ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇଓ୍ବା ଗାଡି ପଛପଟେ ଧକାହୋଇ ବାଇକ ଚାଳକ ଗୁରୁତର, କଟକ ସ୍ଥାନାନ୍ତର

 କାମାକ୍ଷାନଗର (ମ ନି ସ)24/12/ ହାଇଓ୍ବା ଟ୍ରକ ପଛପଟେ ବାଇକ ପିଟି ହୋଇ ଚାଳକ ଗୁରୁତର। ଗୁରୁତର ହୋଇଥିବା ଯୁବକ ହେଲେ କାମାକ୍ଷାନଗର ଥାନା ଜିରିଡାମାଳି ଗ୍ରାମର ଅଜୟ କୁମାର ବେହେରା। ସୁଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ଅଜୟ କାମାକ୍ଷାନଗର ବଜାରରୁ କାମସାରି ନିଜ ଘରକୁ ଫେରୁଥିଲେ। ଏକ ହାଇଓ୍ବା ଟ୍ରକ ଛକ ନିକଟ ରେ ଠିଆ ହୋଇଥିବା ବେଳେ ଟ୍ରକର ପଛପଟୁ ଧକ୍କା ବାଇକ ଧକ୍କା ହୋଇ ଥିଲା। ଫଳରେ ସେ ଗୁରୁତର ଅବସ୍ଥାରେ ପଡି ରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ ବାହିନୀ ଦ୍ବାରା କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରିଛନ୍ତି ଡାକ୍ତର। କାମାକ୍ଷାନଗର ସହର ଦେଇ ଭାରଯାନ ଚଳାଚଳ ଉପରେ ପ୍ରଶାସନ ରୋକ ଲଗାଇଥିବା ବେଳେ ସକାଳ ୭ ଟାରୁ ସନ୍ଧ୍ୟା ୯ ଟା ପର୍ଯ୍ୟନ୍ତ ଭାରିଯାନ ଚଳା ଚଳ ବନ୍ଦ ରହିଛି। ତେବେ କିପରି ସହର ମଧ୍ୟକୁ ହାଇଓ୍ବା ଟ୍ରକ ଆସିଲା ସେ ନେଇ ଘଟଣାସ୍ଥଳରେ ବେଶ କିଛିସମୟ ପାଇଁ ଚାପା ଉତ୍ତେଜନା ଲାଗିଥିଲା। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଦସ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ବିସାଳ ରାଲି

Sunil Chandra Nayak

ବାଂଲାଦେଶ ହିଂସା ପରେ ରାଜନଗର ଆତଙ୍କିତ , ଅନୁପ୍ରବେଶକାରୀଙ୍କ ପ୍ରବେଶ ଆଶଙ୍କା,ପେଟ୍ରୋଲିଙ୍ଗ କରିବାକୁ ଥାନାରେ ତେଲ ଅଭାବ

masiha

କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ

Sunil Chandra Nayak

Leave a Comment

error: Content is protected !!