ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ବିଶ୍ୱାସ

       ବିଶ୍ୱାସ

 

         ବେଣୁଧର ସୂତାର

 

ବିଶ୍ୱାସ ଅଟଇ ଦରଦୀ ହୃଦର

ପବିତ୍ର ପାବକ ଧାର

ବିଶ୍ବାସ ଟି ସିନା ଜୀବନ ସତ୍ତାର

ଅଲିଖିତ ଇସ୍ତାହାର

ସମର୍ପିତ ଜୀବନର

ଜୀବନ ଜୀବିକା ଯୁଗଳ ବନ୍ଦୀର

ଭାବମୟ ଉପହାର ।।

 

ବିଶ୍ୱାସ ଅଟଇ ଜନ ଜୀବନର

ମଙ୍ଗଳ ଆଲୋକ ଦିଶା

ଜୀବନ ବେଦର ରସାଳ ନିର୍ଯ୍ୟାସ

ଅଭାବରେ ଭାବ ମିଶା

ଭିନ୍ନ ଏକ ଉପାଦାନ

ଜୀବନ ଦର୍ଶନ ପୁଣ୍ୟ ପରିଧିର

ମଧୁମୟ ମୂଲ୍ୟାୟନ ।।

 

ବିଶ୍ୱାସଟି ଦିବ୍ୟ ସୌଭାଗ୍ୟମଞ୍ଜରୀ

ମୁକୁଳା ହୃଦୟ ବନେ

ଅମୃତର ଧାରା ଆଶିଷ ପସରା

ଏ ସୃଷ୍ଟିର ଅନୁଦାନେ

ମିଠା ମିଠା ଅନୁରାଗ

ପରିଶୁଦ୍ଧ ମନ ମହତ ଚିନ୍ତନ

ହୃଦୟର ଭାବାବେଗ ।।

 

ସିଦ୍ଧି ସାଧନାର ଜୀବନ ଆଧାର

ଆତ୍ମ ବିଶ୍ୱାସର ସ୍ଥିତି

ବିଶ୍ବାସେ ମିଳଇ ଚିନ୍ମୟ ସତ୍ତାର

ଭାବମୟ ଭବଭୂତି

ବିଶ୍ବାସର ବେଦୀ ତଳେ

ପରମ ପ୍ରୀତିର ପବିତ୍ର ବିଭୂତି

ମିଳେ ସମ୍ବେଦନଶୀଳେ ।।

 

ବିଶ୍ବାସରେ ବନ୍ଧା ଏବିଶ୍ବଜୀବନ

ବିଧି ବିଧାନର ଛଳେ

ଅବିଶ୍ବାସୀ ସିନା ବିଚିତ୍ର ବେଭାରେ

ବିଶ୍ୱାସ ସାଥିରେ ଖେଳେ

ବଢଇ ତା ପାପରାଶି

ଅହଂକାରୀ ମନ ଅନଳ ସମାନ

କୁଳଧର୍ମ ଦିଏ ନାଶି. ।।

 କେଶଦୁରାପାଳ 
   କେନ୍ଦୁଝର

Related posts

ବାଲେଶ୍ଵର – ଭ୍ରାମ୍ୟମାଣ ପାଠାଗାରର ରାଜ୍ୟ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

କୁଟୁଡୁଘାଟିରେ ତଳକୁ ଖସିଲା ବେଦାନ୍ତ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

ଆମ ଓଡ଼ିଶା ପକ୍ଷରୁ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!