ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖୁଲମ୍ ଖୁଲା ପେଟି ପେଟି ଚାଲାଣ ହେଉଛି ବିଦେଶୀ ମଦ , ପୋଲିସ,ଅବକାରୀ ବିଭାଗ ନିରବ

ଚାଲାଣ ପଛରେ ଅପମିଶ୍ରଣ କାରବାର ସନ୍ଦେହ 

ଠିପିଖୋଲା ଓ ଠିପି ବନ୍ଦ ଦୋକାନରୁ ଗ୍ରାମାଞ୍ଚଳ ଚାଲାଣକୁ ନେଇ ମହିଳା ସଂଗଠନ ମଧ୍ୟରେ ଅସନ୍ତୋଷ ବଢୁଛି 

ଧାର୍ଯ୍ୟ ଦର ଠାରୁ ଅଧିକ ଅର୍ଥ ଆଦାୟ ଅଭିଯୋଗ 

ରାଇଘର -୧୨/୦୩/୨୩- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ଠାରେ ବର୍ତମାନ ଗୋଟିଏ ଠିପିଖୋଲା ମଦ ଦୋକାନ ଓ ଅନ୍ୟ ଗୋଟିଏ ଠିପି ବନ୍ଦ ଦୋକାନ ରହିଛି l ତେବେ ଉକ୍ତ ଦୁଇ ଗୋଟି ଲାଇସେନ୍ସ ପ୍ରାପ୍ତ ଦୋକାନରୁ ଖୁଲମ୍ ଖୁଲା ଦିନ ଦ୍ବିପହରରେ ମୁଖ୍ୟ ରାସ୍ତା ଦେଇ ଗ୍ରାମାଞ୍ଚଳକୁ ଚାଲାଣ କରାଯାଉଅଛି କିନ୍ତୁ ଅବକାରୀ ବିଭାଗ କିମ୍ବା ପୋଲିସ୍ ପ୍ରଶାସନ ସମ୍ପୁର୍ଣ୍ଣ ନିରବ ରହିବା ଚର୍ଚ୍ଚାର ବିଷୟ ପାଲଟିଛି l ବିଶେଷ କରି ରାଇଘର ବ୍ଲକର ପାରୁଆ,ଗୋନା,ମୁଣ୍ଡିବେଡ଼ା ,ହଳଦୀ, ଟିମନପୁର୍,ଗୁରୁ ସିଙ୍ଗା,ମହଣ୍ଡ,ଛେଳିଡଙ୍ଗରି, ଦେବାଗାଁ,କୁମୁଲି, ଗଞ୍ଜାପାରା,ନାକଟିସିମୋଡା ପଂଚାୟତର ବିଭିନ୍ନ ଗ୍ରାମ ସହ ପଡୋଶୀ ରାଜ୍ୟ ଛତିଶଗଡ ସୀମାନ୍ତ ଅଞ୍ଚଳରେ ଚାଲାଣ ହେଉଛି l ବେଆଇନ ଭାବେ ରାଇଘର ମୁଖ୍ୟ ଦପ୍ତର ଠାରୁ ଗ୍ରାମାଞ୍ଚଳକୁ ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ବର୍ତ୍ତମାନ ଖରା ସମୟକୁ ଗୁରୁତ୍ବ ଦେଇ ଅତି ନିମ୍ନ ମାନର ବିଅର୍ ସହ ଅନ୍ୟ ସାମଗ୍ରୀ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି l 

