ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ଜାମ୍ମୁକାଶ୍ମୀର ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ କଵୀନ୍ଦ୍ର ଗୁପ୍ତା

ରାଇରଙ୍ଗପୁର -୨୦/୬ // ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବ ବୃହତ୍ତମ ରାଇରଙ୍ଗପୁର ପ୍ରସିଦ୍ଧ ୩୪ ତମ ରଥଯାତ୍ରାର ପ୍ରଥମ ଦିବସ ହଜାର ହଜାର ଶ୍ରଦ୍ଧାଳୁଙ୍କ ନିଜର ଜଗତ ନିୟନ୍ତା ମହାପ୍ରଭୁଙ୍କ ଦର୍ଶନ କଲେ ।ଆଜି ପୂର୍ବାହ୍ନରେ ଚତୁର୍ଦ୍ଧାମୂର୍ତ୍ତି ରଥା ରୁଢ ହୋଇଥିଲେ ।ଅପରାହ୍ନରେ ରଥ କମିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କୁ ରାଜା ନିବେଶରେ ସୁସଜ୍ଜିତ ରଥରେ ମାଉସୀମା ମନ୍ଦିର ପାଖକୁ ରଥ ପର୍ଯ୍ୟନ୍ତ ପାଛୋଟି ନିଆଁ ଯାଇଥିଲା । ଅପରାହ୍ନ ୫.୩୦ ଟା ପାଖାପାଖି ସମୟରେ ଛେରା ପହଁରା ପରେ ,ଠାକୁରଙ୍କ ନୀତିସଂପନ୍ନ ପରେ ଡାହୁଅ ଶ୍ରୀ କୃଷ୍ଣ ଵିହାରୀ ମହାନ୍ତିଙ୍କ ଦ୍ବାରା ରଥ ଚାଳନା ଶୁଭାରମ୍ଭ ହୋଇଥିଲା ।ଭକ୍ତ ଓ ଭଗବାନ ପରସ୍ପରକୁ ଅପେକ୍ଷାରେ ଥିଲେ ଆଜିର ଦିନକୁ ମହାପ୍ରଭୁ ବଡ଼ଦାଣ୍ଡକୁ ଭକ୍ତମାନଙ୍କୁ ଦେଖା କରିବାକୁ ବାହାରିଥିଲେ ଭକ୍ତମାନେ ଘଣ୍ଟ,ଘଣ୍ଟି,କାହାରି,ଶଙ୍ଖ, ହୁଳହୁଳି ରେ ଶୋଭାଯାତ୍ରାରେ ବଡ଼ଦାଣ୍ଡରେ ଆଗକୁ ଆଗ ମାଡ଼ି ଚାଲିଥିଲେ । ରାସ୍ତାର ବିଭିନ୍ନ ସ୍ଥାନରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ସର୍ବତ,ଖିଚୁଡି,ଥଣ୍ଡା ପାଣି ବ୍ୟବସ୍ଥା କରାଯାଇଥିଲା । ଉପଖଣ୍ଡ ପ୍ରଶାସନ ଏବଂ ପୋଲିସ ତରଫରୁ ବ୍ୟାପକ ଶାନ୍ତ ଶୃଙ୍ଖଳା ବ୍ୟବସ୍ଥା କରା ଯାଇଥିଲା ।ଆଜିର ପ୍ରଥମ ଦିନରେ ରଥ ରାଇରଙ୍ଗପୁର ନିଶାମଣି ଲଜ୍ ପର୍ଯ୍ୟନ୍ତ କେବଳ ପୁରୁଷ ମାନଙ୍କ ଦ୍ଵାରା ଟଣା ଯାଇଥିଲା । ଆସନ୍ତାକାଲି ନିଶାମଣି ଲଜରୁ ମାଉସୀମା ପର୍ଯ୍ୟନ୍ତ କେବଳ ମହିଳା ମାନଙ୍କ ଦ୍ବାରା ରଥ ଟଣା ହେବ ।ଆଜିର ରଥ ଉପରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଏବଂ ଜାମ୍ମୁ କାଶ୍ମୀରରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ କବୀନ୍ଦ୍ର ଗୁପ୍ତା ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ସମଗ୍ର ମାନବ ସମାଜର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ରାଇରଙ୍ଗପୁର ଉପ ଜିଲ୍ଲାପାଳ ଶ୍ରୀ ସରୋଜ ଦାସ, ତହସିଲଦାର ଚିତ୍ତରଞ୍ଜନ ମହାନ୍ତ,ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ଏବଂ ବିଭିନ୍ନ ଥାନାର ଆଇଆଇସି ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ରହି ଶୃଙ୍ଖଳିତ ରଥ ପରିଚାଳନା ପାଇଁ ଦୃଷ୍ଟି ଦେଇଥିଲେ ।ପ୍ରବଳ ଗରମ , ଗୁଳୁଗୁଳି ସତ୍ବେ ହଜାର ହଜାର ଶ୍ରଦ୍ଧାଳୁ ଭୃକ୍ଷେପ ନକରି ନିଜର ପ୍ରିୟ ଠାକୁରଙ୍କୁ ପଖରୁ ଦର୍ଶନ କରିବା ପାଇଁ ସୁଦୂର ଝାରଖଣ୍ଡ, ପଶ୍ଚିମବଙ୍ଗ ଏବଂ ବିଭିନ୍ନ ସ୍ଥାନରୁ ଛୁଟି ଆସିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମହାସମାରୋହରେ ଚାଲିଛି ମାଘ ପୂର୍ଣମୀ ଓ ମାଘ ପୁରାଣ ପାଠ 

Sunil Chandra Nayak

ଅମଠା ଶୈବ ପୀଠ ସ୍ଥଳୀରେ ଶିବ ଓ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶୋହଳ ପ୍ରହର ନାମ ଯଜ୍ଞ ଆୟୋଜିତ

ବାଲୁଗାଁ ଜଗତେଶ୍ୱର ଦେବଙ୍କ ପୀଠରେ ବିଶ୍ୱ ଶାନ୍ତି ମହାଯଜ୍ଞ ଏବଂ ଏକୋଇଶ ଦେବାଦେବୀଙ୍କ ମିଳନ

Sunil Chandra Nayak

Leave a Comment

error: Content is protected !!