ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକ୍ ପରିସରରେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ

ନର୍ଲା ବ୍ଲକ୍ ପରିସରରେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ

ରୁପ୍ରା, ୧୧/୧ (ମନିସ ) : ନର୍ଲା ବ୍ଲକ ପରିସରରେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୫ ଶନିବାର ଦିନ ପୂର୍ବାହ୍ନରେ ଉଦଘାଟିତ ହୋଇଥିଲା । ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା କଳାହାଣ୍ଡି ଉତ୍ସବ କମିଟିର ବ୍ଲକ୍ ସଭାପତି ଦୁର୍ଗାପ୍ରସାଦ ମହାନ୍ତିଙ୍କ ସଭାପତିତ୍ବରେ ଓ ନର୍ଲା ବିଡିଓ ତଥା କଳାହାଣ୍ଡି ଉତ୍ସବ କମିଟିର ସମ୍ପାଦକ ବିପିନ୍ ବିହାରୀ ଦୀପ୍ ଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟବକ୍ତା ତୁଲାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡିଆ ଅଧ୍ୟାପକ ଉମେଶ ଚନ୍ଦ୍ର ସ୍ୱାଇଁ, ସମ୍ମାନିତ ଅତିଥିଭାବେ ନର୍ଲା ତହସିଲଦାର ବଳଦେବ ବେହେରା, ନର୍ଲା ବ୍ଲକ ର ୩ ଜଣ ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ, ସଭ୍ୟା ନମ୍ରତା ସାହୁ ଓ ଲିଲି ଦୀପ୍ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ନର୍ଲାର ବୁଢ଼ାରଜା ମନ୍ଦିରରେ ପୂଜା ପାଠ ପରେ ବିଭିନ୍ନ ସାଂସ୍କୃତିକ ଦଳ ସହ ଏକ ବିଶାଳ ମଶାଲ ଶୋଭାଯାତ୍ରା ବ୍ଲକ ପରିସରରେ ଥିବା କଲାପାର ମଞ୍ଚ ସମ୍ମୁଖରେ ସ୍ଥାପନ କରାଯାଇଥିଲା । ଏହାପରେ ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି କଳାହାଣ୍ଡି ଉତ୍ସବ ଘୁମୁରାର କଳାପାର ମଞ୍ଚର ଉଦଘାଟନ କରିଥିଲେ। ମଞ୍ଚରେ ଦୀପ ପ୍ରଜ୍ବଳନ ପରେ ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଯଜ୍ଞସେନ ପଧାନ ମଞ୍ଚ ପରିଚାଳନା କରିଥିଲେ। ନର୍ଲା ବିଡ଼ିଓ ଶ୍ରୀ ଦୀପ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ୧୯୬୦ ମସିହାରେ ସ୍ଥାପିତ ହୋଇଥିବା ନର୍ଲାବ୍ଲକ୍ ର ବିଭିନ୍ନ କାର୍ଯ୍ୟାଳୟ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଓ ନର୍ଲାରେ ମଧ୍ୟ ଉଭୟ ପତିପତ୍ନୀ ବିଧାୟକ ଓ ନର୍ଲା ଅଧ୍ୟକ୍ଷ (ଡବଲ୍ ଇଞ୍ଜିନ୍) ଥିବାରୁ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ, ସଙ୍ଗେ ସଙ୍ଗେ ବିଧାୟିକା ଶ୍ରୀମତୀ ମହାନ୍ତି ନିଶ୍ଚିତ ଭାବରେ ଏଥିପ୍ରତି ଧ୍ୟାନ ଦେବେବୋଲି କହିଥିଲେ। ସେହିପରି କଳା ଓ ସଂସ୍କୃତିର ବାର୍ତ୍ତବହ କଳାହାଣ୍ଡି ଉତ୍ସବର ବିଶେଷତ୍ଵ ଉପରେ ଅତିଥି ମାନେ ବାଖାଣିଥିଲେ।

ପରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗୀ କଳାପାର ମଞ୍ଚରେ ନିଜର କଳା ପ୍ରଦର୍ଶନ କରିଥିଲେ। ପରେ ଅତିଥି ମାନେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ସନ୍ଧ୍ୟା ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ଉକ୍ତ କାର୍ଯ୍ୟକ୍ରମ ଗୋବିନ୍ଦ ତାଣ୍ଡି ଓ ବିଶିଷ୍ଟ କଳାକାର ସର୍ବେଶ୍ବର ଭୋଇ ପରିଚାଳନା କରିଥିଲେ। ବିଶ୍ୱ ପ୍ରସିଦ୍ଧ ଗୋଟିପୁଅ ନୃତ୍ୟ ଗୁରୁକୁଳ ଡ୍ୟାନ୍ସ୍ ଗୃପ୍ ପୁରୀ, ଶ୍ରୀ କଳାମନ୍ଦିର ଡେନ୍ସ୍ ଗୃପ୍ କଟକ ଓ ମସ୍କାଡାଣ୍ଡି ଡ୍ୟାନ୍ସ୍ ଗୃପ୍ ନିଜର କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

 ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି, ସମ୍ମାନିତ ଅତିଥିଭାବେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡିଓ ବିପିନ୍ ବିହାରୀ ଦୀପ୍, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବିଇଓ ତପିମଣି ଯାନୀ ଓ ମୁଖ୍ୟବକ୍ତା ଭାବରେ ମା’ ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥୁଆମୂଳ ରାମପୁରର ଅଧ୍ୟାପକ ସତ୍ୟନାରାୟଣ ମୁଣ୍ଡଛିନା ପ୍ରମୁଖ ଯୋଗଦେଇ କଳାହାଣ୍ଡିର ଐତିହ୍ୟ, ପରମ୍ପରା ଓ କଳା ସଂସ୍କୃତି ବାବଦରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ନର୍ଲାବ୍ଲକ୍ ର ଗଣମାଧ୍ୟମ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧିନ ସମସ୍ତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା, ବ୍ଲକ୍ ଅଧିନ ବିଭିନ୍ନ ବିଭାଗର ଅଧିକାରୀ ,ନର୍ଲା ପୁଲିସ୍ ଓ ଅଗ୍ନିଶମ ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରି କଳାହାଣ୍ଡି ଉତ୍ସବ ଘୁମୁରାର ଉଦଯାପିତ ଘୋଷଣା କରିଥିଲେ। 

ରିପୋର୍ଟ :- ଅଜୟ ସେନାପତି

Related posts

ନବରଙ୍ଗପୁର ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

*MASSIVE PROTEST BLOCKS RAYAGADA ROAD, COMMUTERS FACE DIFFICULTIES*

masiha

Leave a Comment

error: Content is protected !!