ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଝିମିରି ଖେଳରୁ ମହାଭାରତ

  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମ ପଞ୍ଚାୟତର କଲୋନୀ ସାହିର ସରୋଜିନୀ ନାଏକ 18 ତାରିଖ ସନ୍ଧ୍ୟା ଛଅ ଘଟିକା ସମୟରେ ପାଖ ପଡ଼ିଆକୁ ନିତ୍ୟକର୍ମ କରିବାକୁ ଯାଉଥିବା ସମୟରେ ସେଠାରେ ପୂର୍ଵରୁ ଛପି ରହିଥିବା ପ୍ରଦୀପ ଲେଙ୍କା ହଠାତ ପଛପଟୁ ସରୋଜିନୀକୁ ଟେକିନେଇ ଥିଲେ l ଫଳରେ ସରୋଜିନୀ ଚିତ୍କାର କରି ଉଠିଥିଲେ ।ଚିତ୍କାର ଶୁଣି ସରୋଜିନୀଙ୍କ ଭାଇ ଶ୍ରୀଧର ନାଏକ ଦୌଡ଼ି ଆସିଥିଲେ । ତାଙ୍କୁ ଭଉଣୀ ସରୋଜିନୀକୁ ପ୍ରଦିପ ଲେଙ୍କା କୁଣ୍ଢାଇ ଧରିଥିବା ଦେଖି ଶ୍ରୀଧର ପ୍ରତିବାଦ କରିବାରୁ ପୃବରୁ ସେ ପଡିଆରେ ପ୍ରଦୀପ ଲେଙ୍କାର ଦୁଇ ପୁଅ ଦିପକ ଲେଙ୍କା ଓ ପପୁ ଲେଙ୍କା ହାତରେ ଧରିଥିବା ବ୍ୟାଟ୍ ରେ ବାଡ଼େଇବାରୁ ମୁଣ୍ଡଫାଟି ଅଚେତ ହୋଇଯାଇଥିଲା । ସରୋଜିନୀ ଜୀବନ ରକ୍ଷା କରିବା ପାଇଁ ଠଲାପେଲା କରୁଥିବା ସମୟରେ ପ୍ରଦୀପ ସାନ ପୁଅ ଆସି ସରୋଜିନୀ ମୁଣ୍ଡକୁ ପାହାରେ ପିଟିବାରୁ ଗୁଣ୍ଡ ଫାଟି ଯାଇ ଅଟେତ୍‌ ହୋଇଗଲା। ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଆସିବା ପୂର୍ବରୁ ସେଠାରୁ ପଳାଇ ଯଇଥିଲେ । ଏ ନେଇ ରାସୋଳ ଥାନାରେ ଏତଲା ଦିଆ ଯାଇଛି। ରାସୋଳ ଭାରପାପ୍ତ ଅଧିକାରୀ ବିଜୟ କୁମାର ହେଡମା କେଶକୁ ରୁଜୁ କରି ହିନ୍ଦୋଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି ।ଆଉ କିଛି ତନ୍ଦନ୍ତ କରାଗଲା ନାହିଁ । ଦୋଷୀ ଗାଁରେ ବୁଲୁଛି ଓ କହୁଛି ମୋର କିଛି କରିପାରିବେ ନାହିଁ ।ମୋର ହିନ୍ଦୋଳ ବିଧାୟକା ଅଛନ୍ତି ।ଥାନ ମୋର ହାତରେ ଅଛି । ମୋର କାହାକୁ ଡର ନାହିଁ । ଯାହାକୁ ନେଇ S P ଙ୍କ ଦ୍ଵରା ତଦନ୍ତ କରାଯାଉ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିପୁଳ ପରିମାଣର ମହୁଲ ଫୁଲ ଜବତ, ଜଣେ ଗିରଫ

masiha

ମହାବଳ ବାଘ ଛାଲ ସହ ଜଣେ ଗିରଫ

Sunil Chandra Nayak

ନବବୋଧୁର ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତେଜନା

masiha

Leave a Comment

error: Content is protected !!