ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ମେଘ ମାଳା

ମେଘ ମାଳା

ମେଘ ମାଳା ନେଇ
ଆସିଲା ଶ୍ରାବଣ
ଘମାଘୋଟ ଅନ୍ଧକାର
ଝୁଲଣା ରେ ଝୁଲି
ଝୁଲା ସଵାରୀ ରେ
ବରଷିଲା ମେଘ ଝର ଝର
ବିଜୁଳି ମାରିଲା ବାରମ୍ବାର
ଚମାକାଇ ଦେଇ ଏ ଧରଣୀ କୁ
ତା ଆଲୋକରେ କଲା ଆଲୋକିତ
କ୍ଷିପ୍ର ଗତିରେ ଚାଲିଯାଏ ପୁଣି
ନିମିଷେକ ପାଇଁ
ଦେଇ ଆଲୁଅର ଗାର
ଘଡ ଘଡ କରି ଘଡ ଘଡ
ଛାଡି ଦିଏ କରି ରଡି
ସତେ କି ଆକାଶ ଟା
ଯିବ ଛିଡ଼ି
ଶୁଷ୍କ ତରୁ. ଲତା
ଚାତକ ପରାୟେ
ଚାହିଁ ରହିଥିଲେ
ବିସ୍ଥାପିତ ମନ ନେଇ
ହରା ଭରା. ହେବ ପୃଥିବୀ ରାଣୀ
ପ୍ରସ୍ଫୁଟିତ ହେବ ତେଜ ବାରିଣୀ
ଉଲ୍ଲସିତ ହୋଇ ଜୀବଗଣ
ଆତ୍ମ ହରା ହୋଇ ବିମୋହିତ ମନେ
ଲାଗିଗଲେ ସର୍ବେ କର୍ମେ
ହୋଇଣ ବିଭୋର
କର୍ମେ ଆଗଭର
ଚତୃ ପାଶେ ଜଳର ଆବର
ଝୀଂଟିକା ର ଝି ଝି ଶବ୍ଦ
ବେଙ୍ଗ ର କେଭେ ରଡି
ସବୁଜିମା ଦିଶେ କ୍ଷେତ
ସୁନ୍ଦର ଧରଣୀ ସବୁଜ ଶାଢୀରେ
ଓଢଣା ଟା ଦେଲା ଟାଣି
ଉତ୍ତପ୍ତ ଧରଣୀ ହୋଇଲା ଶାନ୍ତ
ମେଘମାଳା ବୋଲିଲା ଗୀତ

ଶ୍ରୀମତୀ ମିନତି ମିଶ୍ର

ଦୋଳମଣ୍ଡପ ସାହି , ପୁରୀ 

Related posts

ସଙ୍କଟରେ ପହରିଆ ସମ୍ପ୍ରଦାୟର ଲୋକେ, ନିଜ କୌଳିକ ବୃତ୍ତି ହରାଇବାକୁ ବସିଛନ୍ତି !

Sunil Chandra Nayak

ସଫଳା ଦାସ ଙ୍କ କବିତା ତୁମେ ଏମିତି କାହିଁକି ଆସ

Sunil Chandra Nayak

ତ୍ରୁଟି ପୂର୍ଣ୍ଣ ପୋଲ ନିର୍ମାଣ ହେତୁ ଘରେ ଘରେ ପଶିଲା ବର୍ଷା ଜଳ

Leave a Comment

error: Content is protected !!