ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଈ ଖୋଜିବାକୁ ଯାଇଥିବା ବେଳେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

କାମାକ୍ଷାନଗର -(ମନିସ )23/6/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନୁଗୁଳ-ସୁକିନ୍ଦା ନୂତନ ରେଳପଥର କଇଁବିଲି ରେଲୱେ ଫାଟକ ନିକଟରେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଜଣଙ୍କ କାମାକ୍ଷାନଗର ଥାନା ବାଉଁଶପାଳ ଗାଁ ବ୍ରାହ୍ମଣିଆ ସାହିର ପ୍ରଫୁଲ୍ଲ କୁମାର ଷେଣ୍ଢ।ପ୍ରଫୁଲ୍ଲ ସଂନ୍ଧ୍ୟାରେ ଗାଈ ଖୋଜିବାକୁ ଯାଇଥିବା ବେଳେ ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି । କଇଁବିଲି ରେଲୱେ ଫାଟକ ଠାରୁ ମାତ୍ର ଶହେ ମିଟର ଦୂରରେ ପ୍ରଫୁଲ୍ଲଙ୍କ କ୍ଷତବିକ୍ଷତ ମୃତ ଦେହ ପଡି ରହିଛି । ତାଙ୍କ ଶରୀରରେ ବହୁତ ଅଂଶ ରେଲୱେ ଲାଇନରେ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି । ତୁରନ୍ତ ପ୍ରଫୁଲ୍ଲଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି,ରାଇରଙ୍ଗପୁର ବ୍ଳକ ଶାଖା ତରଫରୁ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ‌ସମ୍ମୁଖରେ ୬ ଦଫା ଦାବିନେଇ ବିକ୍ଷୋଭ ଏବଂ ଦାବିପତ୍ର‌ ପ୍ରଦାନ

Sunil Chandra Nayak

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

Sunil Chandra Nayak

କାର ବାଇକ ମୁହାଁମୁହିଁ ହୋଇ 2 ଗୁରୁତର 

Sunil Chandra Nayak

Leave a Comment

error: Content is protected !!