ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କାରେ ମହିଳା ମୃତ

ଡାବୁଗାଁ, ୨୯/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଭଣ୍ଡିମାଳ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳା ଙ୍କ ର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଭଣ୍ଡିମାଳ ଗ୍ରାମର ପଦଲାମ ଜାନୀ ନିଜ ପରିବାର ସହ ଗ୍ରାମ ଠାରୁ ପ୍ରାୟ ୫ ମିଟର ଦୂରରେ ଘର କରି ରହୁଛନ୍ତି | ଶୁକ୍ରବାର ରାତିରେ ପଦଲାମ ଙ୍କ ସ୍ତ୍ରୀ ସୁନାମଣି ଜାନୀ (୪୫) ଗ୍ରାମ ମଧ୍ୟକୁ ପାଣି ପାଇଁ ଯାଇଥିଲେ | ପାଣି ଆଣିବା ସମୟରେ ରାସ୍ତାରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା | ଫଳରେ ସୁନାମଣି ରାସ୍ତାରେ ପଡି ରହିଥିଲେ | କିଛି ସମୟପରେ ସେହି ରାସ୍ତା ଦେଇ ଗ୍ରାମର କିଛି ଲୋକ ତାଙ୍କୁ ଦେଖି ଉଦ୍ଧାର କରିବାସହ ପରିବାର ଲୋକଙ୍କୁ ଖବର ଦେଇଥିଲେ | ପରିବାର ଲୋକ ଆସି ସୁନାମଣିଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ଶନିବାର ଚିକିତ୍ସାଧୀନ ଅବସ୍ଥାରେ ସୁନାମଣିଙ୍କର ମୃତ୍ୟୁ ଘଟିଥିଲା | ଏନେଇ ତାଙ୍କ ପୁଅ ଦଇନୁ ଜାନୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରଯାଇଥିଲା | ଏନେଇ ଥାନା କେସ ନଂ ୯୦/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଛେଳି ଚୋରିକୁ କେନ୍ଦ୍ରକରି ଉତ୍ତେଜନା ୩ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ: ଖସିଗଲେ ୬ ଯୁବକ

masiha

ସାଧୁ ବେଶରେ ୩ ଅଭିଯୁକ୍ତ ଗିରଫ : ମହିଳାଙ୍କ ଅଳଙ୍କାର ଲୁଟିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ

Sunil Chandra Nayak

ଅବକାରୀ ଧର ପଗଡ ରେ ଦୁଇ ଜଣ ଆସାମୀ କୋର୍ଟ ରେ କରାଗଲା ହାଜର 

masiha

Leave a Comment

error: Content is protected !!