ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ବ୍ୟବସାୟୀ ଗୁରୁ ପ୍ରସାଦ ଅଗ୍ରୱାଲ ଙ୍କ ପରଲୋକ

ଧର୍ମଗଡ:୧୨/୩/୨୩: ବରିଷ୍ଠ ଔଷଧ ବ୍ୟବସାୟୀ ତଥା ପ୍ରଗତିବାଦୀ ର ଧର୍ମଗଡ ପ୍ରତିନିଧି ସାମ୍ୱାଦିକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ପିତା ଗୁରୁ ପ୍ରସାଦ ଅଗ୍ରୱାଲ (୭୦) ଙ୍କ ଆଜି ମଧ୍ୟାହ୍ନ ରେ ହୃଦଘାତ ରେ ପରଲୋକ ହୋଇ ଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଆଜି ହୃଦଘାତରେ ତାଙ୍କର ପରଲୋକ ହୋଇ ଯାଇଛି । ସ୍ବର୍ଗତ ଅଗ୍ରୱାଲ ଧର୍ମଗଡ ମାରୱାଡ଼ି ସମାଜ ର ସଭାପତି ଥିଲେ । ଧର୍ମଗଡ ଠାରେ ଥିବା ଜୟହିନ୍ଦ୍ ମେଡ଼ିକାଲ ଓ ଜୟହିନ୍ଦ ଏଜେନ୍ସି ର ପ୍ରତିଷ୍ଠାତା ଥିଲେ । କଳାହାଣ୍ଡି କେମିଷ୍ଟ୍ ଓ ଡ୍ରଗିଷ୍ଟ ସଂଘ ର ସେ ପୂର୍ବତନ ସଭାପତି ରହିଥିବା ବେଳେ ଉତ୍କଳ କେମିଷ୍ଟ୍ ଓ ଡ୍ରଗିଷ୍ଟ ସଂଘ ର କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ତାଙ୍କ ର ବିୟୋଗ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି । ଆଜି ସ୍ଥାନୀୟ ସ୍ବର୍ଗ ଦ୍ବାର ଶ୍ମଶାନ ଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ । ମୃତ୍ୟୁ ସମୟ ରେ ବଡ ପୁଅ ସାମ୍ୱାଦିକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ହରିବୋଲ ଅଗ୍ରୱାଲ , ଟିକୁ ରାମ ଅଗ୍ରୱାଲ, ପୁତ୍ର ବଧୂ, ନାତି ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ଧର୍ମଗଡ ବ୍ୟବସାୟୀ ସଂଘ ସମ୍ପାଦକ ଅରୁଣ ତାୟଲ,ସଭାପତି ବିଦ୍ୟାଧର ସାହୁ, ଜିଲ୍ଲା କେମିଷ୍ଟ ସଂଘ ସମ୍ପାଦକ ହୃଷୀକେଶ ମିଶ୍ର, ଭାଜପା ଜିଲ୍ଲା ସମ୍ପାଦକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ଆଇନ ଜିବୀ ସୁବାଷ ପାଣିଗ୍ରାହୀ, ଭବାନୀ ଚରଣ ଦାସ, ରାଜେନ୍ଦ୍ର ମୁନି, ନଗର ପାଳ ଅଶୋକ ମହାନ୍ତି, ଉପ ନଗର ପାଳ ମନିଷା ମିଶ୍ର,ସାମ୍ୱାଦିକ ବୈଦ୍ୟନାଥ ବେହେରା, ବିରଞ୍ଚି ନାରାୟଣ ଜାଲ, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର, ବିଶ୍ବ ରଂଜନ ବେହେରା, ଉମେଶ ନାଏକ, ଅଲେଖ ନାଏକ, ମନୋଜ ଯୋଷୀ, ବେଣୁ ଲାଲ ପ୍ରଧାନ, ମୁରଲୀ ପାତ୍ର, ନରେଶ ଚନ୍ଦ୍ର ଅଗ୍ରୱାଲ , ଅନୁପ ଅଗ୍ରୱାଲ, ଲକ୍ଷ୍ମୀ କାନ୍ତ ବାଗ, କ୍ଷୀରୋଦ ବାଗ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁପ୍ରମାଣପତ୍ର ପାଇବା ବିଳମ୍ବ ନେଇ ଜନ ଅସନ୍ତୋଷ 

Sunil Chandra Nayak

ଟେଲିଫିଲ୍ମ ‘ସେଁର୍‌ରା’ର ଶୁଭ ମହୁରତ

masiha

The incident of putting up posters “Entry of journalists prohibited” in the block office, JCI’s Odisha team submitted Memorandum to the Revenue Minister.

masiha

Leave a Comment

error: Content is protected !!