ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଅନ୍ନ ଅଭିଯାନ ତରଫରୁ ମିଲେଟ୍ସ ଖାଦ୍ୟମେଳା ଅନୁଷ୍ଠିତ

ଶ୍ରୀ ଅନ୍ନ ଅଭିଯାନ ତରଫରୁ ମିଲେଟ୍ସ ଖାଦ୍ୟମେଳା ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି ୨୬/୦୧/୨୫  // ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶ୍ରୀ ଅନ୍ନ ଅଭିଯାନ ତଥା ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ମିଲେଟ ଶସ୍ୟ ରେ ପ୍ରସ୍ତୁତ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଖାଦ୍ୟମେଳା କୁ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଓ ଅଗ୍ରଗାମୀ ର ପ୍ରକଳ୍ପ ନିର୍ଦ୍ଦେଶକ ଜଗନ୍ନାଥ ଜେନା ରିବନ୍ କାଟି ଏହାକୁ ଶୁଭ ଉଦ୍ଘାଟନ କରିଥିଲେ । ଏହାକୁ ବ୍ଲକ୍ ସଂଯୋଜକ ନିଶାନ୍ତ କୁମାର ବିଷୋୟୀ ପରିଚାଳନା କରିଥିଲେ ।

ଶ୍ରୀ ଅନ୍ନ ଅଭିଯାନ ତରଫରୁ ଆଜି ଏହି ମେଳା ରେ ମାଣ୍ଡିଆ ସୂପ, କାଙ୍ଗୁ କ୍ଷୀରି, ମାଣ୍ଡିଆ ଗୁଲାବ ଜାମୁନ୍ ସମସ୍ତଙ୍କ ମନ କିଣିଥିଲା l ଏହା ବ୍ୟତୀତ ମାଣ୍ଡିଆ ରେ ପ୍ରସ୍ତୁତ କେକ୍, ବିସ୍କୁଟ, ପକୁଡ଼ି, ବରା, ଦହି ବରା, ଖଡ଼ୁ ଆଦି ମଧ୍ୟ ମହିଳା ସ୍ୱୟଂ ସହାୟକ ଦଳ ଦ୍ଵାରା କରାଯାଇ ସମସ୍ତଙ୍କୁ ବିତରଣ କରାଯାଇଥିଲା । 

କାର୍ଯ୍ୟକ୍ରମକୁ ଆସିଥିବା ସମସ୍ତ ଅତିଥି, ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ, ବ୍ଲକ୍ ଅଫିସ୍ ଷ୍ଟାଫ, ଜନସାଧାରଣ ସମସ୍ତେ ମାଣ୍ଡିଆ ସୁପ୍ ର ମଜା ଉଠାଇଥିଲେ l ଆଗକୁ ମଧ୍ୟ ଏହିପରି ମିଲେଟ୍ ଖାଦ୍ୟ ର ଚାହିଦା କିପରି କୋଣ ଅନୁକୋଣ ରେ ପହଞ୍ଚି ପାରିବ ସେହି ଦିଗ ରେ ଧ୍ୟାନ ଦେବା ପାଇଁ ବିଡ଼ିଓ ପାଣିଗ୍ରାହୀ ଶ୍ରୀ ଅନ୍ନ ଅଭିଯାନ ର ସମସ୍ତ କର୍ମକର୍ତ୍ତା ଙ୍କୁ କହିଥିଲେ । ଅଗ୍ରଗାମୀ ସଂସ୍ଥା ତରଫରୁ ଶୋମାଇ ମାଝୀ, ଅଶ୍ଵିନୀ ନାୟକ, ଟଙ୍କଧର ଝୋଡିଆ, ପ୍ରୋଦ୍ୟୁମ୍ନ ବାଘ, ଜୟ ପାତ୍ର, କୃପାସିନ୍ଧୁ ଗୌଡ଼, ସୁରେନ୍ଦ୍ର ନାୟକ ଏବଂ ଜଗନ୍ନାଥ ଦିଶାରି ଉପସ୍ଥିତ ରହି ଏହି ଖାଦ୍ୟ ମେଳା କୁ ସଫଳ କରିବାରେ ସାହାଯ୍ୟ କରିଥିଲେ ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଆଉଟସୋର୍ସିଂ କର୍ମଚାରୀଙ୍କୁ ‘ ମୋ ସରକାର ‘ ରେ ସାମିଲ ନିଷ୍ପତିକୁ ସ୍ଵାଗତ ଜଣାଇବା ସହ ମାସିକ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ ଦାବି କଲା ଏଚଏମଏସ୍‌

Sunil Chandra Nayak

ରାୟଗଡ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

Sunil Chandra Nayak

କୂଅ ସଫା କରିବା ବେଳେ ଶ୍ରମିକ ଗୁରୁତର

Leave a Comment

error: Content is protected !!