ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛେଣ୍ଡ ସ୍ଥିତ ନୋ ପ୍ରେସକିପସନ ପଏଣ୍ଟରେ ନିଃଶୁଳ୍କ ସ୍ବାସ୍ଥ୍ୟ ପରାମର୍ଶ କର୍ମଶାଳା ଆସନ୍ତା ୧୬ ରୁ….

ଛେଣ୍ଡ ସ୍ଥିତ ନୋ ପ୍ରେସକିପସନ ପଏଣ୍ଟରେ ନିଃଶୁଳ୍କ ସ୍ବାସ୍ଥ୍ୟ ପରାମର୍ଶ କର୍ମଶାଳା ଆସନ୍ତା ୧୬ ରୁ….

ରାଉରକେଲା : ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ନୋ ପ୍ରେସ୍କ୍ରୀପ୍ସନ ପଏଣ୍ଟ ଠାରେ ଆସନ୍ତା ୧୬ତାରିଖରୁ ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ୱାସ୍ଥ୍ୟ କର୍ମଶାଳା ଏବଂ ମାଗଣା ସ୍ବାସ୍ଥ୍ୟ ପରାମର୍ଶ ଦେବାପାଇଁ ସ୍ଵତନ୍ତ୍ର କାର୍ଯକ୍ରମ କରାଯିବାର ସିଦ୍ଧାନ୍ତ ନିଆଯାଇଛି। 

ଉକ୍ତ କାର୍ଯ୍ୟକ୍ରମରେ ଯେ କୌଣସି ବ୍ୟକ୍ତି ଯୋଗଦାନ କରି ପାରିବେ ଏଵଂ ସେଥିପାଇଁ କୌଣସି ଦେୟ ପୈଠ କରିବାକୁ ପଡିବ ନାହିଁ। ଚଳିତ ମାସ ୧୬ ତାରିଖ ସନ୍ଧ୍ୟା ୭ ଘଟିକା ରୁ ୮ ଘଟିକା ରେ ଡ଼ାକ୍ତର ବିଶ୍ବଜିତ ମହାପାତ୍ର, ସୁ ସ୍ଵାସ୍ଥ୍ୟ ପାଇଁ ଆମ ଜୀବ କୋଷିକା ମାନଙ୍କ ମଧ୍ୟରେ ଲୁଚି ରହିଥିବା ଶକ୍ତି (କୋଷ ଭିତ୍ତିକ ସ୍ୱାସ୍ଥ୍ୟ ଓ ଜୀବନ) ବିଷୟରେ ଆଲୋକପାତ କାରିବେ। ୧୮ ତାରିଖ ସନ୍ଧ୍ୟା ୬ଘଟିକରୁ ୮ଘଟିକା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ, ଏବଂ ୧୯ ତାରିଖ ଖାଦ୍ୟ ପୋଷଣ ତତ୍ତ୍ଵ ସଂପର୍କ ରେ ଡକ୍ଟର୍ ତନୟା ଚାଟାର୍ଜୀ ବୟସ୍କ ଲୋକଙ୍କ ପାଇଁ ଆଲୋଚନା କରିବେ। ୨୦ ତାରିଖ ରେ ସନ୍ଧ୍ୟା ୬ ରୁ ୮ଘଟିକା ମଧ୍ୟରେ ମାନସିକ ପରାମର୍ଶଦାତା ଅଶୋକ ପଟ୍ଟନାୟକ ଏବଂ ସହଯୋଗୀ ମାନଙ୍କ ଦ୍ଵାରା ମାନସିକ ସ୍ୱାସ୍ଥ୍ୟ ବିଷୟରେ ଆଲୋକପାତ କରାଯିବ। ୨୩ ତାରିଖରେ ସହର ପ୍ରତିଷ୍ଠିତ ହୋମିଓପାଥି ଚିକିତ୍ସକ ଡାକ୍ତର ନରେଶ ପଣ୍ଡା ଏବଂ ବ୍ରହ୍ମାନନ୍ଦ ନାୟକ ଦ୍ଵାରା ସୁ ସ୍ଵାସ୍ଥ୍ୟପାଇଁ ହୋମିଓପାଥି ବିଜ୍ଞାନ ର ଯୋଗଦାନ ଉପରେ ଆଲୋକପାତ କେରିବେ। ୨୫ ତାରିଖ ପୁନର୍ବାର ଡାକ୍ତର ବିଶ୍ବଜିତ ମହାପାତ୍ର ଏଵଂ ଡାକ୍ତର ଅରୁଣା ସାହୁ ଦ୍ଵାରା ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବିଷୟରେ ପରାମର୍ଶ ଏବଂ ପରୀକ୍ଷା କରାଯିବ। ଏହି କ୍ରମାଙ୍କ ରେ ୨୭ ତାରିଖରେ ମହିଳା ସ୍ୱାସ୍ଥ୍ୟ ସମ୍ପର୍କୀୟ ଆଲୋଚନାଚକ୍ର ରେ ମହିଳା ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ଚକ୍ର ଡାକ୍ତର ଅରୁଣ ମହାପାତ୍ର ଙ୍କ ଦ୍ଵାରା ପରିଚାଳନା ହେବ। ଅସ୍ଥି ସୁରକ୍ଷା ସମ୍ପର୍କିତ କର୍ମଶାଳା ୨୮ ତାରିଖ ସନ୍ଧ୍ୟା ୭ ଘଟିକା ଠାରୁ ୮ ଘଟିକା ପର୍ଯ୍ୟନ୍ତ ଡାକ୍ତର ସନ୍ତୋଷ ମହାପାତ୍ର ଙ୍କ ଦ୍ଵାରା ପରଚାଳିତ ହେବ। ୨୯ ତାରିଖ ସନ୍ଧ୍ୟା ସମୟରେ ବିଶ୍ଵ ହୃଦୟ ଦିବସରେ ବିଷୟ ବିଶେଷଜ୍ଞ ସୁସ୍ଥ ହୃଦୟ ବିଷୟ ରେ ଆଲୋକପାତ କରିବେ। ୩୦ ତାରିଖ ଦିନ ମାନସିକ ସ୍ୱାସ୍ଥ୍ୟ ଓ ଜୀବନ ବିଷୟରେ ସହର ର ପ୍ରଖ୍ୟାତ ମନସିକ ବିଶେଷଜ୍ଞ ଡକ୍ଟର କଲ୍ୟାଣୀ ମିଶ୍ର ମାନସିକ ସୁସ୍ଥତା ବିଷୟରେ ଆଲେଚନା କରିବେ। 

