ନର୍ଲା (ମନିସ) ରଙ୍ଗୋଲି ଅନୁଷ୍ଠାନ ତରଫରୁ ‘ଭଏସ ଅଫ ୱେଷ୍ଟର୍ଣ ଓଡିଶା୨୦୨୨ର ୧୨ତମ ସଂସ୍କରଣ ରବିବାର ସମ୍ବଲପୁର ଠାରେ ଓଡିଶା ସାଂସ୍କୃତିକ ସମାଜ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ କଳାହାଣ୍ଡି ଜିଲ୍ଲାର ଲିପସା ମହାରଣା ବିଜୟୀ ହୋଇ ଚଳିତ ବର୍ଷର ଭଏସ ଅଫ ୱେଷ୍ଟର୍ଣ ଓଡିଶା ଟାଇଟଲ ହାସଲ କରିଛନ୍ତି ଓ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି |କାର୍ଯ୍ୟକ୍ରମରେ ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, କଳାହାଣ୍ଡି ଓ ଝାରସୁଗୁଡା ଜିଲ୍ଲାର ୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ |କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧକ୍ଷ ପବିତ୍ର ତ୍ରିପାଠୀ ଉଦଘାଟନ କରିଥିଲେ |ତ୍ରିଲୋଚନ ତ୍ରିପାଠୀ, ସତ୍ୟନାରାୟଣ ତ୍ରିପାଠୀ, ଅର୍ପିତା ବେହେରା ଏହାକୁ ପରିଚାଳନା କରିଥିଲେ |ଉଦଯାପନୀ ଉତ୍ସବ ରେ ଏବଂ.ଆଇ.ସି ର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ବି ଏଲ ଦାସ, ବରିଷ୍ଠ ଅଧିକାରୀ ଶରତ ପଣ୍ଡା ଏବଂ ସମାଜ ସେବି ମାଧବ ଡାଲମିଆ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ |କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଷ୍ଠାନ ସମ୍ପାଦକ ଭାଗିରଥି ସିଂ ଦେଓ ସୂଚନା ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ବାଦ୍ୟଯନ୍ତ୍ରରେ ଦିବାକର ମହାନନ୍ଦ, କୃଷ୍ଣ ଚନ୍ଦ୍ର ବାଗ, ଦେବାଶିଷ ପାଢ଼ୀ, ଦୀପକ ମିଶ୍ର, ସୁବାଷ ଭୋଇ ସହଯୋଗ କରିଥିଲେ |
ପ୍ରଦୀପ କୁମାର ଗଉଡ, ନର୍ଲା ମସୀହା ପ୍ରତିନିଧି