ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଞ୍ଛାନିଧି ମହାନ୍ତି ଥିଲେ ଓଡ଼ିଶା ମାଟିର ବିଲକ୍ଷଣ ପ୍ରତିଭା

ବାସୁଦେବପୁର ଜନକଲ୍ୟାଣ ପରିଷଦ, ରାଉରକେଲା ର ବାର୍ଷିକ ଉତ୍ସବ ଓ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜୟନ୍ତୀ ପାଳିତ

ରାଉରକେଲା/ରାଉରକେଲାର ଅଗ୍ରଣୀ ସାମାଜିକ-ସ୍ବେଚ୍ଛାସେବୀ ଅନୁଷ୍ଠାନ ବାସୁଦେବପୁର ଜନକଲ୍ୟାଣ ପରିଷଦ ରାଉରକେଲା ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ୧୨୭ତମ ଜନ୍ମ ଦିବସ ପାଳନ ସହ ପରିଷଦର ୨୪ତମ ବାର୍ଷିକ ଉତ୍ସବ ସେକ୍ଟର ୨୦ସ୍ଥିତ କଳିଙ୍ଗ କଳା ପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଡାକ୍ତର ରବିନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ ଉପ ମହାପ୍ରବନ୍ଧକ ଇଂ. ପ୍ରତାପ କୁମାର ରାୟ, ସମ୍ମାନିତ ଅତିଥି ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଭବେଶ ଚନ୍ଦ୍ର ସାହୁ ଏବଂ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶିକ୍ଷାବିତ୍ ଡଃ. ଅଶ୍ବିନୀ କୁମାର ରାୟ ଯୋଗ ଦେଇ ସେମାନଙ୍କ ବକ୍ତବ୍ୟରେ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଆଉ ଥରେ ଜୀବନ୍ତ ହୋଇ ମାଟି ମା’ର ଜୟଗାନ ଯେମିତି କରିଛନ୍ତି ତଥା ତାହା ସହ ଜାତୀୟ କବି ବାଞ୍ଛାନିଧିଙ୍କୁ ଓଡ଼ିଶା ମାଟିର ବିଲକ୍ଷଣ ପ୍ରତିଭା ଭାବେ ଅଭିହିତ କରିଥିଲେ। ଓଡ଼ିଆ ମାନଙ୍କ ମଧ୍ୟରେ ଜାତୀୟତାର ଉଦ୍ରେକ ପାଇଁ ସେ କେବଳ କାଳଜୟୀ ସଂଗୀତ ରଚନା କରିନଥିଲେ, ବରଂ ନିଜେ ଗାଁ ଗାଁ ବୁଲି ତଥା ବିଭିନ୍ନ ସଭାସମିତିରେ, ଏପରିକି ଯାତ୍ରା ମାନଙ୍କରେ ହାରମୋନିଅମ ବଜାଇ ଗାନ କରୁଥିଲେ। ମାତ୍ର ତାଙ୍କ ପ୍ରତିଭାକୁ ଯଥାର୍ଥ ଭାବେ ଆମେ ମହିମାନ୍ବିତ କରିପାରି ନାହୁଁ ବୋଲି ବକ୍ତା ମାନେ କ୍ଷୋଭ ପ୍ରକାଶ କରିଥିଲେ। ସଭା ପ୍ରାରମ୍ଭରେ ଅତିଥି ମାନେ କବିଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଙ୍ଗୀତଜ୍ଞ ରମାକାନ୍ତ ବେହେରା ଜାତୀୟ କବିଙ୍କ ରଚିତ ଦେଶାତ୍ମବୋଧକ ତଥା ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ, ସାଂସ୍କୃତିକ ସମ୍ପାଦକ ଗୁରୁ ବିବେକାନନ୍ଦ ପଣ୍ଡା ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ। ମୁଖ୍ୟ ଅତିଥି ଇଂ. ପ୍ରତାପ ମିକୁମାର ରାୟ ବାଞ୍ଛାନିଧିଙ୍କର କିଛି ଅନବଦ୍ୟ କବିତାକୁ ନିଜସ୍ୱ ଶୈଳୀରେ ସ୍ବର ସଂଯୋଜନା କରି ଗାନ କରି କବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କବି ଆର୍ତ୍ତତ୍ରାଣ ମହାପାତ୍ର ବାଞ୍ଛାନିଧି ମହାନ୍ତିଙ୍କ ଉଦ୍ଦେଶ୍ୟରେ ସ୍ବରଚିତ କବିତା ପାଠ ସହ କବିଙ୍କ ସ୍ମୃତି ଚାରଣ କରିଥିଲେ। ଯୁଗ୍ମ ସମ୍ପାଦକ ଶରତ କୁମାର ଦାସ ମଞ୍ଚ ପରିଚାଳନା କରିଥିବାବେଳେ ବରିଷ୍ଠ ସଦସ୍ୟ ରାଜକୁମାର ମହାନ୍ତି ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ ପରିଷଦର ବାର୍ଷିକ ବିବରଣୀ ପାଠ କରିଥିଲେ। ସହ କୋଷାଧ୍ୟକ୍ଷ ଉଦୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟ କ୍ରମରେ ଉପ ସଭାପତି ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡା, କୋଷାଧ୍ୟକ୍ଷ ବିଶ୍ବନାଥ ସାହୁ, ସହ ସମ୍ପାଦକ ସନାତନ ପତି, ସହ ସମ୍ପାଦକ କୃପାସିନ୍ଧୁ ବେହେରା, କାର୍ଯ୍ୟକାରୀ ସଦସ୍ୟ ଉପେନ୍ଦ୍ର ପ୍ରସାଦ ଦାଶ, ସୁବାସ ଚନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ବେହେରା, ଅଚ୍ୟୁତାନନ୍ଦ ଦାସ, ସତ୍ୟବ୍ରତ ସାହୁ, କମଳାକାନ୍ତ ଦାସ, ପ୍ରଭାତ କୁମାର ମହାନ୍ତି, କୈଳାଶ ଚନ୍ଦ୍ର ବନ୍ଧ, ବୈକୁଣ୍ଠ ରାଉତ ପ୍ରମୁଖ ସହାୟତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ଦାସ, କୈଳାଶ ଚନ୍ଦ୍ର କର, ସତ୍ୟନାରାୟଣ ପଣ୍ଡା, ସୀତାରାମ ସାହୁ, କୌଶଲ୍ୟା ଦାସ, ବସନ୍ତ ବେହେରା, ବର୍ଷା ରାଉଳ, ସୁମିତ୍ରା ରାଉଳ, ଭରତ କୁମାର, ରମେଶ ପାଢ଼ୀ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ସତ୍ୟାନନ୍ଦ ବେହେରା, ଉମେଶ ଚନ୍ଦ୍ର ଜେନା, ସାତ୍ବିକ ବାରିକ, ଅଞ୍ଜୁ ବାରିକ, ପ୍ରମୁଖ ଶତାଧିକ ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

Rayagada News: Aditya Alumina Refinery Onboards First Batch of Apparel Trainees

masiha

ଓଡିଶା ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନ ଅତୁଳନୀୟ,  ନିରୀହ ଥିଲେ ସତ କିନ୍ତୁ ସେମାନଙ୍କ ସଂକଳ୍ପ ଦୃଢ ଥିଲା–ମନ୍ତ୍ରୀ ସାରକା

masiha

ଦୀର୍ଘ ଦଶନ୍ଧି ଦଶନ୍ଧି ପରେ ରଙ୍ଗପାଣି ଗାଁ କୁ ରାସ୍ତା ନିର୍ମାଣ

Sunil Chandra Nayak

Leave a Comment

error: Content is protected !!