ଏହି ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ବୌଦ୍ଧିକ ମାନସିକ ବିକାଶ କରିବା ସହିତ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସଚେତନ ହେବା ପାଇଁ ‘ନୋ ପ୍ରେସ୍କ୍ରିପସନ ପଏଣ୍ଟ’ ର ସଚିବ ସ୍ୱପ୍ନିଲ ମହାପାତ୍ର ନିବେଦନ କରିଛନ୍ତି। ଉକ୍ତ ସେବା ମୂଳକ ଅନୁଷ୍ଠାନ ରେ ଯୋଗଦାନ କରି ନିଜକୁ ସୁରକ୍ଷା କରିବା ଦିଗରେ ସଚେତନତା ସୃଷ୍ଟି କରିବା ସହ ଅନ୍ୟ ମାନଙ୍କୁ ଏଦିଗରେ ପ୍ରୋତ୍ସାହିତ କରନ୍ତୁ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖେଳନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଟିତ

Sunil Chandra Nayak

ଆସିକାରେ ଅନ୍ତଃଜିଲ୍ଲା ‘ବିକ୍ଷିପ୍ତା’ ସାହିତ୍ୟ ସମ୍ମିଳନୀ; ୧୫୦ରୁ ଅଧିକ କବିଙ୍କ ସ୍ୱରଚିତ କବିତା ପାଠ

Sunil Chandra Nayak

ଶ୍ରୀଧର ସ୍ମୃତି ଜ୍ଞାନବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର

Sunil Chandra Nayak

Leave a Comment

error: Content is protected !!