ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳିତ

ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳିତ

 ନବରଙ୍ଗପୁର ତା:୧୨.୦୯.୨୦୨୩ (ମସିହା)ଅପରାହ୍ନରେ ସରକାରୀ ପୌର ଉଚ୍ଚ ବିଦ୍ୟାଳୟ,ନବରଙ୍ଗପୁର ଠାରେ ଜିଲ୍ଲା ସଂସ୍କୃତ ଶିକ୍ଷକ ମହା ସଂଘ ଓ ଜିଲ୍ଲା ସଂସ୍କୃତ ଭାରତୀ, ନବରଙ୍ଗପୁରଙ୍କ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ପଣ୍ଡିତ ରାମଚନ୍ଦ୍ର ଦାଶଙ୍କ ବୈଦିକ ମଙ୍ଗଳାଚରଣ, ପଣ୍ଡିତ ଆକାଶ ମେହେରଙ୍କ ଧ୍ୟେୟ ମନ୍ତ୍ର ଧ୍ଵନି, ଦ୍ରୌପଦୀ ହଲବା ଓ ନିୟଶ୍ବରୀ ହଲବାଙ୍କ ସ୍ବାଗତ ଗୀତ ଓ ପଣ୍ଡିତ ଶ୍ରବଣ କୁମାର ଦେବତାଙ୍କ ସ୍ବାଗତ ଭାଷଣରେ ଆରବ୍ଧ ତଥା ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷିକା ଶ୍ରୀମତୀ ମୀନା କୁମାରୀ ବାଗଙ୍କ ସଭାପତିତ୍ବ ଏବଂ ସଂସ୍କୃତ ଭାରତୀର ପ୍ରାନ୍ତ ଅଧ୍ୟକ୍ଷ ଡ଼: ମଧୁସୂଦନ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଯୋଗ ଦେଇ ଯଥା କ୍ରମେ ମୁଖ୍ୟ ଅତିଥି;ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ,ସମ୍ମାନିତ ଅତିଥି; ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପି.ରବୀନ୍ଦ୍ର କୁମାର,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ରେଶମଲାଲ ନାୟକ ଓ ଶ୍ରୀ ବିଶ୍ଵନାଥ ସାହୁ “ସଂସ୍କୃତ ଭାଷାର ମହତ୍ତ୍ଵ ଓ ଆଜିର ସ୍ଥିତିରେ ସଂସ୍କୃତ ଭାଷାର ଅଭ୍ୟୁତ୍ଥାନ” ନିମନ୍ତେ ସଂସ୍କୃତ ଶିକ୍ଷକ ତଥା ସଂସ୍କୃତ ଛାତ୍ର-ଛାତ୍ରୀଙ୍କର ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ଭୂମିକା,ଦାୟିତ୍ଵ ତଥା ପ୍ରତିଟି ସ୍କୁଲରେ ସଂସ୍କୃତ ଭାଷାର ଅଭ୍ୟୁତ୍ଥାନାର୍ଥ ଆବଶ୍ୟକ ସାପ୍ତାହିକ କାର୍ଯ୍ୟ କ୍ରମ,ଆମ ପୂର୍ବ ସୂରୀ,କବି,ମୁନୀ,ଋଷି, ମହର୍ଷି ଗଣଙ୍କ ପ୍ରଣୀତ ବିଭିନ୍ନ ସଂସ୍କୃତ ସାହିତ୍ୟ ଓ ସଦାଚାର ସଂହିତାର ପଠନ ପାଠନ ଓ ନିଜ ଜୀବନରେ ଆଚରଣ, ସଂସ୍କୃତ ଭାଷାରେ କଥୋପକଥନର ଅଭ୍ୟାସ ଆଦି ବିଷୟରେ ଆଲୋକପାତ କରିଛନ୍ତି। ଲୋକ ଭାଷା ପ୍ରଚାର ସମିତି,ନବରଙ୍ଗପୁରର ଜିଲ୍ଲାଧ୍ୟକ୍ଷ ତଥା ସ୍ଥାନୀୟ ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ଅଧ୍ୟକ୍ଷ ଓ ଆଜିର ମୁଖ୍ୟ ବକ୍ତା ଡ଼: ନୀଳ କଣ୍ଠ ପାଢ଼ୀ ସଂସ୍କୃତ ଭାଷାରେ ନିଜର ବକ୍ତବ୍ୟ ଉପସ୍ଥାପନ କରି ସର୍ବ ପୁରାତନ ଦେବ ଭାଷା ସଂସ୍କୃତର ବୈଜ୍ଞାନିକ ମହତ୍ତ୍ଵ ଯଥା :- ବୈଦିକ ମନ୍ତ୍ର ଉଚ୍ଚାରଣ ଓ ଧ୍ବନି ଶ୍ରବଣ ମାଧ୍ୟମରେ ବିଭିନ୍ନ ଶାରୀରିକ-ମାନସିକ ରୋଗ ଚିକିତ୍ସା, ମହର୍ଷି ପତଞ୍ଜଳିଙ୍କ ଯୋଗ ଶାସ୍ତ୍ର ,ଆଦି ଶଙ୍କରାଚାର୍ଯ୍ୟଙ୍କ ପର କାୟା ପ୍ରବେଶ,ସଂସ୍କୃତ ବ୍ୟାକରଣର ବୈଜ୍ଞାନିକତା, ସଂସ୍କୃତ ଭାଷାରେ ମହାକାଶ ସ୍ଥିତ ଚନ୍ଦ୍ର ଯାନକୁ ସନ୍ଦେଶ ପ୍ରେରଣ, ଇଂରାଜୀ ଓ ସଂସ୍କୃତ ଭାଷାରେ ଥିବା ସ୍ବର-ବ୍ୟଞ୍ଜନ ବର୍ଣ୍ଣ ଓ ଶବ୍ଦ ଗତ ତୁଳନାତ୍ମକ ବୈଶିଷ୍ଟ୍ୟ,ହୋମ-ଯଜ୍ଞର ବୈଜ୍ଞାନିକତା, ଜ୍ୟୋତିର୍ବିଜ୍ଞାନ,କୁହୂକ ବିଦ୍ୟା, ଦର୍ଶନ ତତ୍ତ୍ଵ , ସଂଗୀତ , ରାଜନୀତି , ଅର୍ଥ ନୀତି,ଧନ୍ବନ୍ତରୀ-ଚରକ-ସୁଶ୍ରୁତାଦିଙ୍କ ଅଦ୍ୱିତୀୟ ଆୟୁର୍ବେଦ ଚିକିତ୍ସା ପଦ୍ଧତି, ମନ୍ଦିର ଓ ଭବନାଦି ନିର୍ମାଣ କଳା(ଆର୍କୋଲୋଜୀ),ଭରତ ମୁନିଙ୍କ ନାଟ୍ୟ ଶାସ୍ତ୍ର,ମହା କବି କାଳିଦାସ ,ଭବଭୁତି,ଭାରବୀ,ଦଣ୍ଡୀ,ବାଣଭଟ୍ଟ,ଭାସ, ଶ୍ରୀ ହର୍ଷ,ସୋମଦେବ,ବିଶାଖ ଦତ୍ତ, ଅମ୍ବିକା ଦତ୍ତ ବ୍ୟାସାଦିଙ୍କ ସସ୍କୃତ ବାଙ୍ମୟ, ବାଗ୍ ଭଟ୍ଟଙ୍କ ରସାୟନ(କେମିଷ୍ଟ୍ରି ) ବିଜ୍ଞାନ,ଋଗ୍ ବେଦୋକ୍ତ ସୂର୍ଯ୍ୟାଲୋକର ଗତି ଓ ଛାୟାପଥ(ମିଲ୍କୀ ୱଏ), ଶ୍ରୀମଦ୍ଭାଗତ ବର୍ଣ୍ଣିତ ଅସଂଖ୍ୟ ବ୍ରହ୍ମାଣ୍ଡ, ମହର୍ଷି ଭରଦ୍ୱାଜଙ୍କ ଯନ୍ତ୍ର ଶାସ୍ତ୍ର(ମେକାନିକ୍ସ),ସୁମହାନ୍ ବୈଜ୍ଞାନିକ ମହର୍ଷି ଅଗସ୍ତିଙ୍କ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପଦ୍ଧତି, ମହର୍ଷି କଣାଦଙ୍କ ଅଣୁତତ୍ତ୍ବ, ଆର୍ଯ୍ୟ ଭଟ୍ଟଙ୍କ ଶୂନ୍ୟ (ଜିରୋ),ଚନ୍ଦ୍ର ପୃଷ୍ଠରେ ଜଳ ବିଷୟରେ ଟୀକାକାର ମଲ୍ଲୀନାଥଙ୍କ ପ୍ରମାଣ,ସ୍ମରାଙ୍ଗନସୂତ୍ରଧାରା ଗ୍ରନ୍ଥରେ ଟର୍ବାଇନ୍ ଦ୍ବାରା ବିଦ୍ୟୁତ୍ ଶକ୍ତିର ଉତ୍ପାଦନ,ସୌର ଶକ୍ତି ଉତ୍ପାଦନ ବିଷୟରେ ତୈତ୍ତିରୀୟ ଆରଣ୍ୟକରେ ପ୍ରମାଣ, ଚନ୍ଦ୍ର ଗ୍ରହଣ ବିଷୟରେ ଆର୍ଯ୍ୟ ଭଟ୍ଟଙ୍କ ପ୍ରମାଣ,ବୃହତ୍ସଂହିତାରେ ଚୁମ୍ବକ (ମାଗ୍ନେଟ୍) ଶକ୍ତିର ଉଲ୍ଲେଖନ, ନ୍ୟାୟ ଦର୍ଶନରେ କାଚପଟଳ(ଲେନ୍ସ)ର ବର୍ଣ୍ଣନ, ଭରଦ୍ୱାଜ ମୁନି ଓ ଯନ୍ତ୍ରାଧିକରଣମ୍ ,ପଟକଳ୍ପ,ସ୍ତମ୍ଭନଯନ୍ତ୍ରମ୍, ଯନ୍ତ୍ରସର୍ବସ୍ବମ୍,ପ୍ରସରାର୍ଣବଯନ୍ତ୍ରମ୍ ପ୍ରଭୃତି ଗ୍ରନ୍ଥମାନଙ୍କରେ ବିମାନ ଶାସ୍ତ୍ର(ଏରୋନେଟିକ୍ସ)ର ବର୍ଣ୍ଣନ,ଶୁକ୍ରନୀତିର ସେନାନିରୂପଣ ପ୍ରକରଣରେ ବିସ୍ଫୋରଣ(ଏକ୍ସପ୍ଳୋସିୱ୍)ର ପ୍ରମାଣ, ମହାଭାରତରେ ସୁନା ଖଣିର ଠାବ, ଆର୍ଯ୍ୟ ଭଟ୍ଟଙ୍କ ସୂର୍ଯ୍ୟ ସିଦ୍ଧାନ୍ତରେ ଜ୍ୟାମିତି ଓ ଗଣିତ,ସୁଶ୍ରୁତ ସଂହିତାରେ ରୋଗ ନିଦାନ(ପାଥୋଲୋଜୀ),ମୂତ୍ର ପଥୁରି(କିଡନୀ ଷ୍ଟୋନ୍)ର ଚିକିତ୍ସା,ଋଗ୍ ବେଦରେ ଟେଷ୍ଟ୍ ଟ୍ୟୁବ୍ ବେବୀର ପ୍ରମାଣ,ନାଡୀ ଦର୍ପଣ ଗ୍ରନ୍ଥରେ ଷ୍ଟେଥୋସ୍କପୀ ଓ ପଲ୍ସ ଟେଷ୍ଟ୍ ପଦ୍ଧତି, ଭାବପ୍ରକାଶ ଗ୍ରନ୍ଥରେ ବୃକ୍ଷ ମାନଙ୍କ ଔଷଧୀୟ ଗୁଣ, ମହାଭାରତର ଶାନ୍ତି ପର୍ବରେ ବୃକ୍ଷାୟୁର୍ବେଦ(ବୋଟନୀ) ବିଜ୍ଞାନ,ବୃହତ୍ ସଂହିତାରେ ଗ୍ରାଫ୍ଟିଙ୍ଗ୍ ବା କଲମୀ ଚାରାର ପ୍ରମାଣ,ଉପବନବିନୋଦ ଗ୍ରନ୍ଥରେ ଵୀଜ ବିହୀନ ଫଳ ଓ ବୃକ୍ଷ ରୋଗ ଚିକିତ୍ସା, ମହାଭାରତରେ ବୃକ୍ଷ ମାନଙ୍କର ଦୃଷ୍ଟି,ଘ୍ରାଣ ଓ ଶ୍ରବଣ ଶକ୍ତି ବର୍ଣ୍ଣନ,କୃଷିପରାଶର, କୌଟିଲୀୟାର୍ଥଶାସ୍ତ୍ରମ୍, ତୈତ୍ତିରୀୟ ସଂହିତାରେ କୃଷି ପଦ୍ଧତି,ବୃଷ୍ଟିର ପୂର୍ବାନୁମାନ, ଆବଶ୍ୟକ ବୃଷ୍ଟିପାତର ପରିମାଣ, ବନୀକରଣ (ଫରେଷ୍ଟରୀ), ବୃହତ୍ ସଂହିତାରେ- ପର୍ଫ୍ୟୁମ୍ ପ୍ରସ୍ତୁତୀକରଣ,ଭୂତଳ ଜଳ ସୂଚନା ଓ କୂପ ଖନନ, ଭରତ ମୁନିଙ୍କ ନାଟ୍ୟ ଶାସ୍ତ୍ରରେ ଶୃଙ୍ଗାର , ହାସ୍ୟ,କରୁଣ,ରୈ।ଦ୍ର,ବୀର,ଭୟାନକ, ବିଭତ୍ସ, ଅଦ୍ଭୁତ,ଶାନ୍ତାଦି ନବ ରସ ଓ ବିଭିନ୍ନ ସଂଗୀତ ବାଦ୍ୟ ବର୍ଣ୍ଣନା,ଚିତ୍ରସୂତ୍ର ଗ୍ରନ୍ଥରେ ରଂଗ ଓ ଚିତ୍ର କଳା (ଆର୍ଟ ଅଫ୍ ପେଇଣ୍ଟିଙ୍ଗ୍) ଇତ୍ୟାଦି ବିଷୟରେ ଚୁମ୍ବକ ରେ ଉପସ୍ଥାପିତ କରିବା ସାଙ୍ଗକୁ କପିଳ ମୁନୀ,ବିଶ୍ଵକର୍ମା, ନାଗାର୍ଜ୍ଜୁନ, ଭାସ୍କରାଚାର୍ଯ୍ଯ,ବରାହ ମିହିର, ବାଲ୍ମୀକି,ବ୍ୟାସଦେବ, ମନୁ,ଯାଜ୍ଞବଳ୍କ୍ୟ,ପରାଶର,ନାରଦ,ବିଶ୍ଵାମିତ୍ର,ବଶିଷ୍ଠ,ବରରୁଚି,ଚାଣକ୍ୟ,ଜୈମିନୀ,ମାଘ,ଜମଦଗ୍ନି,ଗୌତମ,କଶ୍ୟପ,ପୁଲସ୍ତ୍ୟ,ପୁଲହ,କ୍ରତୁ,ଅତ୍ରି,ଅଙ୍ଗିରା,ମରୀଚି,ଅଷ୍ଟାବକ୍ର,ଉଦ୍ଦାଳକ,ଧୈମ୍ୟ,ଋଷ୍ୟଶୃଙ୍ଗ,କାତ୍ୟାୟନ,କୃପାଚାର୍ଯ୍ଯ,ଗର୍ଗ,ଗୃତ୍ସମଦ,ଗୈଡପାଦ,ଚ୍ୟବନ,ଦତ୍ତାତ୍ରେୟ,ପର୍ଶୁରାମ,ଭାରୁଚି,ଭୃଗୁ,ମୈତ୍ରାୟଣ,ଲୋମଶ,ବାତ୍ସ୍ୟାୟନ,ବାମଦେବ,ବିଶ୍ରବା,ବୈଶମ୍ପାୟନ,ଶରଭଙ୍ଗ,ଶୁକ୍ରାଚାର୍ଯ୍ୟ,ଶୁକଦେବ,ଜାବାଳି,ସୁମନ୍ତ,ଦଧୀଚି,ବିଭାଣ୍ଡକ,ଗବିଷ୍ଠିର,କକ୍ଷିବନ୍ତ,ଊଶନା,ମୁଦ୍ଗଳ,କୁତ୍ସ,ମେଧାତିଥି,ତ୍ରିଶୋକ ପ୍ରଭୃତି ପ୍ରାଚୀନ ଅତ୍ୟଦ୍ଭୁତ ଆର୍ଷ ବୈଜ୍ଞାନିକ ମହର୍ଷି ଗଣଙ୍କ ନାମୋଚ୍ଚାରଣ ପୂର୍ବକ ସଂସ୍କୃତ ଭାଷା ଓ ସାହିତ୍ୟର ସମୃଦ୍ଧି କାମନା କରିଛନ୍ତି।ପୁରସ୍କାର ବିତରଣରେ ପଣ୍ଡିତ ଡ଼:ଜଗନ୍ନାଥ ସ୍ବାଇଁ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ପଣ୍ଡିତ ସୁନୀଲ ବାରିକ, ବିଭିନ୍ନ ଅତିରିକ୍ତ ସହଯୋଗରେ ପଣ୍ଡିତା ରୀତାରାଣୀ ପାଢ଼ୀ ପ୍ରମୁଖ ସକ୍ରିୟ ସହଯୋଗ କରିଛନ୍ତି।