ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପଞ୍ଜିକରଣ ପ୍ରମାଣପତ୍ର ବଣ୍ଟନ ଶିବିର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପଞ୍ଜିକରଣ ପ୍ରମାଣପତ୍ର ବଣ୍ଟନ ଶିବିର

କୋରାପୁଟ :- ଶ୍ରମ ବିଭାଗ ଜୟପୁର, କୋରାପୁଟଙ୍କ ଅIନୁକୁଲ୍ୟରେ ଜୟପୁର ସ୍ଥିତ ବିକ୍ରମ ଦେବ ମହାବିଦ୍ୟାଳୟ ପରିସରରେ ନିର୍ମାଣଧୀନ ଅଡିଟୋରିଓମ କୋଠାରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ପ୍ରମାଣପତ୍ର ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ନରେନ୍ଦ୍ର ରାଇକା, ଯୁଗ୍ମ ଶ୍ରମ ଆୟୁକ୍ତ, ଶ୍ରୀ ବୃନ୍ଦାବନ ସେଠୀ, ଜିଲ୍ଲା ଶ୍ରମ ଅଧିକାରୀ ଜୟପୁର, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ ଏବଂ କୁମାରୀ ରାମେଶ୍ୱରୀ ହିକକା, କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଜୟପୁରର କର୍ମଚାରୀ ମାନେ ଯୋଗଦେଇ ସରକାରଙ୍କ ତରଫରୁ ଶ୍ରମିକଙ୍କୁ ଯୋଗାଇଦିଆଯାଉଥିବା ବିଭିନ୍ନ ପ୍ରକାରର ସହାୟତା ସମ୍ପର୍କରେ ଅବଗତ କରାଇଥିଲେ, ଯେଉଁମାନେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକରଣ କରିନାହାନ୍ତି ସେମାନଙ୍କୁ ଯଥା ଶୀଘ୍ର ପଞ୍ଜିକରଣ କରି ସରକାରଙ୍କ ତରଫରୁ ମିଳୁଥିବା ସହାୟତା ସବୁ ପାଇବାକୁ ପ୍ରବର୍ତାଇଥିଲେ ଏବଂ ଏହି କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ୨୯ ଜଣ ନିର୍ମାଣ ଶ୍ରମିକଙ୍କୁ ପଂଜିକୃତ ପ୍ରମାଣପତ୍ର ପ୍ରଦାନ କରାଗଲା I

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୫ ବର୍ଷର ଶିଶୁପୁତ୍ର ମୃତ

ଘରେ ଘରେ ପୃଷ୍ଟି” ପ୍ରୟାସ

Sunil Chandra Nayak

ଜଳେଶ୍ଵରରେ ଆର୍ନ୍ତଜାତୀୟ ପ୍ରତିମୂର୍ତ୍ତି ସଫେଇ ତଥା ସଂରକ୍ଷଣ ଦିବସ ପାଳନ: ଅଂଶ ଗ୍ରହଣ କଲେ ୧୨ ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!