ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହକାରୀ ଶିକ୍ଷକ ନିଲମ୍ବିତ:ପ୍ରଧାନ ଶିକ୍ଷକ ଙ୍କ ଦରମା ବନ୍ଦ  (ଶ୍ରେଣୀ ଗୃହରେ ଅଶ୍ଳୀଳ ଭାଷାରେ ଶିକ୍ଷକ ଗାଳିଗୁଲଜ କରିବା ଘଟଣା)

ସହକାରୀ ଶିକ୍ଷକ ନିଲମ୍ବିତ:ପ୍ରଧାନ ଶିକ୍ଷକ ଙ୍କ ଦରମା ବନ୍ଦ 

(ଶ୍ରେଣୀ ଗୃହରେ ଅଶ୍ଳୀଳ ଭାଷାରେ ଶିକ୍ଷକ ଗାଳିଗୁଲଜ କରିବା ଘଟଣା)

ନବରଙ୍ଗପୁର:(୬|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ବୋରିଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶ୍ରେଣୀ ଗୃହରେ ପଢାଇବା ବେଳେ ଶିକ୍ଷକ ମଥୁରା ନନ୍ଦ ରାଉତ ଛାତ୍ରୀ ଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଘଟଣାରେ ସୋମବାର ତାଙ୍କୁ ନିଲମ୍ବିତ କରାଯାଇଛି l ଜିଲ୍ଲା ଶିକ୍ଷା ବିଭାଗ ଉକ୍ତ ଘଟଣାରେ ସ୍କୁଲ ପ୍ରଧାନଶିକ୍ଷକ ଙ୍କ ଦରମା ବନ୍ଦ କରିଛି l ସୂଚନା ଅନୁସାରେ ସହକାରୀ ଶିକ୍ଷକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ନେଇ ଗତ ୨୬ ତାରିଖରେ ଛାତ୍ରୀମାନେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ l ଅଭିଯୋଗ ବିଷୟରେ ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଅଭିଯୋଗ ପାଇବା କ୍ଷଣି ଏକ ୬ ଜଣିଆ ତଦନ୍ତ କମିଟି ଗଠନ କରି ବିଦ୍ୟାଳୟକୁ ଯାଞ୍ଚ ନିମନ୍ତେ ପଠାଇଥିଲେ l ୨୭ ତାରିଖରେ ତଦନ୍ତ କମିଟି ବିଦ୍ୟାଳୟରେ ପହଁଞ୍ଚି ତଦନ୍ତ କରିଥିଲେ l ତଦନ୍ତ କମିଟି ଏକ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କୁ ପ୍ରଦାନ କରିଥିଲେ l ତଦନ୍ତ ରିପୋର୍ଟ ଅନୁସାରେ ଜିଲ୍ଲା ଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୩୯୮୮/୪.୮.୨୦୨୫ ଅନୁଯାୟୀ ସହକାରୀ ଶିକ୍ଷକ ମଥୁରା ନନ୍ଦ ରାଉତ ଙ୍କୁ ନିଳମ୍ବନ କରାଯାଇ ଥିବା ବେଳେ ତାଙ୍କୁ ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଅବସ୍ଥାପିତ କରାଯାଇଛି l ତେବେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ କେଶବ ଗୌଡଙ୍କର ଦରମା ବନ୍ଦ କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ମହୋଦୟ ସୂଚନା ଦେଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୀବନ ଜୀବିକା ସହାୟତା କାର୍ଯ୍ୟକ୍ରମ 

masiha

କୋରାପୁଟରେ ସୁଭଦ୍ରା ସ୍ବାଗତ ପଦଯାତ୍ରା 

masiha

ସନାତନ ସସ୍କୃତି ସହିତ ଜଡିତ ରହିବାକୁ ନେଇ, ସମାଜ ସଦ ଭାବନା ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!