ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ : ସମୀକ୍ଷା କଲେ ମାନ୍ୟବର ବିଧାୟକ ନବରଙ୍ଗପୁର

ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ : ସମୀକ୍ଷା କଲେ ମାନ୍ୟବର ବିଧାୟକ ନବରଙ୍ଗପୁର 

ନବରଙ୍ଗପୁର:( ତା ୬.୮.୨୦୨୫)(ରବି ନାରାୟଣ ମହାନ୍ତି)ଗତ କାଲି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଅଧ୍ୟକ୍ଷତା ପୂର୍ବକ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ।ପ୍ରଥମେ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ସମସ୍ତଙ୍କୁ ସ୍ଵାଗତ କରି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ବିଭାଗୀୟ ଯୋଜନା ଓ କାର୍ଯ୍ୟର ସଫଳ ରୂପାୟନ ପାଇଁ କାର୍ଯ୍ୟ ତ୍ବରାନ୍ବିତ କରିବାକୁ କହିଥିଲେ।ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପି ଏ, ଆଇ ଟି ଡି ଏ ରାଜୀବ ଲୋଚନ ସାହୁ, ସି ଡି ଏମ ଓ ଡ଼ା ସନ୍ତୋଷ ପଣ୍ଡା ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ ନିର୍ବାଚନ ମଣ୍ଡଳୀ ର ୪ ଟି ବ୍ଲକ୍ ତେନ୍ତୁଳିଖୁଣ୍ଟି,ନବରଙ୍ଗପୁର, କୋଷଗୁମୁଡ଼ା, ନନ୍ଦାହାଣ୍ଡି ବି ଡି ଓ ଉପସ୍ଥିତ ଥିଲେ।ଉପ ନିର୍ଦ୍ଦେଶକ ଯୋଜନା ଓ ସ୍ଵମନୟ ଏୟୀଶ୍ଵର୍ୟ ଭଞ୍ଜ ସଭା ପରିଚାଳନା କରିଥିଲେ।ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଶିକ୍ଷା, ରାସ୍ତା ଓ ଗୃହନିର୍ମାଣ, ମତ୍ସ୍ୟ ଓ ପ୍ରାଣସମ୍ପଦ, କର୍ମ ନିୟୋଜନ, କୃଷି, ସ୍ଵାସ୍ଥ୍ୟ, ଏମ୍ ଏସ ଏମ୍ ଇ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,ଉଦ୍ୟାନ, ଜାତୀୟରାଜପଥ,ନନ୍ଦାହାଣ୍ଡି,ତେନ୍ତୁଳିଖୁଣ୍ଟି,ନବରଙ୍ଗପୁର,କୋଷଗୁମୁଡ଼ା ବ୍ଲକ୍ ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଦିବା ୧୦.୩୦ ମି ରୁ ସନ୍ଧ୍ୟା ୭.୩୦ ମି ପର୍ଯ୍ୟନ୍ତ ସମୀକ୍ଷା କରିଥିଲେ।ମାନ୍ୟବର ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ ସରକାରୀ ଅଧିକାରୀ ମାନଙ୍କୁ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ଯେଉଁ ଦାୟିତ୍ୱ ଓ ଅର୍ଥ ଆବଣ୍ଟନ କରିଛନ୍ତି ତାହାର ପ୍ରତିଫଳନ ନିଜ ଗସ୍ତ କାଳରେ ଅନୁଭବ କରୁଛନ୍ତି ଏବଂ ଯେଉଁଠି ଏହାର ଅଭାବ ଦେଖୁଛନ୍ତି ଏଥିପାଇଁ ସଂପୃକ୍ତ ଅଧିକାରୀ ନିଶ୍ଚୟ ଦାୟୀ ରହିବେ ବୋଲି କହିଥିଲେ।ମାନ୍ୟବର ବିଧାୟକ ସମୀକ୍ଷା କରିବା ସମୟରେ ନିର୍ବାଚନ ମଣ୍ଡଳୀରେ ରାସାୟନିକ ସାରର ବହୁଳ ବ୍ୟବହାର ଓ ଏହାର ଵିକଳ୍ପ ସମାଧାନ ଉପାୟ, ବିଭିନ୍ନ ହସ୍ତଶିଳ୍ପ ଲାଖ, ଆଦିବାସୀ ଅଳଙ୍କାର,ଧାନ ଓ ମକାରେ ତିଆରି ବସ୍ତୁ,ସ୍ଥାନୀୟ ବୁଣାକାର ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ୍ରର ବହୁଳ ପ୍ରଚାର ପ୍ରସାର, ବ୍ରାଣ୍ଡିଂ ଏବଂ ବଜାର ବ୍ୟବସ୍ଥା, ଜିଲ୍ଲାରେ ବିଭିନ୍ନ ବିଭାଗର ଖାଲିଥିବା ପଦବୀ ପୂରଣ ପାଇଁ ଶୀଘ୍ର ପ୍ରକ୍ରିୟା, ପଂଚାୟତ ଓ ଦୁର୍ଗମ ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ, ପୋଲ ନିର୍ମାଣ ଉପରେ ଗୁରୁତ୍ବ, ଜଳସେଚନ କୁ ପ୍ରାଥମିକତା ଦେଇ ଉଠା ଜଳସେଚନ ଓ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ତ୍ଵରାନିତ କରିବା,ଶିକ୍ଷିତ ଓ ଦକ୍ଷତା ପ୍ରଶିକ୍ଷିତ ବେକାର ଯୁବକ ମାନଙ୍କୁ କାଉନସେଲିଂ ବ୍ୟବସ୍ଥା, ଗୋଶାଳା ପାଇଁ ଜାଗା ଚିହ୍ନଟ ଓ ଉନ୍ନତିକରଣ,ପି ଏମ ଶ୍ରୀ ବିଦ୍ୟାଳୟ ର ନିର୍ମାଣ ଓ କାର୍ଯ୍ୟ ତ୍ବରାନ୍ବିତ,ପ୍ରତି ବ୍ଲକର ସମସ୍ତ ପଞ୍ଚାୟତ ଗ୍ରାମରେ “ଏକ ପେଡ ମା କେ ନାମ” ବହୁଳ ଭାବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବା,ବନ ବିଭାଗ ର ବୃକ୍ଷ ରୋପଣ ଦ୍ବାରା ସୃଷ୍ଟି ଜଙ୍ଗଲ କୁ ନିକଟସ୍ତ ଗ୍ରାମରେ ଗୋଷ୍ଠିଗତ ରକ୍ଷାଣବେକ୍ଷଣ ଓ ପରିଚାଳନା ପାଇଁ ଗ୍ରାମ୍ୟ ବନ କମିଟି କୁ ହସ୍ତାନ୍ତର ପ୍ରକ୍ରିୟା ଉପରେ ନିଜ ମତ ରଖି ଏହାର କାର୍ଯ୍ୟକାରିତା ପାଇଁ ସରକାରଙ୍କୁ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ 

masiha

୮୬ ବର୍ଷୀୟା ବୃଦ୍ଧା ମାଆଙ୍କୁ ମାଡମାରି ଘରୁ ତଡିଲା ପୁଅ

masiha

ଜିପିଡିପି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ତିନି ଦିନିଆ ତାଲିମ ଶିବିର 

masiha

Leave a Comment

error: Content is protected !!