ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଈ ଖୋଜିବାକୁ ଯାଇଥିବା ବେଳେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

କାମାକ୍ଷାନଗର -(ମନିସ )23/6/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନୁଗୁଳ-ସୁକିନ୍ଦା ନୂତନ ରେଳପଥର କଇଁବିଲି ରେଲୱେ ଫାଟକ ନିକଟରେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଜଣଙ୍କ କାମାକ୍ଷାନଗର ଥାନା ବାଉଁଶପାଳ ଗାଁ ବ୍ରାହ୍ମଣିଆ ସାହିର ପ୍ରଫୁଲ୍ଲ କୁମାର ଷେଣ୍ଢ।ପ୍ରଫୁଲ୍ଲ ସଂନ୍ଧ୍ୟାରେ ଗାଈ ଖୋଜିବାକୁ ଯାଇଥିବା ବେଳେ ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି । କଇଁବିଲି ରେଲୱେ ଫାଟକ ଠାରୁ ମାତ୍ର ଶହେ ମିଟର ଦୂରରେ ପ୍ରଫୁଲ୍ଲଙ୍କ କ୍ଷତବିକ୍ଷତ ମୃତ ଦେହ ପଡି ରହିଛି । ତାଙ୍କ ଶରୀରରେ ବହୁତ ଅଂଶ ରେଲୱେ ଲାଇନରେ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି । ତୁରନ୍ତ ପ୍ରଫୁଲ୍ଲଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଇମ୍ଫା ଥେରୁବାଲୀ ରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

masiha

ପେଟ ପାଇଁ କାଲିଆ ଭରସା

Sunil Chandra Nayak

ଗୁରୁ ଗୌରବ ସମ୍ମାନରେ ସମ୍ମାନିତ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅସିତ୍ କୁମାର ଜେନା

masiha

Leave a Comment

error: Content is protected !!