ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଭୁ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର :ତା 2/12: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନିକିଆ ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି |ତାଳଚେର ବ୍ଲକ ଗୁରୁଜାଙ୍ଗ ଗ୍ରାମରେ ପ୍ରଭୁ ହନୁମାନ ଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପୂଜାର୍ଚନା କରିବା ସହ ପୂର୍ଣ୍ଣାହୁତି ଦେଇଥିଲେ |ଉକ୍ତ ଗ୍ରାମର ମା ମଙ୍ଗଳା ଙ୍କ ମନ୍ଦିର କୁ ଯାଇ ପୂଜାର୍ଚନା କରିଥିଲେ |ତାଳଚେର ବାସୀ ଙ୍କୁ ଶାନ୍ତି ସୁଖରେ ରଖିବା ସହ ଜଗତର କଲ୍ୟାଣ ପାଇଁ କେନ୍ଦ୍ରମନ୍ତ୍ରୀ ଭଗବାନ ଙ୍କ ନିକଟରେ ପ୍ରାଥନା କରିଥିଲେ ||ବ୍ରହ୍ମଲିନ ପୂଜ୍ୟ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସ୍ଥାନ କୁ ବୁଲି ଦେଖିଥିଲେ ||ଗ୍ରାମବାସୀ ଏବଂ କାର୍ଯ୍ୟକର୍ତା ଙ୍କ ସହ ବିଭିନ୍ନ ବିଷୟରେ କଥାବାର୍ତା ହୋଇଥିଲେ |ଗୁରୁବାର ମଧ୍ୟ ରାତ୍ରୀ ରେ ତାଳଚେର ଷ୍ଟେସନ ରେ କେନ୍ଦ୍ରମନ୍ତ୍ରୀ ପହଂଚିବା ପରେ କାର୍ଯ୍ୟକର୍ତା ମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ |ଶୁକ୍ରବାର ସକାଳେ କେନ୍ଦ୍ରମନ୍ତ୍ରୀ ଦିନଦୟାଲ ନଗର ସ୍ଥିତ ବାସ ଭବନ ରେ ଅନୁଗୁଳ ଜିଲ୍ଲା ର ବିଭିନ୍ନ ଅଂଚଳ ରୁ ଆସିଥିବା ଜନସାଧାରଣ ଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହ ସାକ୍ଷାତ ଆଲୋଚନା କରିଥିଲେ |ଗୁରୁଜାଙ୍ଗ ଯିବା ରାସ୍ତାରେ ବ୍ରଜନାଥପୁର ପଂଚାୟତ ତରଫରୁ ଗୋଡ଼ିବନ୍ଧ ଛକ ଠାରେ କେନ୍ଦ୍ରମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା |ତାଳଚେର ର ବିଭିନ୍ନ ସ୍ଥାନରେ ଶତାଧିକ କାର୍ଯ୍ୟକର୍ତା ଏବଂ ଜନସାଧାରଣ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ କେନ୍ଦ୍ରମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ |

ତାଳଚେର ରୁ ଆର୍ତ୍ତତ୍ରାଣ ପାଣି ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ସହର ବର୍ଷା ଜାଲରେ ଉବୁଟୁବୁ

Sunil Chandra Nayak

କେନ୍ଦୁଡୋଙ୍ଗରି ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ଅଷ୍ଟମ ଅଧ୍ଯାୟର ସାରକଥା–୮

Leave a Comment

error: Content is protected !!