ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗ ଦେଲେ ମହିଳା ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ 

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବହୁଦିନରୁ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପଦ ଖାଲି ଥିବା ବେଳେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମାନସ ରଞ୍ଜନ ସାହୁ ଅତିରିକ୍ତ ଦାୟିତ୍ଵ ନେଇ ବେଶ୍ ସୁରୁଖୁରୁରେ ଉକ୍ତ ପଦବୀକୁ ସୁଚାରୁରୂପେ ଚଳାଇ ନେଉଥିଲେ l କିନ୍ତୁ ସମ୍ପୃକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ନୂତନ ମହିଳା ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଭାବେ ପୁଷ୍ପା ରାଣୀ ସାମଲ ଯୋଗ ଦେଇଛନ୍ତି l ପୂର୍ବରୁ ପୁଷ୍ପାରାଣୀ ସାମଲ କୋଷାଗୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ ରତ ଥିଲେ l ଉକ୍ତ ସ୍ଥାୟୀ ପଦବୀ ପୂରଣ ହେବା ପରେ ଅତିରିକ୍ତ ଦାୟିତ୍ୱରୁ ଶ୍ରୀ ସାହୁ ଙ୍କୁ ମୁକ୍ତି ମିଳିଛି l ଦୁଇ ଦୁଇଟି ଦାୟିତ୍ଵ ରେ ରହିବା କଷ୍ଟ, କିନ୍ତୁ ଶ୍ରୀ ସାହୁ ଉପର ଅଧିକାରୀ ଙ୍କ ନିର୍ଦ୍ଦେଶ କୁ ଆନନ୍ଦ ସହକାରେ ମାନି କାର୍ଯ୍ୟ କରି ଆସୁଥିଲେ lଆଗାମୀ ଦିନରେ ଯେ ଯାହାର ଦାୟିତ୍ଵ ସୁଚାରୁରୂପେ ସମ୍ପାଦନା କରିପାରିବେ ବୋଲି ଜନ ସାଧାରଣରେ ମତ ପ୍ରକାଶ ପାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର.

masiha

କୋଷାଗୁମୁଡା ବ୍ଲକ ରେ ବଡ଼ ଧୁମ ଧାମ ସହ ପାଳନ ହେଲା ଖ୍ରୀଷ୍ଟ ଜନ୍ମ ପର୍ବ। ଆଲୋକ ସାଜସଜା ସହ ଚର୍ଚ୍ଚ ରେ କାଟିଲେ ଖ୍ରୀଷ୍ଟମାସ କେକ

masiha

ପାଚିକା ସହାୟିକା ମଜଦୁର ସଂଘ ମ, ରାମପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

Leave a Comment

error: Content is protected !!