ସମୟ ସୀମା ଉପରେ ମଧ୍ୟ ରାତ୍ର ୧୦ଟା ସମୟରେ ବନ୍ଦ ନେଇ ନିୟମ ରହିଥିବା ବେଳେ ୯ଟା ସମୟରେ ବନ୍ଦ କରାଯାଇ ବାହାର ଅସାଧୁ ବ୍ୟବସାୟୀଙ୍କୁ ବ୍ୟବସାୟ ନିମନ୍ତେ ସୁଯୋଗ ଦିଆ ଯାଉଛି l ଗ୍ରାମାଞ୍ଚଳ ଭଳି ସଦର ମହକୁମାର ମଧ୍ୟ ଅନେକ ପାନ ଦୋକାନରୁ ଆରମ୍ଭ କରି କିରାନା ଦୋକାନରେ ମଦ ବ୍ୟବସାୟ ଚାଲିଛି l ରାତିରେ ଶିଘ୍ର ମଦ ଦୋକାନ ବନ୍ଦ କରି ଅସାଧୁ ବ୍ୟବସାୟୀଙ୍କ କିଭଳି ବେପାର ବୃଦ୍ଧି ପାଇବ ଗୁରୁତ୍ବ ଦିଆ ଯାଉଛି l ଅନ୍ୟପଟେ ଦିନ ଭଳି ରାତ୍ରୀ ସମୟରେ ମଧ୍ୟ ପେଟି ପେଟି ବିଦେଶୀ ମଦ ବେଆଇନ ଚାଲାଣ ହେଉଛି l ଠିପିଖୋଲା ମଦ ଦୋକାନରୁ କିଛି ମାସ ପୁର୍ବେ ବିଳମ୍ବିତ ରାତ୍ର ସମୟରେ ବେଆଇନ ଚୋରା ଚାଲାଣ ହେଉଥିବା ବେଳେ ତତ୍ କାଳୀନ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ସହ ଏକ ଟିମ୍ ପେଟ୍ରୋଲିଂ ସମୟରେ ଚଢ଼ଉ କରି ବିଦେଶୀ ମଦ,ଗାଡି ସହ ଚାଲାଣକାରୀ କୁ ଗିରଫ କରାଯାଇଥିଲା l ବର୍ତମାନ ସମୟରେ ଏହା କ୍ରମାଗତ ଜାରୀ ରହିଥିବା ବେଳେ ପୋଲିସ ପ୍ରଶାସନ ନିରବତାକୁ ନେଇ ଉଠିଛି ପ୍ରଶ୍ନ l ଠିପିଖୋଲା ମଦ ଦୋକାନ ଓ ଠିପି ବନ୍ଦ ମଦ ଦୋକାନରୁ ପେଟି ପେଟି ମଦ ବିକ୍ରି ନିୟମ ନ ଥିବା ବେଳେ ରାଇଘର ସଦର ମହକୁମା ଠାରେ ଖୁଲମ୍ ଖୁଲା ବିକ୍ରି ଚାଲିଛି l ବେଆଇନ ବିଦେଶୀ ମଦ କାରବାର ଯେଉଁ ଭଳି ବୃଦ୍ଧି ପାଇବା ସହ ମଦର ମୁଲ୍ୟ ଠାରୁ ମନ ଇଚ୍ଛା ଅଧିକ ଦରରେ ସ୍ଥାନୀୟ ନିରୀହ ଆଦିବାସୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି l ଗ୍ରାମାଞ୍ଚଳରେ ମଦ କାରବାର ହେଉଥିବା ବେଳେ ମଦ ବେପାରୀ ଠାରୁ ପୋଲିସ,ସାମ୍ବାଦିକଙ୍କ ନିମନ୍ତେ ଅର୍ଥ ଆଦାୟ ହେଉଥିବା ଚର୍ଚ୍ଚା ଜୋର୍ ଧରିଛି l ମଦ ବ୍ୟବସାୟୀ ମାନେ ମଦ ଦେଇ ପୋଲିସ ଓ ସାମ୍ବାଦିକ କଥା ବୁଝିବା ନିମନ୍ତେ ଅର୍ଥ ଆଦାୟ କରୁଥିବା ଘଟଣା ଯେଉଁ ଭଳି ଚର୍ଚ୍ଚା ହେଉଛି ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ଗ୍ରାମାଞ୍ଚଳରେ ହେଉଥିବା ମଦ କାରବାର ସମ୍ପୁର୍ଣ୍ଣ ବନ୍ଦ ସହ ବେଆଇନ ଚୋରା ଚାଲାଣ ତୁରନ୍ତ ବନ୍ଦ କରିବାକୁ ସାଧରଣ ରେ ଦାବୀ କରିଛନ୍ତି l ରାଇଘର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବା ବେଳେ ଏଠାରେ ମୋଟ ୨୬ ଗୋଟି ପଂଚାୟତରେ ଖୁଲମ୍ ଖୁଲା ଯେଉଁ ଭଳି ବେଆଇନ ବିଦେଶୀ ମଦ କାରବାର ଜାରୀ ରହିଛି ଏହାର ଫାଇଦା ନେଇ କିଛି ଅସାଧୁ ବ୍ୟବସାୟୀ ଅପମିଶ୍ରଣ କାରବାର ଜୋରଦାର କରିଥିବା ଜଣାପଡିଛି l ଅତି ନିମ୍ନ ମାନର ବିଦେଶୀ ମଦ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁ ଥିବାବେଳେ ଏହା କେଉଁ ଠାରୁ ଆସୁଛି ଏହାକୁ ନେଇ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି l ପ୍ରତେକ ଗ୍ରାମ ସାହିରେ ଚୋରା ବିଦେଶୀ ମଦର କାରବାର ଅବାଧ ରେ ବୃଦ୍ଧି ପାଉଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ମଦ ପିଇ ଅନେକ ବ୍ୟକ୍ତି ପ୍ରାଣ ହରାଉଛନ୍ତି ଏବଂ ଏହି ମଦ କାରବାର ଯୋଗୁଁ ମଦ୍ୟପ ମାନେ ନିଶାଶକ୍ତ ଅବସ୍ଥାରେ ରାସ୍ତାଘାଟ,ଦୋକାନ ବଜାର ସମ୍ମୁଖରେ ପଡୁଥିବାର ଦେଖିବାକୁ ମିଳୁଛି l ଅବକାରୀ ବିଭାଗ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇ ପଡ଼ିଥିବା ବେଳେ ପୋଲିସ କିଛି ନ ଜାଣିଲା ପରି ନିରବ ରହୁଛି l ଫଳରେ ଚୋରୀ ମାଦକ ଦ୍ରବ୍ୟ ବେପାରୀ ଓ ନିଶାଖୋର ବ୍ୟକ୍ତି ମାନଙ୍କ ସଂଖ୍ୟା କ୍ରମଶଃ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ପାନ ଦୋକାନ ଛଡା ଜଳଖିଆ ସହ ମୁଖ୍ୟ ରାସ୍ତା କଡରେ ଥିବା ଢାବାରେ ମଧ୍ୟ ଚୋରା ବିଦେଶୀ ମଦ କାରବାର ଏବେ ବହୁଳ ଭାବେ ଚାଲୁଛି l ଗ୍ରାମାଞ୍ଚଳରେ ବିଦ୍ୟାଳୟ,ସାପ୍ତାହିକ ବଜାର,ଗ୍ରାମ ପଂଚାୟତ କାର୍ଯ୍ୟଳୟ ସହ ବିଭିନ୍ନ ସ୍ଥାନରେ ମଦ୍ୟପ ମାନେ ଦିନ ସାରା ଆଡ୍ଡା ଜମାଇ ନାହିଁ ନ ଥିବା ଭାଷା ପ୍ରୟୋଗ କରି ଚାଲିଥିବାରୁ ଏହାର କୁ ପ୍ରଭାବ ସମାଜ ଉପରେ ପଡୁଛି l ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବିଦେଶୀ ମଦ ଚୋରା ଚାଲାଣ କାରବାର ପଛରେ ଏକ ସ୍ବତନ୍ତ୍ର ରାକେଟ କାର୍ଯ୍ୟ କରୁଥିବା ଅଭିଯୋଗ ମଧ୍ୟ ହେଉଛି l ଉକ୍ତ ରାକେଟ୍ ରାତି ଅଧରେ ଜୋରଦାର କାରବାର କରୁଥିବା ଜଣାପଡ଼ିଛି l ଅନ୍ୟପଟେ ବିଭିନ୍ନ ସହର ମାନଙ୍କରେ ନକଲି ମଦ କାରବାର ଗୁମର ଖୋଲୁ ଥିବା ବେଳେ ଦୁର୍ଗମ ତଥା ସୀମାନ୍ତବର୍ତି ଅଞ୍ଚଳରେ ଚୋରା ଚାଲାଣ ହେଉଥିବା ବିଦେଶୀ ମଦ କେଉ ସ୍ତରର ଯାଞ୍ଚ ହେବା ନିହାତି ଆବଶ୍ୟକତା ରହିଛି l ଏଠାରେ ପ୍ରସାଶନିକ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା କାରବାର ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଶୋଷଣ ସହ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି l ରାଜସ୍ୱ ଆଦାୟ ଭିତରେ ନିରୀହ ଲୋକଙ୍କ ଜୀବନ ମୁଲ୍ୟବାନ ଏ କଥା ସରକାର ଗୁରୁତ୍ବ ଦେବା ଆବଶ୍ୟକତା ରହିଛି l ରାଜ୍ୟ ସରକାର ଓ ଅବକାରୀ ବିଭାଗ ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ଦାବୀ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପୂର୍ବତନ ସମିତିସଭ୍ୟଙ୍କୁ ହତ୍ୟା

Sunil Chandra Nayak

ନଈରୀ ଫେଣ୍ଟ ନିକଟରେ ମାଛଧରା ଡଙ୍ଗା ମଧ୍ୟରୁ ଯୁବକର ମୃତ ଦେହ ଉଦ୍ଧାର !!!

Sunil Chandra Nayak

ଜଟାଵାଲରେ ସିରିଜ ଚୋରି, ମୁଖ୍ୟ ରାସ୍ତାର ପାଞ୍ଚଗୋଟି ଦୋକାନ ରେ କଳାକନା ବୁଲାଇଲେ ଦୁର୍ବୁତ୍ତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort