ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ପଲଙ୍କ ଉତ୍ପାତରେ ଘର ଭାଙ୍ଗି ଖାଇଗଲେ ଧାନ,ଚାଉଳ

କାମାକ୍ଷାନଗର (ମ ନି ସ )୨୩/୧୨_ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଡିହଡୋଳା ଫରେଷ୍ଟ ସେକ୍ସନ ଅଞ୍ଚଳରେ ବଣୁଆ ହାତୀଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଛି । ବନବିଭାଗ ପକ୍ଷରୁ ନୀରବ ଦ୍ରଷ୍ଟା ଯୋଗୁଁ ଲୋକେ କ୍ଷୟକ୍ଷତିର ଶିକାର ହେଉଛନ୍ତି । ଏପରି ଘଟଣା ଦେଖିବାକୁ ମିଳୁଛି ପରଜଙ୍ଗ ବ୍ଲକ ବରକଟା ଗ୍ରାମର ଲକ୍ଷ୍ମୀଧର ହେମ୍ରମ ଙ୍କ ଦୁଇ ବଖରା ଘର ଭାଙ୍ଗି ଦେବା ସହ ଧାନ ଚାଉଳ ନଷ୍ଟ କରିଛନ୍ତି ହାତୀ ପଲ । ଗତ କାଲି ବିଳମ୍ବିତ ରାତିରେ ଘରେ ସୋଇଥିବା ବେଳେ ୧୨ ରୁ ୧୫ ଟିକିଆ ବଣୁଆ ହାତୀଙ୍କ ଉତ୍ପାତ ଜାଣିପାରି ପିଲାଛୁଆ ଧରି ବାହାରକୁ ପଳାଇଥିଲେ ପରିବାର ଲୋକେ। ତେବେ ବଣୁଆ ହାତୀଙ୍କ ଉତ୍ପାତ ଦେଖି ସ୍ଥାନୀୟ ଡିହଡୋଳା ଫରେଷ୍ଟ ବନବିଭାଗ କୁ ଖବର ଦେଇଥିଲେ। ଅଧିକାରୀ ଘଟଣା ସ୍ଥଳକୁ ଆସିନଥିବାରୁ ଅଭିଯୋଗ କରିଛନ୍ତି ଲକ୍ଷ୍ମୀଧର । ପରିବାର ର କାହାର କିଛି କ୍ଷତି ହୋଇନଥିବା ବେଳେ ଘର କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇଥିଲେ ହାତୀ ପଲ। ଏନେଇ କ୍ଷୟକ୍ଷତି ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ପରିବାର ଲୋକ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

“ସଡ଼କ ସୁରକ୍ଷା ଓ ସାଇବର ସୁରକ୍ଷା” ଉପରେ ଏକ ସଚେତନ କାର୍ଯ୍ୟକ୍ରମ

masiha

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟର ୧୯୯୮ ମସିହା ବ୍ଯାଚ ତରଫରୁ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉ ଅନ୍ନ ପ୍ରସାଦ ବଣ୍ଟନ

Sunil Chandra Nayak

ଜଲଦାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

masiha

Leave a Comment

error: Content is protected !!