ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘରେ ପଶି ସ୍ୱାମୀ ସ୍ତ୍ରୀ ଙ୍କୁ ଖଣ୍ଡା ହାଣୀ ପକାଇଲେ କିଛି ଦୁର୍ବୃତ୍ତ 

ବଲାଙ୍ଗିର,୧୫/୦୧ ଘରେ ପଶି ସ୍ୱାମୀ ସ୍ତ୍ରୀ ଙ୍କୁ ଖଣ୍ଡାରେ ହାଣିଲେ ୫ ରୁ ୬ ଜଣ ଦୁର୍ବୃତ | ଏଭଳି ଏକ ଅଭାବନୀୟ ଘଟଣା ଆଜି ବଲାଙ୍ଗିର ସହରସ୍ଥିତ ଶାସ୍ତ୍ରୀ ନଗରରେ ଘଟିଛି | ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି | ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ସୂଚନା ଅନୁସାରେ ଆଜି ସନ୍ଧ୍ୟା ରେ ସ୍ବାମୀ ସ୍ତ୍ରୀ ଘରେ ଥିବା ସମୟରେ କିଛି ଯୁବକ ହଠାତ୍ ତାଙ୍କ ଘରକୁ ପଶିଥିଲେ। ସେମାନେ ଧରିଥିବା ଖଣ୍ଡ। ରେ ଆକ୍ରମଣ କରି ସ୍ୱାମୀ ଓ ସ୍ତ୍ରୀ ଠାରୁ ସୁନା ଚେନ ଓ ଟଙ୍କା ଲୁଟି ନେଇଥିଲେ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଥିବା ଜଣାପଡିଛି | ହେଲେ ଆକ୍ରମଣ ର ଶିକାର ହୋଇଥିବା ଭବାନୀ ଏହାକୁ ଲୁଟ ବୋଲି କହିଛନ୍ତି ।ଅତି ଗୁରୁତର ହେବାରୁ ଭବାନୀ ଦୀପ କୁ ବୁର୍ଲା ଭିମସାର୍ ମେଡିକାଲ୍ କୁ ଡାକ୍ତର ପଠାଇ ଦେଇଛନ୍ତି।

ବଲାଙ୍ଗୀର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ସେକ୍ଟର ୫ ଅଞ୍ଚଳରୁ ଚୋରି 

Sunil Chandra Nayak

ମାଓବାଦୀ ନାଁରେ ଟଙ୍କା ମାଗିବା ଅଭିଯୋଗ ରେ ୨ଜଣ ଗିରଫ ।

Sunil Chandra Nayak

ଡାକ୍ତରଙ୍କ ଘରେ ଭିଜିଲାନ୍ସ ବିଭାଗର ଛାନଭିନ , ନଗଦ ୨୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସୁନା ଗହଣା ପାଇଲା ଭିଜିଲାନ୍ସ

masiha

Leave a Comment

error: Content is protected !!