ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭଏସ ଅଫ ୱେଷ୍ଟର୍ଣ ଓଡ଼ିଶା ପକ୍ଷରୁ ଲିପ୍ସା ମହାରଣା ସମ୍ବର୍ଦ୍ଧିତ

ନର୍ଲା (ମନିସ) ରଙ୍ଗୋଲି ଅନୁଷ୍ଠାନ ତରଫରୁ ‘ଭଏସ ଅଫ ୱେଷ୍ଟର୍ଣ ଓଡିଶା୨୦୨୨ର ୧୨ତମ ସଂସ୍କରଣ ରବିବାର ସମ୍ବଲପୁର ଠାରେ ଓଡିଶା ସାଂସ୍କୃତିକ ସମାଜ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ କଳାହାଣ୍ଡି ଜିଲ୍ଲାର ଲିପସା ମହାରଣା ବିଜୟୀ ହୋଇ ଚଳିତ ବର୍ଷର ଭଏସ ଅଫ ୱେଷ୍ଟର୍ଣ ଓଡିଶା ଟାଇଟଲ ହାସଲ କରିଛନ୍ତି ଓ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି |କାର୍ଯ୍ୟକ୍ରମରେ ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, କଳାହାଣ୍ଡି ଓ ଝାରସୁଗୁଡା ଜିଲ୍ଲାର ୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ |କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧକ୍ଷ ପବିତ୍ର ତ୍ରିପାଠୀ ଉଦଘାଟନ କରିଥିଲେ |ତ୍ରିଲୋଚନ ତ୍ରିପାଠୀ, ସତ୍ୟନାରାୟଣ ତ୍ରିପାଠୀ, ଅର୍ପିତା ବେହେରା ଏହାକୁ ପରିଚାଳନା କରିଥିଲେ |ଉଦଯାପନୀ ଉତ୍ସବ ରେ ଏବଂ.ଆଇ.ସି ର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ବି ଏଲ ଦାସ, ବରିଷ୍ଠ ଅଧିକାରୀ ଶରତ ପଣ୍ଡା ଏବଂ ସମାଜ ସେବି ମାଧବ ଡାଲମିଆ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ |କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଷ୍ଠାନ ସମ୍ପାଦକ ଭାଗିରଥି ସିଂ ଦେଓ ସୂଚନା ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ବାଦ୍ୟଯନ୍ତ୍ରରେ ଦିବାକର ମହାନନ୍ଦ, କୃଷ୍ଣ ଚନ୍ଦ୍ର ବାଗ, ଦେବାଶିଷ ପାଢ଼ୀ, ଦୀପକ ମିଶ୍ର, ସୁବାଷ ଭୋଇ ସହଯୋଗ କରିଥିଲେ |

ପ୍ରଦୀପ କୁମାର ଗଉଡ, ନର୍ଲା ମସୀହା ପ୍ରତିନିଧି

Related posts

ଆସନ୍ତା ନଭେମ୍ବର ୭ରେ ସିଭିଲଟାଉନସିପ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

ରାଜ୍ୟ ମହିଳା ଆୟୋଗ ଦ୍ୱାରା ସମ୍ମାନିତ ହେଲେ କୋକସରା ସରପଞ୍ଚ

Sunil Chandra Nayak

ସମ୍ବିଧାନ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

Sunil Chandra Nayak

Leave a Comment

error: Content is protected !!