ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ,ଘୁମୁରା ୨୦୨୫। କଳା, କଳାକାର ଓ ଦର୍ଶକଙ୍କ ମହାମିଳନର ପର୍ବ କଳାହାଣ୍ଡି ଉତ୍ସଵ

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ,ଘୁମୁରା ୨୦୨୫

କଳା, କଳାକାର ଓ ଦର୍ଶକଙ୍କ ମହାମିଳନର ପର୍ବ କଳାହାଣ୍ଡି ଉତ୍ସଵ

ଜୁନାଗଡ଼୧୧/୧(ମନୀସ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଆଜି ଉଦଘାଟିତ ହୋଇଛି । କଳାହାଣ୍ଡି କଳାର ହାଣ୍ଡି, କଳା ବଞ୍ଚିଲେ କଳାକାର ବଞ୍ଚିବ । କଳାକାର ବଞ୍ଚିଲେ କଳା ର ଉନ୍ନତି ହେବ । କଳାହାଣ୍ଡି ଉତ୍ସବ ଏକ ବନ୍ଧୁମିଳନ ର ଉତ୍ସଵ । ଲୋକ ବାଦ୍ୟ, ଲୋକ ନୃତ୍ୟ, ଲୋକ ପରମ୍ପରା, ଲୋକ ସଂସ୍କୃତି କୁ ବଜାଇ ରଖିବା ତଥା କଳା, କଳାକାର ଓ ଦର୍ଶକଙ୍କ ମହମିଳନର ପର୍ବ ହେଉଛି କଳାହାଣ୍ଡି ଉତ୍ସଵ ବୋଲି ଆଜି ଉଦଘାଟନୀ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଥିଲେ । ଆଜି ସକାଳୁ ମାଁ ଲଙ୍କେଶ୍ୱରୀ ମନ୍ଦିରକୁ ଜୁନାଗଡ଼ ବ୍ଲକ ର ୩୪ଟି ପଞ୍ଚାୟତର ମଶାଲ ଆସିବା ରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଏକ ମଶାଲ ଶୋଭାଯାତ୍ରାରେ ତ୍ରିନାଥ ମନ୍ଦିର ଠାରୁ କୁରୁଗୁଡା ଶିବ ମନ୍ଦିର ଯାଇ ସେଠାରେ ମଧ୍ୟ ପୂଜାର୍ଚ୍ଚନା କରାଯାଇ,ସେଠାରୁ କଳସ ଶୋଭାଯାତ୍ରା ଓ ମଶାଳ ଯାତ୍ରା ଆସି ମହାବିଦ୍ୟାଳୟ ଖେଳ ପଡ଼ିଆରେ ପହଞ୍ଚିଥିଲା । ପରେ ଜୁନାଗଡ଼ ବିଡ଼ିଓ ଦେବାଶିଷ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ସମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଜିଲ୍ଲାପରିଷଦ ସଦସ୍ୟ ଲାଲବାହାଦୂର ଯାନୀ, ରେଣୁକା କୁମାର, ସଂଗୀତା ଖର୍ସେଲ, ସରପଞ୍ଚ ସଙ୍ଘ ସଭାପତି ତାରାଶଙ୍କର ରାୟଗୁରୁ, ଭଇଁରିଗୁଡା ସରପଞ୍ଚ ବୀଣାପାଣି କନ୍ଧପାନ, ସମିତିସଭ୍ୟ ଜବରସିଂ ତାଣ୍ଡି,ନାଏବ ସରପଞ୍ଚ ଈଶ୍ୱର ଚନ୍ଦ୍ର ଜାମଗଛିଆ ପ୍ରମୁଖ ଉଦବୋଧନ ଦେଇଥିଲେ । ବିଏସଏସ ଓ ତୁଷାର ରଞ୍ଜନ ସାହୁ ମଞ୍ଚ ପରିଚଳନା କରିଥିଲେ । କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ସାଂସ୍କୃତିକ ସନ୍ଧ୍ୟାରେ ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେଓ, ସମ୍ମାନିତ ଅତିଥି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲାପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ପଦ୍ମଶ୍ରୀ ପଟ୍ଟାୟତ ସାହୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ୍ୟା ସୁଧିରା ମେହେର,ଭଇଁରିଗୁଡା ସରପଞ୍ଚ ବୀଣାପାଣି କନ୍ଧପାନ ପ୍ରମୁଖ ଉଦବୋଧନ ଦେଇଥିଲେ ।ବିନୟ କୁମାର ସାହୁ ଙ୍କ ନେତୃତ୍ୱରେ ମନୋଜ ମେହେର, ବେଣୁଧର ବାଗ, ଅନୁବନ୍ଧନ ଭରଦ୍ୱାଜ, ଖୋଲାନନ୍ଦ ଝାଙ୍କର, ସନ୍ତୋଷ ମେହେର, ନିତେଶ ଯୋଶୀ, ଲିପ୍ସା ଦଣ୍ଡସେନା, ସୁଧାମୟୀ ପଣ୍ଡା, ସୂର୍ଯ୍ୟ ପ୍ରକାଶ ଠାକୁର, ଦେବେନ୍ଦ୍ର ସାହୁ, ରଘୁମଣି ପୁଝାରି ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଲିଓଡ଼ ଗଗାୟିକା ପମେଲା ଜୈନ ସାଥୀଙ୍କ ମେଲୋଡି ଦର୍ଶକଙ୍କୁ ମଧ୍ୟରାତ୍ର ପର୍ଯ୍ୟନ୍ତ ମତୁଆଲା କରିଥିଲା ।ଜୁନାଗଡ଼ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଖଲା ରକ୍ଷ୍ୟା କରାଯାଇଥିଲା। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l କୋଲନରା ବ୍ଲକ କଟିକଣ।ପଞ୍ଚାୟତ ସଦର ମହକୁମାରେ ଅଭିଯୋଗ ଶୁଣାଣି

Sunil Chandra Nayak

ପ୍ରକାଶିତ ହେଲା ଫଟୋ ପ୍ରତିଯୋଗିତାର ଫଳାଫଳ

masiha

ଦଶୀପୁରରେ ପାନୀୟ ଜଳ ସମସ୍ୟା ଛବିଶି ଦିନରେ ପହଞ୍ଚିଲା

masiha

Leave a Comment

error: Content is protected !!