ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସ୍ତାରେ ଦୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିତ 

ବାଲେଶ୍ଵର,୨୨/୭/୨୨- ଶ୍ରୀମତୀ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ନିବାଚିତ ହେବା ପରେ ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳ ଚଳଚଞ୍ଚଳ ହେବା ଦେଖିବାକୁ ମିଳିଛି । ଭାରତର ପ୍ରଥମ ନାଗରିକ ମାନ୍ଯତା ପାଇବା ସହିତ ଓଡିଶା ବାସୀଙ୍କୁ ଗୌରବାନିତ୍ବ କରିବା ଅବସରରେ ବସ୍ତା ନିର୍ବାଚନ ମଣ୍ତଳୀର ସବୁଠି ଖୁସିର ଲହରୀ ଖେଳିଯାଇଛି । ସେହିପରି ବସ୍ତା ବିଜେପି ମଣ୍ତଳ ପକ୍ଷରୁ ମଥାନୀ ଛକ ନିକଟରେ ପାର୍ଟି ଅଫିସ କାର୍ଯ୍ଯାଳୟରେ ବସ୍ତା ବିଜେପି ମଣ୍ତଳ ସଭାପତି ରଞ୍ଜନ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ସାଂସଦ ପ୍ରତିନିଧି ପ୍ରଦୀପ ପଣ୍ତା, ବିଜେପି ନେତା ଦେବାଶିଷ ମହାପାତ୍ର, କୃଷକମୋର୍ଚ୍ଚାର ସାଧାରଣ ସମ୍ପାଦକ ସୂର୍ଯ୍ଯନାରାୟଣ ସାହୁ, ସାଧାରଣ ସମ୍ପାଦକ ଅଭିରାମ ମଲ୍ଲିକ, ଦିନକୃର୍ଷ୍ଣ ବେହେରା, ରମେଶ ରାଉଳ, ଦୁଧହଂସା ପଞ୍ଚାୟତର ପ୍ରଭାରୀ ପ୍ରକାଶ କୁଣ୍ତୁ, ବାଦଲ ଦାସ, ଦେବାନନ୍ଦ ଦାସ, ପୁରୋଷତ୍ତମ ଦାସଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ଆନନ୍ଦ ଉତ୍ସବ ପାଳନ କରିଥିବାବେଳେ ପରସ୍ପର ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସେହିପରି ମାଗୁଣି ଚରଣ ବାଳାଶ୍ରମରେ ୧୮୦ଜଣ ଅନ୍ତେବାସୀ ଛାତ୍ରମାନେ ନାଚି ଗୀତ ଗାଇ ଆନନ୍ଦ ଉଲ୍ଲାସ ପାଳିଥିଲେ । ସେଥିରେ ଆଶ୍ରମର ଅଧ୍ଯକ୍ଷ ହରିହର ମହାପାତ୍ର, ପ୍ରଶନ୍ନକୁମାର ସେନାପତି, ପ୍ରଭାତ ବେହେରା, ଫୁଷ୍ପଲତା ଜେନା, ପ୍ରଜ୍ଞାପିତା ବେହେରା, ସୁବ୍ରତ ମହାପାତ୍ର, କାହ୍ନୁ ସିଂ, କାଜଲ ଘଡେଇ, ଫୁଲମଣୀ ଗିରି, ଅର୍ଚ୍ଚନା ମହାପାତ୍ର ସମେତ ଆଶ୍ରମର ସମସ୍ତ କର୍ମଚାରୀଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭୋଜି ଖାଇ ୧୧ଜଣ ଝାଡା ବାନ୍ତି ଆକ୍ରାନ୍ତ :ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୨ ପାଳିତ

Sunil Chandra Nayak

ଓଡ଼ିଶାର କଳା ଓ କ୍ରୀଡା ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ତରଫରୁ ଜିଲ୍ଲା ସ୍ତରୀୟ ବୈଠକ

Sunil Chandra Nayak

Leave a Comment

error: Content is protected !!