ଭବାନୀପାଟଣା – : ସ୍ଥାନୀୟ ମେଦିନୀପୁର ଆଞ୍ଚଳିକ ସାଧନ କେନ୍ଦ୍ର ରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟ କ୍ରମ କୁ ନେଇ ମେଦିନୀପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ସ୍ଥିତ ସାଧନ କେନ୍ଦ୍ର ଠାରେ ଖେଳନା ପ୍ରସ୍ତୁତି କର୍ମଶାଳା ତା:୧୦/୩/୨୩ ଓ ତା:୧୧/୩/୨୩ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳା ରେ ପ୍ରକୃତି ବନ୍ଧୁ ମେଦିନୀପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିବା ସ୍ଥଳେ ସାଧନ କର୍ମୀ ଶ୍ରୀଯୁକ୍ତ ମୁକୁନ୍ଦ ରେଡ୍ଡୀ , ସାଧନ କର୍ମୀ ଶ୍ରୀଯୁକ୍ତ ରାଜେଶ ମହାରଣା, ଶ୍ରୀମତୀ ଆନନ୍ଦିନୀ ସାହୁ , ଭାରତୀ ସାହୁ, ଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀ ବଗର୍ତ୍ତି, ଶିକ୍ଷୟିତ୍ରୀ ଶ୍ରୀମତୀ ସଂଯୁକ୍ତା ଦାଶ କର୍ମ ଶାଳା ପରିଚାଳନା କରିଥିଲେ। କ୍ଲକ୍ଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ CRCC ଶ୍ରୀଯୁକ୍ତ ତୁଳସୀରାମ ସାହୁ ଆବାହକ ରୂପେ କର୍ମଶାଳା ପରିଚାଳନା କରିଥିଲେ।
ଏହି କର୍ମଶାଳାରେ ମେଦିନୀପୁର କ୍ଲକ୍ଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଆମ ସଂସ୍କୃତି ଓ ପାଠ୍ୟ ବିଷୟ ବସ୍ତୁ କୁ ନେଇ ମାଟି ରେ ବିଭିନ୍ନ ଖେଳନା ଶିକ୍ଷକ ଶିକ୍ଷୟିତ୍ରୀ ଗଣ ପ୍ରସ୍ତୁତ କରିଥିଲେ। ବିଭିନ୍ନ ପଶୁ ପକ୍ଷୀ ମଡେଲ, ବିଭିନ୍ନ ପନିପରିବା, ଚକ୍ରି ଵୋର୍ଡ, ପପେଟ୍, କଣ୍ଢେଇ ନାଚ ର ମଡେଲ, ମୁଖା ଇତ୍ୟାଦି କୁ ନେଇ ଶିକ୍ଷୟିତ୍ରୀ ଗଣ ଶିକ୍ଷା ଦାନ ର ଉପସ୍ଥାପନ କରିଥିଲେ। ଖେଳନା ମାଧ୍ୟ୍ୟମ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କଳା ସଂସ୍କୃତି ର ଉନ୍ନତି କରାଇବା ଏବଂ ଆନନ୍ଦମୟୀ ଶିକ୍ଷା ଦେବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା। ଶିକ୍ଷୟିତ୍ରୀ ଜୋତିରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।