ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରେ ବୁଡି ଦୁଇ ଭାଇ ମୃତ୍ୟୁ

ବନ୍ଧୁଗାଁ ତା.୨/୭/୨୩, କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲୋମତା ପୁଟ ଥାନା ତୁଷୁବା ପଞ୍ଚାୟତର କଞ୍ଚଣା ଗାଁରେ ଏଭଳି ଏକ ଦୁଃଖ ଘଟଣା ଘଟିଛି ଅଞ୍ଚଳରେ ଛାଞ୍ଚଲ୍ୟ ଖେଳି ଯାଇଛି I ପୋଖରୀରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ ହୋଇଯାଇଛି I ମୃତକ ହେଲେ କଞ୍ଚଣା ଗାଁର ଅର୍ଜୁନ କିର୍ଶାଅନିଙ୍କ ପୁଅ ଅମିତ କିର୍ଶାଅନି (୭) ଓ ତାଙ୍କ ସାନ ଭାଇ ଲଭ କିର୍ଶାଅନିଙ୍କ ପୁଅ ପପିମିନ୍ଦ୍ର କିର୍ଶାନି I ପୁଲିସ ଉଭୟଙ୍କ ମୃତଦେହ ଳବତ କରି ବ୍ୟବଛେଦ ପାଇଁ ମେଡିକାଲ ପଠାଇଛି I ଏହା ବର୍ତ୍ତମାନ ତଦନ୍ତ ଚାଲୁ ରହିଛି, ରବିବାର ସକାଳେ ଶବ ବ୍ୟବଛେଦ ପରେ ପରିବାର ଵର୍ଗଙ୍କୁ ହସ୍ଥାନ୍ତ୍ରର କରାଯିବା ପୁଲିସ କହିଛି I ପୁଲିସ ସୂଚନା ଅନୁଯାଇ ମୋୖସୂମି ଆସିବା ପରେ ଗାଁରେ ଅଧିକାଂଶ ପରିବାର ବିଲରେ ଧାନ ରୋଇବା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି I ଆଜି ଅର୍ଜୁନ ଓ ଲୋବଙ୍କ ପରିବାର ମଧ୍ୟରେ ବିଲୋକୁ କାମ କରିବାକୁ ଯାଇଥିଲେ I ଅପରାହ୍ନ ଦୁଇଟା ସମୟରେ ଦୁଇ ଭାଇ ଅମିତ ପପିମିନ୍ଦ୍ର ଖେଳୁଥିବା ବେଳେ ଗାଠାରୁ ଏକ କିଲୋମିଟର ଦୂରରେ ଥିବା ପୋଖରୀ ପାଖକୁ ଚାଲିଯାଇଥିଲେ I କାମ ସରିବା ପରେ ଉଭୟଙ୍କ ପରିବାର ଲୋକେ ସେମାନଙ୍କୁ ଆଖପାଖରେ ଖୋଜାଖୋଜି କରି ପାଇନ ଥିଲେ, ଏହି ସମୟରେ ଗ୍ରାମବାସୀ ପୋଖରୀରେ ୨ ଜଣଙ୍କ ମୃତଦେହ ଭାସୁଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ, ଗ୍ରାମବାସୀ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ I ସେତେବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା I ଏ ସମ୍ଫର୍କରେ ଲୋମତାପୁଟ ଫାଣ୍ଡିକୁ ଖବର ଦିଆଯାଇଥିଲା I ପୁଲିସର ଏକ ଟିମ ଗାଁରେ ପହଞ୍ଚି ଉଭୟଙ୍କ ମୃତ ଦେହ ଜବତ କରିଥିଲା I ସନ୍ଧ୍ୟା ହୋଇଯାଇଥିବାରୁ ରବିବାର ସକାଳେ ଶବ ବ୍ୟବଛେଦ କରାଯିବ ବୋଲି ପୁଲିସ କହିଥିଲେ I ୨ ଭାଇଙ୍କ ମୃତ୍ୟୁରେ ଗାଁରେ ସକାକୁଳ ପରିବେଶ ସୃଷ୍ଟି ହୋଇଥିଲା I ଗୋଟିଏ ଦିନରେ ୨ ଭାଇ ପୋଖରୀରେ ବୁଡି ମୃତ୍ୟୁର ଛାୟା ଅଞ୍ଚଳରେ ଛାଞ୍ଚଲ୍ୟ ଖେଳି ଯାଇଯାଇଥିବାର ଦେଖିବାକୁ ମିଳିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

୭୬ ତମ ଏନସିସି ଦିବସ ପାଳିତ 

masiha

ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା 

masiha

ରାଇରଙ୍ଗପୁରରେ ବିଜେପି ତରଫରୁ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ

masiha

Leave a Comment

error: Content is protected !!