ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ

କାମାକ୍ଷାନଗର(ମନିସ )30/3/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷା ଉପଖଣ୍ଡର ପରଜଙ୍ଗ ଥାନା ବାଲିପଶି ଗାଁ ରେ ଅଭାବନୀୟ ଘଟଣା। ୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ। ସୂଚନା ମୁତାବକ ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ହୋଇଥିଲା ତାଙ୍କର ମୃତ୍ୟୁ l ମୃତ୍ୟୁ ପରେ ପ୍ରମାଣ ନଷ୍ଟ ପାଇଁ ତରବରିଆ ଭାବେ ପୋତି ଦେଇଥିବା ସ୍ୱୀକାର କଲେ ୨ ଶିକାରୀ |ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗ୍ରାମର ସନାତନ ବେହେରା |ସୂଚନା ମୁତାବକ ୬ ମାସ ତଳୁ ସନାତନ ଗାଁ ପାଖ ପୋଖରୀ କୁ ଶୌଚ ପାଇଁ ଯାଇ ନିଖୋଜ ଥିଲେ| ତେବେ ଏ ନେଇ ପରିବାର ପକ୍ଷରୁ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ସନ୍ଧାନ ପାଇ ନଥିଲା |ତେବେ କିଛି ଦିନ ପୂର୍ବରୁ ଗ୍ରାମର ସଞ୍ଜୟ ଦେହୁରୀ ଓ ପିଲୁ ସେଠି, ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ସନାତନ ଙ୍କ ମୃତ୍ୟୁ ହୋଇଥିବା ବେଳେ,ସେମାନେ ତାଙ୍କ ମୃତ ଦେହ ଏକ ନାଳ ରେ ଗାତ ଖୋଳି ପୋତି ଦେଇଥିବା ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ଏନେଇ ରିନା ବେହେରା ପୁନର୍ବାର ଥାନାରେ ଏମାନଙ୍କ ନାମରେ ଏତେଲା ଦେଇଥିଲେ। ଏତେଲା ପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରିଥଲା । ଏବଂ ଅଭିଯୁକ୍ତ ଦ୍ବୟ ସନାତନ ବିଛାଯାଇଥିବା ବିଦ୍ୟୁତ ତାରରେ ଫସି ମରିଯିବା ପରେ ତାକୁ ନାଳ ନିକଟରେ ପୋତି ଦେଇଥିବା ସ୍ଵିକାର କରିଥିଲେ। ତେବେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭୁଯୁକ୍ତକୁ ନେଇ ପୋତାଯାଇଥିବା ସ୍ଥାନ ଚିହ୍ନଟ କରାଇଥିଲେ । ଏବଂ ସାଇଣ୍ଟିଫିକ ଟିମ ଜରିଆରେ ଖୋଳାଯାଇ କଙ୍କାଳ ଗୁଡିକ ଜବତକରି ଅଧିକ ତଦନ୍ତ ଜାରି ରହିଛି। କମାକ୍ଷନାଗାର ଏସ୍ଡ଼ିପିଓ ରଞ୍ଜନ କୁମାର ଦେଓ, ପରଜଙ୍ଗ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ମୃତ କଙ୍କାଳ ଜବତ କରିଛି । ଏହି ଘଟଣାରେ ପ୍ରାଥମିକ ସ୍ଥରରେ ୩ ଜଣ ସାମିଲ ଥିବା ଏସଡିପିଓ ସୂଚନା ଦେଇଛନ୍ତି |ସେପଟେ ଦୁଇ ଅଭିଯୁକ୍ତ ସଞ୍ଜୟ ଦେହୁରୀ ଓ ପିଲୁ ସେଠିଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ଅନ୍ୟଜଣକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସ୍ଡ଼ିପିଓ ରଞ୍ଜନ କୁମାର ଦେଓ ସୂଚନା ଦେଇଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆମ୍ବଗଛରେ ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ, କାହିଁକି ଏଭଳି ନିଷ୍ପତ୍ତି ନେଲେ ଗିରିଜା ମେହେର

Sunil Chandra Nayak

ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର 

masiha

ବେଆଇନ ଗୋ ଵୋଝେଇ ପିକ ଅପ ଜବତ ସହ ୮ ଗୋରୁ ଉଦ୍ଧାର; ଗୋଚାଲାଣକାରୀକୁ ବାନ୍ଧିଲା ଗ୍ରାମାଞ୍ଚଳ ପୋଲିସ 

Sunil Chandra Nayak

Leave a Comment

error: Content is protected !!