାବେଳେ ଅନ ଲାଇନ ଠକ୍ ପତରେ ପତରେ ମାଡ଼ି ଚାଲିଛି । ବର୍ତମାନ ଡିଜିଟାଲ ଯୁଗରେ ସାଇବର ଠକେଇ ସମାଜ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ଜନତାର କଷ୍ଟ ଉପାର୍ଜିତ ସଂପତ୍ତି ଓ ଅର୍ଥ ଉପରେ ଲୋଲୁପ ଦୃଷ୍ଟି ରଖିଛନ୍ତି ସାଇବର ଠକ୍ । ତେଣୁ ଟିକେ ଅସାବଧାନ ହେଲେ ସବୁକିଛି ଲୁଟ ହୋଇଯିବ ଅନଲାଇନ ମାଧ୍ୟମରେ । ଆମ ମାନଙ୍କ ମଧ୍ୟରେ ଥିବା ଅତ୍ୟଧିକ ଲୋଭ, ମାଗଣା ପାଇବା,ଡରିବା ଯୋଗୁଁ ଆମେ ସାଇବର ଠକେଇ ର ଶିକାର ହେଉଛୁ। ତେଣୁ ଫୋନ୍ କରି ଆମକୁ ଲୋଭ ମାଗଣା ଓ ଭୟ ଦେଖାଇ ଆଧାର ନମ୍ବର, ପାସବୁକ ନମ୍ବର, ATM ନମ୍ବର ମାଗିଲେ ଆମେ ଏଥିପ୍ରତି ସଚେତନ ରହିବା ଆବଶ୍ୟକ। ସବୁଠାରୁ ମୂଲ୍ୟବାନ କଥା ହେଲା ଓଟିପି ନମ୍ବର କାହାରିକୁ ଦେବ ନାହିଁ ।ଦେବା ପୂର୍ବରୁ ୭ ଥର ଚିନ୍ତା କରିବ ।ବର୍ତମାନ ମାରାତ୍ମକ କରୋନା ଠାରୁ ଭୟଙ୍କର ସର୍ବନାଶକାରୀ ସାଇବର ଠକେଇକୁ ଲକ୍ଷ୍ୟକରି ଓଡ଼ିଶା ପୋଲିସ ଜନତାଙ୍କ ଧନ ଓ ଜନ ସୁରକ୍ଷାକୁ ଗୁରୁତ୍ଵ ଦେଇ ଅକ୍ଟୋବର ମାସରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଗତ ୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କୋଣେ ଅନୁକୋଣେ ସାଇବର ସୁରକ୍ଷା ସଚେତନତା ରଥ ଭ୍ରମଣ କରି ସାଧାରଣ ଜନତାଙ୍କୁ ସଚେତନ କରାଇବ । ଆଜି ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ପକ୍ଷରୁ ବ୍ଲକ୍ ପରିସରରେ ଏବଂ ବଡଡଆଳଇମଆ ବଜାର ନିକଟରେ ସାଇବର ସୁରକ୍ଷା ନେଇ ସଚେତନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ମଦ ସହ ରଥସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଲିଡି ମାଧ୍ୟମରେ ମଧ୍ୟ ସଚେତନ କରାଯାଇଥିଲା ।ଏଥିରେ ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ସଭାପତିତ୍ଵ କରିଥିବା ବେଳେ, ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା,DSP -ଦୋଲାମଣି ଭୋଇ , ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ଵର ସାମାଡ,ତିରିଂ ଵ୍ଳକ ବିଡ଼ିଓ ବାସନ୍ତୀ ଲାକ୍ରା,ତହସିଲଦାର ଚାରୁଲତା ସିଂ, ମୟୂରଭଞ୍ଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,ବ୍ୟାଙ୍କ ଅଫ ଇଣ୍ଡିଆ ମେନେଜର ମୁନାରାମ ମୁର୍ମୁ, ତିରିଂ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗେଶ୍ୱର ଯେନା, ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା,ରାଧାକାନ୍ତ ମହାରଣା, ଵଡଡଆଳଇମଆ ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବଳ ଦାସମହାପାତ୍ର,ପ୍ରମୁଖ ଯୋଗ ଦେଇ ଲୋକଙ୍କୁ ସାଇବର ସଚେତନତା ସୃଷ୍ଟି ପାଇଁ ବାର୍ତ୍ତା ଦେଇଥିଲେ। ଅନଲାଇନରେ ଠକେଇର ଶିକାର ହେଲେ ସଙ୍ଗେ ୧୯୩୦ ନମ୍ବରକୁ ଡାଏଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ମୟୂରଭଞ୍ଜ ପୋଲିସର ଏଭଳି ସାଇବର ସଂକ୍ରାନ୍ତିୟ ଜନ ସଚେତନତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।କାର୍ଯ୍ୟକ୍ରମକୁ ତିରିଂ ଥାନାଧିକାରୀ ଭାସ୍କର ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମଚାରୀ, ପୋଲିସ ସମିତି ସଦସ୍ୟ ପ୍ରମୁଖ ପରିଚାଳନା ସଫଳ କରିବାରେ ସହଯୋଗ କରିଥିଲେ ।

   ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ସାଆନ୍ଧା ଫାଣ୍ଡି ଓ ପରଜଙ୍ଗ ଥାନା ନେତୃତ୍ବରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ

masiha

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଜାତୀୟସ୍ତରୀୟ ଶ୍ରୀମଦ୍ ଭଗବତ ଗୀତା ଜୟନ୍ତୀ ୨୦୨୪ ଅନୁଷ୍ଠିତ 

masiha

ମୁଷାନାଳଠାରେ ବିଶ୍ବ ଆଦିବାସୀ ଦିବସ ପାଳନ ସମାରୋହ , ଲାଞ୍ଜିଗଡ଼ ବ୍ଲକର ପ୍ରଥମ ଓଏଏସ୍ ସନାତନ ମାଝୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!