ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ପ୍ରଧାନ ଆଚାର୍ଯ୍ୟଙ୍କର ପରଲୋକ l ଶବ କାନ୍ଧେଇଲେ ନବରଙ୍ଗପୁର ବିଧାୟକ 

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ପ୍ରଧାନ ଆଚାର୍ଯ୍ୟଙ୍କର ପରଲୋକ l ଶବ କାନ୍ଧେଇଲେ ନବରଙ୍ଗପୁର ବିଧାୟକ 

ନବରଙ୍ଗପୁର:(୬|୮)(ରବି ନାରାୟଣ ମହାନ୍ତି)ଅତିଶାନ୍ତ ସରଳ ମିଷ୍ଟଭାଷୀ,ଧର୍ମପ୍ରାଣ ବ୍ୟକ୍ତି, ସମସ୍ତଙ୍କ ପ୍ରିୟ ଆଦରଣୀୟ ଗୁରୁଜୀ,ନବରଙ୍ଗପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ଚାମୁରିଆଗୁଡ଼ା ନିବାସୀ ଦେବେନ୍ଦ୍ର ଧାକଡଙ୍କ ବୁଧବାର ଦିନ ୩.୦୦ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ପ୍ରାୟ ୬୨ ବର୍ଷ ହୋଇଥିଲା । ସେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗରେ ଆରଏସଏସ, ବିଶ୍ଵ ହିନ୍ଦୁ ପରିଷଦ, ଭାରତୀୟ ମଜଦୁର ସଂଘ,ବିଦ୍ୟାର୍ଥୀ ପରିଷଦ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଓ ବିଜେପି ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ସହରର ବିଭିନ୍ନ ବ୍ୟକ୍ତିବିଶେଷ ତାଙ୍କର ଘରକୁ ଯାଇ ଶେଷ ଦର୍ଶନ କରିଥିଲେ । ତାଙ୍କର ଆତ୍ମୀୟ ସ୍ଵଜନଙ୍କର ସହ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଶବକୁ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ଯାଇ ଶେଷକୃତ୍ୟରେ ସାମିଲ ହୋଇଥିଲେ ।ନବରଙ୍ଗପୁର ଜିଲ୍ଲା ସ୍ଵର୍ଗତ ଦେବେନ୍ଦ୍ର ଧାକଡ଼ ଙ୍କ ଭଳି ଜଣେ ପ୍ରଖରରାଷ୍ଟ୍ରବାଦୀ ବିଚାରର ବ୍ୟକ୍ତିଙ୍କୁ ହରାଇଲା, ଯାହାକି ଅପୂରଣୀୟ କ୍ଷତି ବୋଲି ନବରଙ୍ଗପୁର ବିଧାୟକ ଶ୍ରୀ ମାଝୀ ଶୋକ ପ୍ରକାଶ କରି କହିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନାଗଭଣ ମାଦ୍ରାସାରେ ସାଧାରଣତନ୍ତ ଦିବସ ପାଳିତ

Sunil Chandra Nayak

ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟରେ ଏନ୍‍ ଏସ୍‍ ଏସ୍‍ ତରଫରୁ ରକ୍ତଦାନ ଶିବିର

masiha

Leave a Comment

error: Content is protected !!