ଜିଲ୍ଲା ସଂସ୍କୃତ ଶିକ୍ଷକ ମହା ସଂଘ ସଭାପତି ଶ୍ରୀ ପବିତ୍ର ମୋହନ ମିଶ୍ର, ସଂସ୍କୃତ ଭାରତୀର ଜିଲ୍ଲାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ତ୍ରିପାଠୀ, ବ୍ଳକ୍ ସଂପାଦକ ଶ୍ରୀ ଅକ୍ଷୟ କୁମାର ତ୍ରିପାଠୀ, ପଣ୍ଡିତ ପି.ଧରଣୀଧର,ଗଣେଶ ପ୍ରସାଦ ସାହୁ, ବରିଷ୍ଠ ସଂସ୍କୃତ ଶିକ୍ଷକ ନୀଳାମ୍ବର ତ୍ରିପାଠୀ, ଶଶିକାନ୍ତ ପାଢ଼ୀ, ପ୍ରଭାକର ସାହୁ, ପଣ୍ଡିତ ରାଜେନ୍ଦ୍ର କୁମାର ପଣ୍ଡା, ରବୀନ୍ଦ୍ର ଶତପଥୀ,ଆକାଶ ମେହେର,ମୃଣ୍ମୟ ମୋହନ ପରିଡା,ତୁଳସୀରାମ ମହନ୍ତ, ଶକ୍ତି ରାଣୀ ମହାପାତ୍ର, ରବୀନ୍ଦ୍ର କୁମାର ସାହୁ,ଶ୍ରବଣ କୁମାର ଦେବତା,ମିହିର ଦାଶ ପ୍ରମୁଖଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଅଛି। ସଂସ୍କୃତ ରସ ପ୍ରଶ୍ନ ପ୍ରତିଯୋଗିତାରେ ନବରଙ୍ଗପୁର ଆର୍ ସି ଡ଼ି ହାଇ ସ୍କୁଲ ଛାତ୍ରୀ ସୁସ୍ମିତା ରାୟ, ସଂସ୍କୃତ ସମ୍ଭାଷଣରେ ମାଝିଧାନୁଆ ହାଇ ସ୍କୁଲ ଛାତ୍ର ହେମାନନ୍ଦ ହରିଜନ ଓ ଶ୍ଳୋକାବୃତ୍ତିରେ ମାଝିଧାନୁଆ ହାଇ ସ୍କୁଲ ଛାତ୍ରୀ କାବେରୀ ମିର୍ଗାନ୍ ପ୍ରଥମ ପୁରସ୍କାର ଲାଭ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ- ମାଝିଧାନୁଆ ହାଇ ସ୍କୁଲ ସମେତ ଏମ୍ କେରାଗାଁ ହାଇ ସ୍କୁଲର ଛାତ୍ର-ଛାତ୍ରୀ ଗୁରୁ ଗମ୍ଭୀର ସଂସ୍କୃତ ଗୀତର ତାଳେ ତାଳେ ମନୋମୁଗ୍ଧକର ନୃତ୍ୟ ପରିବେଷଣ କରିଛନ୍ତି।ଶେଷରେ ସଂସ୍କୃତ ଶିକ୍ଷକ ମହା ସଂଘର ସକ୍ରିୟ ସଦସ୍ୟ ଡ଼: ପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ ଓ ପଣ୍ଡିତ ଭୋଳେଶ୍ବର ପଣ୍ଡା ଶାନ୍ତି ମନ୍ତ୍ର ପାଠ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡ଼ିଭାଇଡ଼ରକୁ ଧକ୍କା ଦେଲା କାର: ଜଣେ ଗୁରୁତର

masiha

ନର୍ଲା ଠାରେ ମିଶନ ଶକ୍ତି କାଫେ ଗୃହ ଉଦଘାଟିତ

ସ୍ବର୍ଗତ ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!