ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁଳି ଗ୍ରାହକଙ୍କୁ ଜୋରିମାନା ଓ ମାଡ ସାଙ୍ଗକୁ ଅଘୋଷିତ ବିଜୁଳି କାଟ, ଉପଭୋକ୍ତା ହେଲେ ହନ୍ତ ସନ୍ତ

ବାଲେଶ୍ଵର,୨୨/୭/୨୨- ଦିନକୁ ଦିନ ଅଘୋଷିତ ବିଜୁଳି କାଟ ସାଙ୍ଗକୁ ରିବେଟ୍ ପାଉଥିବା ଉପଭୋକ୍ତାଙ୍କ ଘରେ ଚେକିଙ୍ଗ୍ କରି ମନଇଛା ଡିଫେକ୍ଟ ଦେଖାଇ ମୁଟା ଅଙ୍କର ଅର୍ଥ ଦେବାପାଇଁ ଇଲେକ୍ଟ୍ରିକ୍ ବିଲରେ ସାମିଲ କରି ଅର୍ଥ ଆଦାୟ କରା ଯାଉଥିବା ନଜରକୁ ଆସିବା ସହିତ ଅଭିଯୋଗ ହୋଇଛି । ତା ୨୨/୭/୨୨ ରିଖ ଶୁକ୍ରବାର ଦିନ ସକାଳ ୧୦ଟା ୩୦ ମିନିଟରୁ ଜୋରିମାନା ବିଲ କରେକ୍ସନ ପାଇଁ ଆସିଥିବା ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । କୁଟିର ଜ୍ଯୋତି ପ୍ରଧାନମନ୍ତ୍ରୀ ଯୋଜନାରେ ବିଦ୍ଯୁତିକରଣରେ ଲାଇନ ସଂଯୋଗ ହୋଇଥିବା ଭୂମିହିନ ଦିନ ମଜୁରୀଆ ଘରେ ଦ୍ବିଓଳି ଖାଇବାକୁ ଖାଦ୍ଯ ନଥିବା ବେଳେ ଟାଟା କମ୍ପାନୀ ପକ୍ଷରୁ ଚେକିଙ୍ଗ ପାଇଁ ଯାଇଥିବା ଅଫିସର ମାନେ ମନଇଛା ୨କିଲୋ ପୁଣି କେଉଁ ଉପଭୋକ୍ତାର ୩କିଲୋ ଲୋଡ ବିଲ କାଗଜରେ ଲଗାଇ ଜୋରିମାନା ଆଦାୟ କରୁଛନ୍ତି । ଏନେଇ ବସ୍ତା ବିଜୁଳି ଉପଖଣ୍ତୀୟ ଅଧିକାରୀ ବାହାର୍ଦ୍ଦାସ୍ଥିତ କାର୍ଯ୍ଯାଳୟରେ ଦରଡା ପଞ୍ଚାୟତ କୁଣ୍ତେଇ ଗ୍ରାମର ବାବାଜୀ ବେହେରା ସରକାରୀ ଯୋଜନା ମାଧ୍ଯମରେ ବିଜୁଳି ସଂଯୋଗ ହୋଇଥିଲା । ମାସକୁ ମାସ ନିର୍ଦ୍ଧାରିତ ତାରିଖରେ ବିଲ ପଇଠ କରି ଆସୁଥିଲେ ମଧ୍ୟ ଗତ ମାସ ତାଙ୍କୁ ବିନାକାରଣରେ ୩୧ ହଜାର ୨ଶହ ୪୦ ଟଙ୍କା ଜୋରିମାନା କରାଯାଇଛି । ଯାହାଫଳରେ ଭୂମିହିନ ଦିନ ମଜୁରୀଆ ଗାଁ ମହାଜନଠାରୁ ସୁଧ ଆକାରରେ ଅର୍ଥ ଆଣି ବିଲ ପୈଠ କରିଛନ୍ତି । ସେହିପରି କୁଣ୍ତଳି ପଞ୍ଚାୟତ କୁଣ୍ତଳି ଗ୍ରାମର ସୁଧାଂଶୁ ପଟାୟତ ଙ୍କର ୪୦ ହଜାର ୫୦୦ ଟଙ୍କା, ମନ୍ଦରଡା ଗ୍ରାମର ବିଜୟ କୁମାର ମହାନ୍ତଙ୍କର ୮ ହଜାର ଜୋରିମାନା ହୋଇଛି । ପୁଣି ୨୦ ଜଣରୁ ଉର୍ଦ୍ଧ ଉପଭୋକ୍ତା ଉପରେ ଜୋରିମାନା ଆଦାୟ କରାଯାଉଛି । ହେଲେ ଅଘୋଷିତ ବିଜୁଳି ଗ୍ରାମାଞ୍ଚଳକୁ କଟାଯାଇ ଛୋଟ ବଡ ଫେକ୍ଟେରି ମିଲକୁ ବିଜୁଳି ବିତରଣ ହେଉଛି ବୋଲି ଅଭିଯୋଗ ହେଉଛି । ତେବେ ଚୋରାରେ ବିଜୁଳି ନ ଜାଳି ନିରୀହ ଉପଭୋକ୍ତା ଦଣ୍ତ ପାଉଛନ୍ତି । ଏନେଇ ବିଦ୍ଯୁତ କାର୍ଯ୍ଯାଳୟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କୁହନ୍ତି ଚେକିଙ୍ଗ ଅଫିସର ଚେକିଙ୍ଗ କରି ବିଲରେ ସାମିଲ କଲାପରେ ୩୦ ପରସେଣ୍ଟ ହ୍ରାସକରି ଅବଶିଷ୍ଟାଶଂ ପଇଠ କରିପାରିବେ । ତେବେ ସରକାର ଏଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଉପଭୋକ୍ତା ମାନେ ରାଜ ରାସ୍ତାକୁ ଉହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଜୟ କୁମାର ଜେନା ଙ୍କ କବିତା ଆନନ୍ଦରେ ଭରା

Sunil Chandra Nayak

ତୁମୁରା ଠାରୁ ଦାଦନ ଯାଉଥିବା ଶ୍ରମିକ ଙ୍କୁ ଉଦ୍ଧାର କରି ପଠାଇଲେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!