ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିନି ଦଫା ଦାବୀ ନେଇ ବ୍ଲକର ସମସ୍ତ ଶିକ୍ଷକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ଦେଲେ

ତିନି ଦଫା ଦାବୀ ନେଇ ବ୍ଲକର ସମସ୍ତ ଶିକ୍ଷକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ଦେଲେ

ଗୋଲାମୁଣ୍ଡା,ତା.୧୩।୯(ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ତିନି ଦଫା ଦାବୀ ନେଇ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ରେ ବସିଛନ୍ତି । ୨୦୦୧ ମସିହାରୁ ଚାକିରୀ କରୁଥିବା ସ୍ବେଛାସେବୀ ଶିକ୍ଷା ସହାୟକ, ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କ ଚୁକ୍ତି ଭିତ୍ତିକ ଉଚ୍ଛେଦ କରି ମୂଳ ଚାକିରୀରୁ ଗଣନା, ଓଡିଶା ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା, ପୁରୁଣା ପେନସନ ଲାଗୁ ଭଳି ବିଭିନ୍ନ ଦାବୀ କୁ ନେଇ ଶିକ୍ଷକ ସଙ୍ଘ ଅନେକ ଥର ଦାବୀ କରୁଥିଲେ ମଧ୍ୟ ରାଜ୍ୟ ସରକାର ଶିକ୍ଷକ ସଙ୍ଘ ର ଦାବୀ କୁ ଅଣଦେଖା କରୁଥିଲେ । ଏଣୁ ଆଜି ଗୋଲାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାର ଙ୍କ କାର୍ଯ୍ୟାଳୟରେ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ ଆଜି ସମସ୍ତ ସ୍କୁଲ ରେ ଆଜିଠୁ ତାଲା ଦେଇ ସମୂହ ଛୁଟି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ଲଘୁଚାପ ଜନିତ ବର୍ଷା ହେଉଥିବା ସୁଦ୍ଧା ବର୍ଷାକୁ ଖାତିର ନ କରି ବର୍ଷା ରେ ଭିଜି ଭିଜି ଆନ୍ଦୋଳନ ରେ ବସିଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ । ସଭାପତି ବିଶ୍ୱଜିତ ନେଗୀ,ତରଙ୍ଗ ଚଣ୍ଡୀ,ମୋହନ ବିଶି,ଅଚ୍ୟୁତ ହରପାଲ, ଶିବରାମ ସୁନାନୀ ଭକ୍ତ ରାମ ସେନାପତିଙ୍କ ସମେତ ଶତାଧିକ ଶିକ୍ଷକ ହାତରେ ପ୍ଲା କାର୍ଡ ଧରି ଧାରଣା ରେ ବସିବା ସହିତ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି ।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ଏକ୍ସ -କ୍ୟାଡ଼ର ଶିକ୍ଷକ ସଂଘ ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ପାଳିତ 

masiha

କନ୍ଧମାଳର ବିଏସଏଫ କ୍ୟାମ୍ପ ପକ୍ଷରୁ ଜନସମ୍ପର୍କ ଶିବିର 

Sunil Chandra Nayak

ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି…

Leave a Comment

error: Content is protected !!