ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ବିଶ୍ୱାସ

       ବିଶ୍ୱାସ

 

         ବେଣୁଧର ସୂତାର

 

ବିଶ୍ୱାସ ଅଟଇ ଦରଦୀ ହୃଦର

ପବିତ୍ର ପାବକ ଧାର

ବିଶ୍ବାସ ଟି ସିନା ଜୀବନ ସତ୍ତାର

ଅଲିଖିତ ଇସ୍ତାହାର

ସମର୍ପିତ ଜୀବନର

ଜୀବନ ଜୀବିକା ଯୁଗଳ ବନ୍ଦୀର

ଭାବମୟ ଉପହାର ।।

 

ବିଶ୍ୱାସ ଅଟଇ ଜନ ଜୀବନର

ମଙ୍ଗଳ ଆଲୋକ ଦିଶା

ଜୀବନ ବେଦର ରସାଳ ନିର୍ଯ୍ୟାସ

ଅଭାବରେ ଭାବ ମିଶା

ଭିନ୍ନ ଏକ ଉପାଦାନ

ଜୀବନ ଦର୍ଶନ ପୁଣ୍ୟ ପରିଧିର

ମଧୁମୟ ମୂଲ୍ୟାୟନ ।।

 

ବିଶ୍ୱାସଟି ଦିବ୍ୟ ସୌଭାଗ୍ୟମଞ୍ଜରୀ

ମୁକୁଳା ହୃଦୟ ବନେ

ଅମୃତର ଧାରା ଆଶିଷ ପସରା

ଏ ସୃଷ୍ଟିର ଅନୁଦାନେ

ମିଠା ମିଠା ଅନୁରାଗ

ପରିଶୁଦ୍ଧ ମନ ମହତ ଚିନ୍ତନ

ହୃଦୟର ଭାବାବେଗ ।।

 

ସିଦ୍ଧି ସାଧନାର ଜୀବନ ଆଧାର

ଆତ୍ମ ବିଶ୍ୱାସର ସ୍ଥିତି

ବିଶ୍ବାସେ ମିଳଇ ଚିନ୍ମୟ ସତ୍ତାର

ଭାବମୟ ଭବଭୂତି

ବିଶ୍ବାସର ବେଦୀ ତଳେ

ପରମ ପ୍ରୀତିର ପବିତ୍ର ବିଭୂତି

ମିଳେ ସମ୍ବେଦନଶୀଳେ ।।

 

ବିଶ୍ବାସରେ ବନ୍ଧା ଏବିଶ୍ବଜୀବନ

ବିଧି ବିଧାନର ଛଳେ

ଅବିଶ୍ବାସୀ ସିନା ବିଚିତ୍ର ବେଭାରେ

ବିଶ୍ୱାସ ସାଥିରେ ଖେଳେ

ବଢଇ ତା ପାପରାଶି

ଅହଂକାରୀ ମନ ଅନଳ ସମାନ

କୁଳଧର୍ମ ଦିଏ ନାଶି. ।।

 କେଶଦୁରାପାଳ 
   କେନ୍ଦୁଝର

Related posts

କାମାକ୍ଷା ନଗରରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି ବ୍ଲକ ରେ :ଦୂର୍ନୀତିନିବାରଣ ସପ୍ତାହ ଅବସରରେ ସାଧୁତା ର ଶପଥ ପାଠ

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ

Sunil Chandra Nayak

Leave a Comment

error: Content is protected !!