ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀଙ୍କ ଋଣ ଟଙ୍କା ଦେବାରେ କେସିସି ବ୍ୟାଙ୍କ ଦ୍ୱାରା ବିଳମ୍ବ ଘଟଣା, ଗଣମାଧ୍ୟମ ଖବର ପ୍ରକାଶ ପରେ ଟଙ୍କା ପାଇଲେ ଚାଷି 

ପାପଡାହାଣ୍ଡି,23/12, ମନିସ – ପାପଡାହାଣ୍ଡିରେ ଚାଷୀକୁ ଋଣ ଟଙ୍କା ଦେବାରେ କେସିସି ବ୍ୟାଙ୍କରେ ବିଳମ୍ବ କରୁଥିବା ଘଟଣା ଗୁରୁବାର ବିଭିନ୍ନ ଗଣମାଧ୍ୟମ ଖବର ପ୍ରକାଶ ପାଇବା ପରେ ଶୁକ୍ରବାର ଦୁଇ ଚାଷୀଙ୍କୁ ରଣ ଟଙ୍କା ପ୍ରଦାନ କରଯାଇଛି | ଏନେଇ କେସିସି ବ୍ୟାଙ୍କ 5 ଜଣ ଚାଷୀ କୁ ଯୋଗାଯୋଗ କରିଥିଲା ମଇଦଲପୁର ଲ୍ୟାମ୍ପ ନିର୍ଦେଶକ ଶ୍ରୀକାନ୍ତ ମିଶ୍ର ସହ ପାଞ୍ଚ ଜଣ ଚାଷୀ କେସିସି ବ୍ୟାଙ୍କ କୁ ପହଞ୍ଚି ଥିଲେ | ବ୍ୟାଙ୍କ କତୃପକ୍ଷ ସମସ୍ତ କାଗଜପତ୍ର ଠିକ କରି ଦଶରାଭଟ୍ଟା ସେବିକା ମିର୍ଗାନ ଓ କଣ୍ଟାମାଲର କମଳା ମାଝୀ ଙ୍କୁ 10 ହଜାର ଲେଖାଏଁ ଋଣ ପ୍ରଦାନ କରିଥିଲା | ବଳକା 3 ଜଣ କୁ ଛୁଟି ପରେ ଋଣ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି | ସୂଚନା ଅନୁଯାୟୀ ପାପଡାହାଣ୍ଡି ବ୍ଲକ ମଇଦଲପୁର ଲ୍ୟାମ୍ପ ଅଧୀନରେ ରହିଥିବା 5 ଜଣଙ୍କ ଚାଷୀ 2019 ମସିହାରେ ଚାଷ ଋଣ କରିଥିଲେ | କିନ୍ତୁ ପାଞ୍ଚ ଜଣ କୌଣସି ବ୍ୟାକ୍ତିଗତ କାରଣ ରୁ ଲୋନ ଟଙ୍କା ଉଠେଇନଥିଲେ | ଏହି ଚାଷୀ ମାନେ କିନ୍ତୁ ବର୍ତମାନ ଏକ ମାସ ତଳେ ଏହି ପାଞ୍ଚ ଜଣ କେସିସି ବ୍ୟାଙ୍କ କୁ ଋଣ ଟଙ୍କା ଉଠେଇବା ପାଇଁ ଆସିଥିଲେ | ଏହା ନେଇ ବ୍ୟାଙ୍କ କତୃପକ୍ଷ କେୱାସି ଫର୍ମ ଦେବା ପାଇଁ କହିଥିଲେ | ବ୍ୟାଙ୍କ କତୃପକ୍ଷ ଏହି ପାଞ୍ଚ ଜଣ କୁ ସୂଚନା ଦେଇଥିଲେ ଜେ ଆପଣ ଆକାଉଣ୍ଟ ରେ ଏହି ଟଙ୍କା ଜମା ରହିଛି କିନ୍ତୁ ଚାଷୀ ଅଭିଯୋଗ କରିଛନ୍ତି ଜେ ଏକ ମାସ ତଳେ ଦୁଇ ଥର କେୱାସି ଫର୍ମ ଦେଇଛନ୍ତି ଓ ଏହା ସ୍ୱତ୍ତ୍ୱେ ଏକ ସପ୍ତାହ ହେଲା ସେ ଟଙ୍କା ଉଠାଣ ପାଇଁ ଆସିଲେ ବ୍ୟାଙ୍କ କତୃପକ୍ଷ ଦେଉନଥିବା ଅଭିଯୋଗ କରିଥିଲେ | ମଇଦଲପୁର ଲ୍ୟାମ୍ଫ ନିର୍ଦେଶକ ଶ୍ରୀକାନ୍ତ ମିଶ୍ର ଏହାର ତଦନ୍ତ ଦାବି କରିଥିଲେ | ଏନେଇ ଗୁରୁବାର ଦିନ ଗଣମାଧ୍ୟମ ଖବର ପ୍ରକାଶ ପାଇବା ପରେ ବ୍ୟାଙ୍କ କତୃପକ୍ଷ ଶୁକ୍ରବାର ଦିନ ଚାଷୀ ଙ୍କ ଋଣ ଟଙ୍କା ପ୍ରଦାନ କରିଛନ୍ତି | ଏନେଇ ସେବିକା ମିର୍ଗାନ ଓ କମଳା ମାଝୀ ଓ ଲ୍ୟାମ୍ପ ନିର୍ଦେଶକ ଶ୍ରୀକାନ୍ତ ମିଶ୍ର ଗଣମାଧ୍ୟମ କୁ ଧନ୍ୟବାଦ ଜଣେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଭାରତୀୟ ଡାକ ବିଭାଗ ଦ୍ଵାରା ମହିଳା ସଶକ୍ତିକରଣ ନିମନ୍ତେ ସରକାର ଙ୍କର ନୂଆ ଯୋଜନାର ଆଲୋକୀକରଣ

Sunil Chandra Nayak

ଖଡ଼ିଆଳ ସଂସ୍କୃତି ଅନୁଷ୍ଠାନ ରପ୍ରତିଷ୍ଠା ଦିବସ ସହ ନୁଆଁଖାଇ ଭେଟଘାଟ ପାଳିତ

masiha

ଜଳିଗଲା ପାଞ୍ଚ ଭରଣ ଜମି ର ଧାନ ଫସଲ 

masiha

Leave a Comment

error: Content is protected !!